ଭଲ ଲୋକ ମାନେ ନିଜ ଜୀବନରେ କଣ ପାଇଁ ଅଧିକ ଦୁଃଖ ଭାଗ କରିଥାନ୍ତି, ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ ! Motivational Speech

ବନ୍ଧୁଗଣ ସମସ୍ତଙ୍କ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ କେବେ ନା କେବେ ଉଙ୍କି ମାରିଥାଏ । ଯେ ଭଲ ଲୋକ ମାନେ ସବୁବେଳେ କଣ ପାଇଁ ଦୁଃଖ କଷ୍ଟରେ ରହିଥାନ୍ତି । ସେମାନେ ଅଧିକ ଦୁଃଖ କାହିଁକି ପାଇଥାନ୍ତି ? ତେବେ ଏଭଳି ପ୍ରଶ୍ନ ଥରେ ସ୍ଵାମୀ ବିବେକାନନ୍ଦ ତାଙ୍କ ଗୁରୁ ରାମକୃଷ୍ଣ ପରମହଂସକୁ ପଚାରି ଥିଲେ । ତେବେ ଏହାର ଉତ୍ତର ଦେବାକୁ ଯାଇ ଗୁରୁ ପରମହଂସ କହିଥିଲେ । ଯେ ହୀରାକୁ ରଗଡିଲେ ଚମକିଥାଏ । ସୁନାକୁ ଶୁଦ୍ଧ ହେବା ପାଇଁ ନିଆଁରେ ପକାଯାଇଥାଏ ।

ତେଣୁ ଭଗବାନ ଭଲ ଲୋକଙ୍କୁ ଦୁଖ ଦେଇନଥାନ୍ତି । ବଂର ସେହି ଭଲ ଲୋକଙ୍କୁ କିଛି ଦୁଃଖର ପରୀକ୍ଷା ଦେବାକୁ ପଡିଥାଏ । ଯେଉଁ କାରଣରୁ ସେମାନେ ସେହି ପରୀକ୍ଷା ଦେଇସାରିଲା ପରେ ଏକ ଉତ୍ତମ ଜୀବନ ବିତାଇପାରିବେ । ହେଲେ ଭଲ ଲୋକଙ୍କ ଉପରେ ଭଗବାନ ସବୁବେଳେ କୃପା ଦ୍ରୁଷ୍ଟି ନିଜର ବନାଇ ରଖିଥାନ୍ତି । ତେବେ ଅନେକ ଲୋକ ନିଜର କର୍ମମୟ ଜୀବନକୁ ନେଇ ମଧ୍ୟ ବହୁତ ଚିନ୍ତାରେ ପଡିଯାଇଥାନ୍ତି ।

ତେବେ ସେହି ଲୋକ ମାନେ ନିଜର ଭଲ ଓ ଖରାପ କର୍ମକୁ ନିଜେ ପରଖିବାବାକୁ ପଡିବ ବୋଲି ଗୁରୁ କହିଥିଲେ । ଯେ କେଉଁ କାମ କରିବା ଦ୍ଵାରା ଆମ ଜୀବନ ସାର୍ଥକ ହୋଇପାରିବ । ସେହି କାମରେ ଅଧିକ ଗୁରୁତ୍ଵ ଦେବାକୁ ପଡିବ । ଯେଉଁ ଖରାପ କର୍ମ ଦ୍ଵାରା ସମୟ ଅପଚୟ ହୋଇଥାଏ, ସେହି କାମ ଠାରୁ ନିଜକୁ ନିବୃତ୍ତ କରି ରଖିବାକୁ ପଡିବ ।

ତେବେ ଜୀବନ ବହୁତ ଜଟିଳ ହୋଇଥାଏ ବୋଲି ଅନେକ କହିଥାନ୍ତି । ଯେଉଁ କାରଣରୁ ବ୍ୟକ୍ତି ବହୁତ ଚିନ୍ତାରେ ମଧ୍ୟ ଏହାକୁ ଭାବି ଭାବି ଦିନ ବିତାଇଥାନ୍ତି । ହେଲେ ବ୍ୟକ୍ତିକୁ ଜୀବନରେ କଣ ଭଲ ଓ କଣ ଖରାପ ସେଥିରେ ଅଧିକ ବିଶ୍ଳେଷଣ ନକରି କେବଳ ଭଲ କର୍ମ କରିଯିବାକୁ ପଡିବ । ତେବେ ଯେଉଁ ବ୍ୟକ୍ତି ସବୁବେଳେ କିଛି ନା କିଛି କଥାକୁ ନେଇ ଚିନ୍ତାରେ ରହିଥାଏ ।

ସେହି ବ୍ୟକ୍ତି ନିଜ ଜୀବନରେ ସବୁବେଳେ ଦୁଃଖ ଭୋଗ କରିଥାଏ । ତେଣୁ ଛୋଟ ଛୋଟ କଥା କି ବିନା କାରଣରେ କୌଣସି କଥା ଉପରେ ଅଧିକ ଚିନ୍ତା କରିବାକୁ ବ୍ୟକ୍ତି ଛାଡିଦେବା ଉଚିତ । ସେତେବେଳେ ଜୀବନରେ ଆପେ ଆପେ ଖୁସି ଆସିବା ଆରମ୍ଭ କରିଦେବ । ଯେତେବେଳେ ଯେକୌଣସି ଜୀବନର ନିଷ୍ପତ୍ତି ନେବାକୁ ଚାହୁଁଥିବ । ସେତେବେଳେ ଅନ୍ୟ କାହା କଥା ନିଜ ଲକ୍ଷପଥରୁ ବିଚ୍ଯୁତ ହୋଇଯିବା ଅନୁଚିତ ।

ତେଣୁ ସର୍ବଦା ନିଜ ଅନ୍ତର ମନର କଥାକୁ ଶୁଣି ଭଗବାନଙ୍କ ଉପରେ ଭରଷା ରଖି ଆଗକୁ ବଢିବାକୁ ପଡିବ । ତେବେ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *