ଭଲ ଲୋକଙ୍କ ସହିତ ସବୁବେଳେ ଖରାପ କାହିଁକି ହୋଇଥାଏ ? ଜାଣନ୍ତୁ କଣ କୁହନ୍ତି ଭଗବାନ ଶ୍ରୀ କୃଷ୍ଣ- Krishna Vani

ଉତ୍ତମ କର୍ମ କରୁଥିବା ଲୋକଙ୍କୁ ମନ୍ଦ ଫଳ ଓ ମନ୍ଦ କର୍ମ କରୁଥିବା ଲୋକଙ୍କୁ ଉତ୍ତମ ଫଳ କଣ ପାଇଁ ମିଳିଥାଏ, ଏହି ପ୍ରଶ୍ନ ଅଧିକାଂଶ ଲୋକଙ୍କ ମନରେ ଆସେ । ଆମକୁ ଅନେକ ସମୟରେ ଭାବି ଥାଉ କି ଭଗବାନ କାହିଁକି ଆମ ପ୍ରାର୍ଥନା ବିନତିରେ ମନୋଯୋଗ କରୁ ନାହାଁନ୍ତି ଓ ସଠିକ୍ ଫଳ ଦେଉ ନାହାଁନ୍ତି ?

ଏପରି ଅନେକ ପ୍ରଶ୍ନର ଉତ୍ତର ଭାଗବତ ଗୀତାରେ ଥିବା ଏକ ପ୍ରସଙ୍ଗରୁ ପାଇ ପାରିବା ।  ପ୍ରସଙ୍ଗ ଅନୁସାରେ, ଜଣେ ମେଷପାଳକ ସଚ୍ଚୋଟ ମନରେ ପ୍ରତିଦିନ ମନ୍ଦିର ଯାଇ ଭଗବାନଙ୍କ ପୂଜାର୍ଚ୍ଚନା କରୁଥିଲା । ତାର ଏହି ସେବା ଓ ଭକ୍ତିର ଶୃଙ୍ଖଳା ଅନେକ ବର୍ଷ ପର୍ଯ୍ୟନ୍ତ ଏପରି ଚାଲିଥିଲା । ତାର ଏପରି ଭକ୍ତି ଦେଖି ଗୋଟିଏ ଦିନ ଭଗବାନ ତାକୁ ସେହି ମନ୍ଦିରରେ ଦର୍ଶନ ଦେଲେ ।

ନିଜ ପ୍ରଭୁଙ୍କୁ ସାମନାରେ ଦେଖି ମେଷପାଳକ ସଜଳ ଚକ୍ଷୁରେ କହିଲା, ‘ହେ ପ୍ରଭୁ ମୁଁ ଅନେକ ବର୍ଷରୁ ଏହି ଦିନର ପ୍ରତୀକ୍ଷା କରୁଥିଲି । ମୁଁ ଭାବୁଥିଲି ଯୁଗ ଯୁଗ ଧରି ଆପଣ ଏପରି ଠିଆ ହୋଇ ଭକ୍ତଙ୍କୁ ଦର୍ଶନ ଦେଇ ନିଶ୍ଚୟ ଥକି ଯାଇଥିବେ । ପ୍ରଭୁ ମୁଁ ଆପଣଙ୍କ ପାଇଁ କିଛି କରିବାକୁ ଚାହେଁ । ‘ ସେତେବେଳେ ସେ କିପରି ଭାବେ ତାଙ୍କର ସାହାଯ୍ୟ କରିବାକୁ ଚାହେଁ ବୋଲି ଭଗବାନ ତାକୁ ପଚାରିଲେ ।

ମେଷପାଳକ କହିଲା, ‘ପ୍ରଭୁ ଆପଣ ଚାହିଁଲେ ମୁଁ ଗୋଟିଏ ଦିନ ପାଇଁ ଆପଣଙ୍କ ସ୍ଥାନରେ ମୂର୍ତ୍ତି ହୋଇ ଠିଆ ହେବି ଓ ଆପଣ ମୋ ରୂପ ଧାରଣ କରି ଏହି ନଗରର ଭ୍ରମଣ କରି ଆସନ୍ତୁ । ‘ ନିଜ ଭକ୍ତର ଏହି ଭୋଳାପଣରେ ପ୍ରସନ୍ନ ହୋଇ ଭଗବାନ ତାର ଅନୁରୋଧ ସ୍ବୀକାର କଲେ । ମାତ୍ର ଭଗବାନ ତା ଆଗରେ କେବଳ ଗୋଟିଏ ସର୍ତ୍ତ ରଖି କହିଲେ, ‘ଦିନସାରା ମନ୍ଦିରକୁ ଅନେକ ଲୋକ ଆସିବେ ପ୍ରାର୍ଥନା ବିନତି କରିବେ, ମାତ୍ର ତୁମେ କେବଳ ସେହି ସବୁ ଶୁଣିବ ।

କିଛି କହିବ ନାହିଁ କି କରିବ ନାହିଁ । କାରଣ ମୁଁ ଆଗରୁ ହିଁ ସମସ୍ତଙ୍କ ନିୟତି ଧାର୍ଯ୍ୟ କରି ରଖିଛି । ‘ ଭଗବାନଙ୍କ ଏହି କଥା ଶୁଣି ମେଷପାଳକ ଭାବିଲା ଏହାର ଅର୍ଥ ଭଗବାନ ଆମର ପ୍ରାର୍ଥନା ଶୁଣି ମଧ୍ୟ ଶୁଣନ୍ତି ନାହିଁ । ତା ମନରେ ଏପରି କେତେ ପ୍ରଶ୍ନ ଆସିଲେ ମଧ୍ୟ ସେ ଚୁପ୍ ରହିଲା ଓ ତାଙ୍କ କଥା ମାନି ମନ୍ଦିରରେ ମୂର୍ତ୍ତି ହୋଇ ଠିଆ ହୋଇଗଲା ।

ସର୍ବପ୍ରଥମେ ମନ୍ଦିରକୁ ଜଣେ ବ୍ୟାପାରି ଆସିଲା ଓ ତାର ବ୍ୟାପାରରେ ବୃଦ୍ଧି ନିମନ୍ତେ ପ୍ରାର୍ଥନା କଲା । ମାତ୍ର ମନ୍ଦିରରୁ ବାହାରିବା ମାତ୍ରେ ତା ଅଜାଣତରେ ଧନ ପୁଟୁଳି ଖସି ପଡିଗଲା ଓ ସେ ସେଠାରୁ ଚାଲିଗଲା । ସର୍ତ୍ତାନୁଯାୟୀ, ମେଷପାଳକ ଚୁପ୍ ରହିଲା । ତା ପରେ ଜଣେ ଗରିବ ଲୋକ ଆସି କହିଲା, ‘ହେ ପ୍ରଭୁ ମୋ ଘରେ ଖାଇବାକୁ କିଛି ନାହିଁ, କୃପା କରନ୍ତୁ । ‘ ସେତେବେଳେ ସେ ଧନୀ ବ୍ୟାପାରୀର ଖସି ପଡିଥିବା ପୁଟୁଳି ଉପରେ ପଡ଼ିଲା ।

ଧନ ପୁଟୁଳି ପାଇ ଭଗବାନଙ୍କୁ ଧନ୍ୟବାଦ ଦେଇ ଗରିବ ଲୋକଟି ଫେରିଗଲା । ତାପରେ ମନ୍ଦିରକୁ ଜଣେ ନାବିକ ଆସି ପ୍ରଥମ କଲା କି ସେ କାର୍ଯ୍ୟ ଖୋଜିବାକୁ ସମୁଦ୍ର ଆରପାରିକୁ ଯାଉଛି, ତା ଯାତ୍ରାରେ ଯେପରି କୌଣସି ସମସ୍ୟା ନ ଆସେ ସେଥିପାଇଁ ପ୍ରାର୍ଥନା କଲା । ସେହି ସମୟରେ ବ୍ୟାପାରୀ ଜଣକ ନଗରର ସୈନିକଙ୍କୁ ଆଣି ସେଠାରେ ପହଞ୍ଚି କହିଲା ତା ପରେ ନାବିକ ହିଁ ସେଠାକୁ ଆସିଛି ତେଣୁ ସେ ହିଁ ତା ଧନ ଚୋ-ରି କରିଛି ।

ତେଣୁ ସୈନିକମାନେ ନାବିକକୁ କା-ରା-ଗା-ର-ରେ ବ-ନ୍ଦୀ କରି ରଖିଲେ । ଏହା ଦେଖି ମେଷପାଳକ ଭାବିଲା ସେ କାହା ପ୍ରତି ଅନ୍ୟାୟ ହେବାକୁ ଦେବନାହିଁ । ତେଣୁ ନିଜ ସର୍ତ୍ତ ଭୁଲି ବ୍ୟାପାରୀକୁ ସବୁ ସତ କହିଦେଲା । ତା ପରେ ସେ ନାବିକକୁ ମୁକ୍ତ କରି ଗରିବ ଲୋକଟିକୁ ବ-ନ୍ଦୀ କରିଦେଲେ ଓ ବ୍ଯାପାରୀ ନିଜ ଧନ ପୁଟୁଳି ନେଇ ଫେରିଗଲା ।

ସନ୍ଧ୍ୟା ସମୟରେ ଯେତେବେଳେ ଭଗବାନ ଫେରିଲେ, ମେଷପାଳକ ଖୁସି ହୋଇ ତାଙ୍କୁ ସବୁ କହି ପକାଇଲା । ସବୁ ଶୁଣି ଭଗବାନ କହିଲେ ଯେ ସେ କାହାର କିଛି ଉତ୍ତମ କରି ନାହିଁ ବରଂ ସବୁ ବିଗାଡି ଦେଇଛି । କାରଣ ଧନୀ ବ୍ୟକ୍ତି ମନ୍ଦ ଉପାୟରେ ଧନ ଅର୍ଜନ କରେ । ସେହି ଧନ ଗରିବକୁ ମିଳିବା ଫଳରେ ତା ପାପ କମ୍ ହୋଇ ଯାଇଥାନ୍ତା ଓ ଗରିବ ଲୋକର ପିଲାମାନେ ମଧ୍ୟ ଖାଇବାକୁ ପାଇ ଭଲରେ ରହିଥାନ୍ତେ । ଆଉ ନାବିକ କା-ରା-ଗା-ର-ରେ ରହିବା ଫଳରେ ସମୁଦ୍ରରେ ଆସିବାକୁ ଥିବା ତୋଫାନରୁ ବଞ୍ଚି ଯାଇ ପାରିଥାନ୍ତା ।

ଏହି ସମସ୍ତ କଥା ଶୁଣି ମେଷପାଳକ ବୁଝି ପାରିଲା, ସେ ଯେଉଁ କଥା ପାଇଁ ଆଶ୍ଚର୍ଯ୍ୟ ହେଉଥିଲା ପ୍ରକୃତରେ ତାର ଅର୍ଥ କଣ ଥିଲା । ଏହି ପ୍ରକାର ଆମ ଜୀବନରେ ଅନେକ ସମସ୍ୟା ଆସିଲେ ଭାବିଲେ ଭାବୁ ଆମ ପ୍ରତି ଅନ୍ୟାୟ ହେଉଛି । ମାତ୍ର ଭଗବାନଙ୍କ ଏହି କାର୍ଯ୍ୟ ପଛରେ କଣ କାରଣ ରହିଛି ସେଥିପ୍ରତି ଆମେ ଅଜ୍ଞାତ ରହୁଥାଉ । ସେଥିପାଇଁ ଜୀବନରେ ଯେତେ ମଧ୍ୟ ସମସ୍ୟା ଆସିଲେ ଏହି କାହାଣୀକୁ ମନେ ପକାଇ ଭଗବାନଙ୍କ ଉପରେ ବିଶ୍ୱାସ ଅତୁଟ ରଖନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *