ଭଲ କର୍ମ କରୁଥିବା ଲୋକଙ୍କୁ ସବୁବେଳେ କାହିଁକି ଦୁଃଖ କଷ୍ଟ ଭୋଗିବାକୁ ପଡିଥାଏ ? Krishna Vani

ବନ୍ଧୁଗଣ, ଭଲ କର୍ମ କରୁଥିବା ଲୋକଙ୍କୁ ଖରାପ ଫଳ କାହିଁକି ମିଳିଥାଏ ? ଏବଂ ଖରାପ କର୍ମ କରୁଥିବା ଲୋକଙ୍କୁ ଭଲ ଫଳ କାହିଁକି ମିଳିଥାଏ ? ଏହିଭଳି ନାନା ପ୍ରକାରର ପ୍ରଶ୍ନ ଅଧିକାଂଶ ଲୋକଙ୍କ ମନରେ ଆସିଥାଏ ଯେ, ଭଗବାନ ଆମ୍ଭ ମାନଙ୍କ ସାଥ କଣ ପାଇଁ ଦେଇ ନାହାନ୍ତି । ଆମ୍ଭର ପ୍ରାର୍ଥନା ତଥା ଆମ୍ଭର ବିନତି କାହିଁକି ଶୁଣୁ ନାହାଁନ୍ତି । ଏହିଭଳି ନାନା ପ୍ରକାରର ପ୍ରଶ୍ନ ମାନଙ୍କ ଉତ୍ତର ଭଗବତ ଗୀତା ରେ ଖୁବ ଭଲଭାବେ ଦର୍ଶଯାଇଅଛି ।

ଏହି ପ୍ରସଙ୍ଗ ଅନୁଯାୟୀ ଜଣେ ଗୋପାଳ ଶ୍ରୀ କୃଷ୍ଣ ଙ୍କର ଭକ୍ତ ଥିଲା । ସେ ଭଗବାନ ଙ୍କ ସେବା କରିବା ନିମନ୍ତେ ପଛଘୁଞ୍ଚା ଦେଉନଥିଲା । ସେ ସବୁଦିନ ନିୟମ ଅନୁଯାୟୀ ଭଗବାନ ଙ୍କ ମନ୍ଦିର ଯାଇ ଭଗବାନଙ୍କୁ ସ୍ମରଣ କରେ । ଗୋଟିଏ ଦିନ ତାହାର ଭକ୍ତି ରେ ଭଗବାନ ପ୍ରସନ୍ନ ହୋଇ ତାକୁ ଦର୍ଶନ ଦେଲେ । ଭଗବାନ ଙ୍କୁ ସାମ୍ନା ରେ ଦେଖି ସେହି ଗୋପାଳ ଆଖିରେ ଲୁହ ବୋହିବାକୁ ଲାଗିଲା । ଗୋପାଳ ଜଣକ ଭଗବାନଙ୍କୁ କହିଲା ହେ’ ପ୍ରଭୁ ମୁଁ କେତେ ଦିନ ହେବ ଏହି ସମୟର ଅପେକ୍ଷା କରିଥିଲି ।

ମୁଁ ସବୁବେଳେ ଭାବୁଥିଲି ମୋ ସ୍ଵାମୀ ଅନେକ ଦିନରୁ ଏହିଭଳି ଭାବରେ ଛିଡା ହୋଇ ଭକ୍ତ ମାନଙ୍କ କଥା ବୁଝୁଛନ୍ତି । ଆପଣ ନିଶ୍ଚିତ ଭାବରେ ଥକିଯାଇଥିବେ । ସେ କୁହେ ପ୍ରଭୁ ମୁଁ ଆପଣଙ୍କ ନିମନ୍ତେ କିଛି କରିବାକୁ ଚାହୁଁଛି । ଭଗବାନ ପଚାରନ୍ତି ତୁ ମୋ ସାହାର୍ଯ୍ୟ କିଭଳି ଭାବରେ କରିବୁ ? ଗୋପାଳ ଜଣକ କୁହେ ପ୍ରଭୁ ଆପଣ ଯଦି ଚାହିଁବେ ମୁଁ ଆପଣଙ୍କ ଜାଗାରେ ୧ ଦିନ ଛିଡା ହୋଇ ରହିବି ଏବଂ ଆପଣ ମୋ ରୂପ ଧାରଣ କରି ଏହି ନଗରକୁ ଭ୍ରମଣ କରିବେ ।

ଭଗବାନ ଗୋପାଳ ଙ୍କ ଭକ୍ତି ରେ ସନ୍ତୁଷ୍ଟ ଥିଲେ ଏଥି ନିମନ୍ତେ ତାହା କଥାରେ ରାଜି ହୋଇଗଲେ । କିନ୍ତୁ ତାହାର ନିକଟରେ ଏକ ସର୍ତ୍ତ ରଖିଲେ, ଭଗବାନ କହିଲେ ସଂପୂର୍ଣ୍ଣ ଦିନ ମଧ୍ୟରେ ତୁମ୍ଭ ନିକଟକୁ ଅନେକ ଲୋକ ଆସିବେ ସେମାନେ ନିଜର ପ୍ରାର୍ଥନା ସମ୍ବନ୍ଧରେ ତୁମ୍ଭକୁ କହିବେ ମାତ୍ର ତୁମ୍ଭେ ସେମାନଙ୍କ ପାର୍ଥନା ଶୁଣିବ କିନ୍ତୁ କିଛି କରିବ ନାହିଁ । କାରଣ ମୁଁ ସମସ୍ତଙ୍କ ନିମନ୍ତେ ନିୟତି ପ୍ରସ୍ତୁତ କରି ସାରିଛି । ଏହାପରେ ସର୍ତ୍ତ ଅନୁଯାୟୀ ଗୋପାଳ ଭଗବାନ ଙ୍କ ସ୍ଥାନରେ ଛିଡା ହୋଇଗଲା ।

ଏହାପରେ ମନ୍ଦିରକୁ ଜଣେ ବେପାରୀ ଆସି ପ୍ରାର୍ଥନା କରି କହିଲା ଆଜି ମୋର ପ୍ରଚୁର ବ୍ୟବସାୟ କରାଇ ଦିଅ ପ୍ରଭୁ । ବେପାରୀ ଜଣକ ଗଲା ସମୟରେ ତାହାର ଟଙ୍କା ମୁଣୀଟି ପଡିଗଲା ମାତ୍ର ସେ ଜାଣି ପାରିଲା ନାହିଁ । ଏହାପରେ ଗୋଟିଏ ଗରିବ ଲୋକ ଆସି କହିଲା ହେ’ ପ୍ରଭୁ ମୋ ଘରେ ଖାଇବା ନିମନ୍ତେ କିଛି ନାହିଁ ଦୟା କରି କୃପା କରନ୍ତୁ । ଏହାପରେ ଗରିବ ଲୋକଟିର ନଜର ବେପାରୀର ପଡିଯାଇଥିବା ମୁଣୀ ଉପରେ ଆସିଲା । ସେ ଭଗବାନ ଙ୍କୁ ଧନ୍ୟବାଦ ଦେଇ ସେଠାରୁ ଚାଲିଗଲା ।

ଏହାପରେ ଏକ ନାଉରି ଟି ସମୁଦ୍ର କୁ ନଉକା ନେଇ ଯିବା ପୂର୍ବରୁ ମନ୍ଦିରକୁ ଦର୍ଶନ ନିମନ୍ତେ ଆସିଥିଲା । ସେତିକିବେଳେ ବେପାରୀ ଜଣକ ସୈନିକ ମାନଙ୍କୁ ନେଇ ଆସି କହିଲା ମୋ ପରେ ଏହି ମନ୍ଦିରକୁ ନାଉରି ଜଣକ ଆସିଛି । ଅର୍ଥାତ ସେହିଁ ମୋ ଧନ ର ମୁଣୀ କୁ ନେଇଛି । ଏହାକୁ ବନ୍ଦୀ କରନ୍ତୁ । ଏହା ଦେଖି ଗୋପାଳ ଚିନ୍ତା କଲା ଏହା ଅନ୍ୟାୟ ହେବାକୁ ଯାଉଅଛି ।

ଗୋପାଳ ନିଜ ସର୍ତ୍ତ କୁ ଭୁଲି କହିଦେଲା ଯେ ନାଉରି ଜଣକ ନି-ର୍ଦୋ-ଷ ଗରିବ ଲୋକ ନେଇଛି ଧନ ପୁଟଳି କୁ । ଏହା ପରେ ବେପାରୀ ଜଣକ ଗରିବ ଲୋକଠାରୁ ମୁଣୀ ନେଇ ଚାଲିଗଲା । ଏହାପରେ ସନ୍ଧ୍ୟା ହେବା ପରେ ଗୋପାଳ ଭଗବାନ ଙ୍କୁ ସମସ୍ତ କଥା କହିଲା । ଭଗବାନ ତାଙ୍କୁ କୁହନ୍ତି ତୁମ୍ଭେ ବହୁତ ବଡ ଭୁଲ କଲ ସମସ୍ତଙ୍କର ଅମଙ୍ଗଳ କରିଲ । ବେପାରୀ ଜଣକ ଭୁଲ ରାସ୍ତାରେ ଧନ ଅର୍ଜନ କରେ । ତାର ଆବଶ୍ୟକ ନଥିଲା ।

ଗରିବ ଲୋକ ଙ୍କ ପିଲା ମାନେ ଭୋକ ଉପାସ ରେ ମୃ-ତ୍ୟୁ ବରଣ କରିଲେ, ଏବଂ ନାଉରି ଯେଉଁ ସମୁଦ୍ରକୁ ଯାଇଥିଲା ସେଠାରେ ବଡ ତୋଫାନ ଆସିବାର ଥିଲା । ଏଣୁ ଭଗବାନ ଆମ୍ଭ ସହିତ ଭଲ ଅଥବା ଖରାପ କିଛି ବୁଝି ବିଚାରୀ ହିଁ କରିଥାନ୍ତି । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *