Chanakya Niti- ଭାଗ୍ୟଶାଳୀ ମହିଳାଙ୍କ ଶରୀରରେ ଥାଏ ଏମିତି ଚିହ୍ନ, ଏମାନଙ୍କ ପାଦ ଘରେ ପଡିବା ମାତ୍ରେ ବଢିଚାଲେ ଧନ ସମ୍ପତ୍ତି

ବନ୍ଧୁଗଣ, ହିନ୍ଦୁ ଧର୍ମରେ ସ୍ତ୍ରୀ ମାନଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଇଥାଏ । ସେମାନଙ୍କୁ ମାନ ସନମାନ ଦେବା ସହିତ ତାଙ୍କର ପୂଜା ମଧ୍ୟ କରିଥାନ୍ତି । ଯଦି କୌଣସି ହିନ୍ଦୁ ପରିବାରରେ କନ୍ୟା ର ଜନ୍ମ ହୋଇଥାଏ ତେବେ କୁହାଯାଏ ଯେ, ଘରକୁ ଲକ୍ଷ୍ମୀ ଆସିଛନ୍ତି ।

ଏହା ବ୍ୟତୀତ ଯେତେବେଳେ ଗୋଟେ ଝିଅ ବଡ ହୋଇଥାଏ, ଏହାପରେ ତାହାର ବିବାହ ହୋଇଥାଏ ଏବଂ ସେ ପ୍ରଥମ ଥର ପାଇଁ ନିଜ ଶାଶୁଘର କୁ ଯାଇଥାଏ, ସେତେବେଳେ ଲୋକ ମାନେ ମଧ୍ୟ କହିଥାନ୍ତି ଯେ, ତାଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି । ଅର୍ଥାତ ସ୍ତ୍ରୀ ଙ୍କ ରୂପ କୁ ଦେବୀ ମାତା ଙ୍କ ସାଜ୍ଞା ଦିଆଯାଇଅଛି । ସାମୁଦ୍ରିକ ଶାସ୍ତ୍ର ରେ ସ୍ତ୍ରୀ ମାନଙ୍କ ସମ୍ବନ୍ଧରେ କିଛି ବିଶେଷ କଥା କୁହା ଯାଇଅଛି । ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ସେହି ଲକ୍ଷଣ ଗୁଡିକ ବିଷୟରେ ଯାହା ମହିଳା ମାନଙ୍କୁ ଭାଗ୍ୟଶାଳୀ କରାଇଥାଏ ।

୧- ଚମକୁଥିବା ନଖ;- ବହୁତ ମହିଳା ମାନଙ୍କ ନଖ ସୁନ୍ଦର ହୋଇଥାଏ । ମାତ୍ର ଗୋଲାପି ନଖ ଥିବା ମହିଳା ମାନେ ଉତ୍ତମ ସ୍ୱାସ୍ଥ୍ୟ ସାଙ୍ଗକୁ ଉତ୍ତମ ଚରିତ୍ର ପ୍ରକୃତିର ହୋଇଥାନ୍ତି । ଏମାନେ ନିଜ ସ୍ଵାମୀ ତଥା ନିଜ ପରିବାର ଉଭୟ ଙ୍କ ଯତ୍ନ ନେଇଥାନ୍ତି । ଏମାନେ ନିଜ ଇଚ୍ଛା ଅନୁଯାୟୀ ସମସ୍ତ କାର୍ଯ୍ୟ କରିବାକୁ ଭଲ ପାଆନ୍ତି ।

୨- ପାଦର ମାଧ୍ୟମ ଅଙ୍ଗୁଳି;- ଯେଉଁ ମହିଳା ମାନଙ୍କ ପାଦର ମଧ୍ୟମ ଅଙ୍ଗୁଳି ଅପେକ୍ଷାକୃତ୍ତ ବଡ ହୋଇଥାଏ ସେମାନେ ବହୁତ ଦୁର୍ଭାଗ୍ୟଶାଳୀ ହୋଇଥାନ୍ତି ।

୩- ବାମ ଗାଲରେ କଳାଜାଇ;- ଯେଉଁ ମହିଳା ମାନଙ୍କ ବାମ ଗାଲରେ କଳାଜାଇ ରହିଥାଏ, ସେମାନେ ସୁସ୍ଵାଦ ଖାଇବାକୁ ବହୁତ ଭଲ ପାଇଥାନ୍ତି । ସେନିଜ ସଂପୂର୍ଣ୍ଣ ପରିବାରର ଭଲ ଭାବରେ ଧ୍ୟାନ ରଖିଥାନ୍ତି । ଏହା ସହିତ ବହୁତ ଭଲ ରୋଷେଇ କରିଥାନ୍ତି । ଏହା ଫଳରେ ତାଙ୍କ ପରିବାର ତାଙ୍କ ଉପରେ ସବୁବେଳେ ଖୁସି ରହିଥାନ୍ତି ।

୪- ଲାମ୍ବା ନାକ;- ଯେଉଁ ମହିଳା ମାନଙ୍କ ନାକ ଲମ୍ବା ହୋଇଥାଏ ସେମାନେ ସମସ୍ତ ପରିସ୍ଥିତି ର ସାମ୍ନା କରିଥାନ୍ତି । ଏହିଭଳି ମହିଳା ମାନଙ୍କୁ ଖର୍ଚ୍ଚ କରିବା ଭଲ ଲାଗିଥାଏ । ମାତ୍ର ଏମାନଙ୍କ ଦ୍ଵାରା କରାଯାଇଥିବା ଖର୍ଚ୍ଚ କେବେ ମଧ୍ୟ ବେକାର ଯାଏ ନାହିଁ ।

୫- ଲମ୍ବା ଆଙ୍ଗୁଳି;- ଯେଉଁ ମହିଳା ମାନଙ୍କ ଆଙ୍ଗୁଳି ଲମ୍ବା ହୋଇଥାଏ, ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ତାଙ୍କର ପାଠ ପଢା ରେ ଅଧିକ ରୁଚି ରହିଥାଏ । ଏହିଭଳି ମହିଳା ମାନେ ବ୍ୟର୍ଥ ରେ ଆଯ ଖର୍ଚ୍ଚ ଆଦୌ କରନ୍ତି ନାହିଁ ।ମାତ୍ର ଯଦି ଏମାନଙ୍କୁ ଅର୍ଥ ଦିଆଯାଏ ତେବେ ସେ ଏହାକୁ ୨ ଗୁଣ କରାଇବାକୁ ପ୍ରୟାସ କରିଥାନ୍ତି । ଏହି ମହିଳା ମାନଙ୍କ ସ୍ଵାମୀ ଏବଂ ପରିବାର ଏମାନଙ୍କ ଉପରେ ସନ୍ତୁଷ୍ଟ ରହିଥାନ୍ତି ।

ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *