ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମୟ ବଡ ବଳବାନ ହୋଇଥାଏ । ସମୟ ଚକ୍ର ପରିବର୍ତ୍ତନ ହେବା ସହିତ ମନୁଷ୍ୟର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଯାଇଥାଏ । ସମୟ ଗରିବ ମନୁଷ୍ୟକୁ କେତେବେଳେ ଧନୀ କରିଦେଉଥିବା ସମୟରେ ଅନ୍ୟ କେତେବେଳେ ଧନୀକୁ ଗରିବ କରିଦେଇଥାଏ । ଆଜି ଆପଣ ମାନେ ଜାଣିବାକୁ ପାଇବେ । ଆଗାମୀ ସମୟରେ ଭଲ ଘଟିବାକୁ ଯାଉଥିଲେ ଆମେ କିପରି ସୂଚନା ଦ୍ଵାରା ଜାଣିପାରିଥାଉ ?
ଭଗବାନ ଶ୍ରୀକୃଷ୍ଣ ନାରାୟଣଙ୍କୁ ନାରଦ ମୁନିଙ୍କୁ ଆଗାମୀ ସମୟ ଭଲ ଥିଲେ ଏହି ସବୁ ସଂକେତ ଦ୍ଵାରା ଜାଣିପାରିଥାଉ ବୋଲି କହିଛନ୍ତି । ପ୍ରଥମ ସୂଚନା ହେଉଛି ଯଦି କୌଣସି ବ୍ୟକ୍ତିର ବ୍ରହ୍ମ ମୂହୁର୍ତ୍ତରୁ ବାରମ୍ବାର ନିଦ ଭାଙ୍ଗି ଯାଉଥାଏ । ତେବେ ସେହି ବ୍ୟକ୍ତିର ଆଗାମୀ ସମୟ ବହୁତ ଭଲ ରହିବାକୁ ଯାଉଛି ବୋଲି ଜାଣିପାରିବେ ।
ଏହା ସହିତ ଯଦି କୌଣସି ଅଦୃଶ୍ୟ ଶକ୍ତିକୁ ଆପଣ ବାରମ୍ବାର ଅନୁଭବ କରିବା ସହିତ ସେ ଶକ୍ତି ଆପଣଙ୍କୁ କେଉଁ ଏକ ଦିଗରେ ନେଇଯାଉଛି ବୋଲି ହୃଦଗମ କରି ପାରୁଛନ୍ତି । ତେବେ ଜାଣି ରଖନ୍ତୁ ଆପଣଙ୍କର ଖରାପ ସମୟ ଭଲ ହେବାକୁ ଯାଉଅଛି । ଯଦି କୌଣସି ବ୍ୟକ୍ତିର ମନ କିଛି ଦିନ ହେବ ସର୍ବଦା ଖୁସି ରହୁଥାଏ । ସେ ତାର ନିଜ ରାଗକୁ ସଂଯମ କରି ନିଜ ମନ ଓ ମସ୍ତିସ୍କ ଉପରେ ଆୟତ୍ତ କରିପାରୁଥିବ ।
ତେବେ ଜାଣି ରଖିବା ଉଚିତ ସେହି ବ୍ୟକ୍ତିର ଜୀବନରେ କିଛି ଭଲ ଘଟିବାକୁ ଯାଉଅଛି । ଯେଉଁ ବ୍ୟକ୍ତିର ଘରେ ଗାଈ ଆସି ବାରମ୍ବାର ଛିଡା ହୁଏ, ସେହି ଘରୁ ମାଙ୍କଡ ଖାଦ୍ୟ ପଦାର୍ଥ ନେଇଯାଇଥାଏ, ବିଲେଇ ସେହି ଘରେ ଛୁଆ ଦେଇଥାଏ ପକ୍ଷୀ ମାନେ ସେହି ଘରେ ବସା ବାନ୍ଧି ରହିଥାନ୍ତି । ତେବେ ସେହି ଘରର ଉନ୍ନତି ହେବା ପାଇଁ ଯାଉଛି ।
ଯେତେବେଳେ ଆପଣଙ୍କ ଘରେ ପାଖରେ ପିଲାଙ୍କୁ ନକହିବା ସତ୍ବେ ଆସି ଖେଳନ୍ତି କିମ୍ବା ଛୋଟ ଛୁଆ ଆପଣଙ୍କୁ ଦେଖି ହସିଥାନ୍ତି । ତେବେ ଜାଣି ରଖିବା ଉଚିତ । ଆପଣଙ୍କ ଆଗାମୀ ସମୟ ଖୁସିମୟ ରହିବାକୁ ଯାଉଛି । ଯେଉଁ ବ୍ୟକ୍ତିର ଟଙ୍କା କମେଇବାର ନୂଆ ନୂଆ ଅବସର ମିଳିବା ସହିତ ବେୟ କମ୍ ରହିଥାଏ । ତେବେ ଜାଣି ରଖିବା ଉଚିତ ବ୍ୟକ୍ତିର ଉପରେ ଭଗବାନଙ୍କର ସେହି ବ୍ୟକ୍ତି ଉପରେ ପ୍ରସନ୍ନତା ରହିଅଛି ।
ଯେଉଁ ପୁରୁଷର ଡାହାଣ ମହିଳାର ବାମ ଆଖି ଫଡକି ଥାଏ । ତେବେ ସେହି ବ୍ୟକ୍ତିକୁ ଶୁଭ ସମାଚାର ମିଳିବା ପାଇଁ ଯାଉଛି । ଯଦି ବ୍ୟକ୍ତି ପୂଜା କରୁଥିବା ସମୟରେ ଭଗବାନଙ୍କର ମୂର୍ତ୍ତି ପୂଜା କରୁଥିବା ବ୍ୟକ୍ତିକୁ ଦେଖି ହସିଲା ଭଳି ଲାଗିଥାଏ । ତେବେ ଭଗବାନ ଆପଣଙ୍କ କାମରେ ଅତ୍ୟନ୍ତ ସନ୍ତୁଷ୍ଠ ଅଛନ୍ତି ।
ଯଦି ସନ୍ଧ୍ଯା ସମୟରେ ଆପଣଙ୍କୁ କିଏ ପାଣି ଭର୍ତ୍ତି ଥିବା ପାତ୍ର କିମ୍ବା ମିଠା ଆଣି ଦେଇଥାଏ । ତେବେ ଆପଣଙ୍କ ଖରାପ ସମୟ ସରି ଭଲ ସମୟ ଆସିବା ପାଇଁ ଯାଉଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ