Jyotish Shastra- ଭାଗ୍ୟଶାଳୀ ଝିଅ ମାନଙ୍କୁ ଚିହ୍ନିବା କିପରି ? ଜାଣନ୍ତୁ ଏହି 5 ଟି ଲକ୍ଷଣରୁ …

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ମହିଳା ମାନଙ୍କ ଏଭଳି ଚିହ୍ନ ସମ୍ବନ୍ଧରେ ଯାହା ସେମାନଙ୍କୁ ଭାଗ୍ୟଶାଳି ବନାଇଥାଏ । ହିନ୍ଦୁ ଧର୍ମରେ ମହିଳା ମାନଙ୍କୁ ଘରର ଲକ୍ଷ୍ମୀ ବୋଲି କୁହା ଯାଇଥାଏ ।

ଯଦି ହିନ୍ଦୁ ପରିବାରରେ ଝିଅ ଜନ୍ମ ହୋଇଥାଏ ତେବେ ଘରକୁ ଲକ୍ଷ୍ମୀ ଆସିଲା ବୋଲି କହିଥାନ୍ତି । ଏହି ଝିଅ ବଡ ହୋଇ ବିବାହ କରିଲେ ଶାଶୁଘର ଲୋକେ କହିଥାନ୍ତି ଯେ, ଘରକୁ ଲକ୍ଷ୍ମୀ ଆସିଲେ ବୋଲି । ଅର୍ଥାତ ନାରୀ ଙ୍କ ରୂପ କୁ ଦେବୀ ଙ୍କ ସଜ୍ଞା ଦିଆ ଯାଇଥାଏ । ସାଧାରଣତ ସବୁ ଝିଅ ମାନେ ନିଜ ମାତାପିତା ଙ୍କ ନିମନ୍ତେ ସୌଭାଗ୍ୟ ନେଇ ଆସିଥାନ୍ତି । କିନ୍ତୁ ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ସୌଭାଗ୍ୟଶାଳୀ ମହିଳା ଙ୍କର କିଛି ବିଶେଷ ଚିହ୍ନ ତଥା ଲକ୍ଷଣ ସମ୍ବନ୍ଧରେ କୁହା ଯାଇଅଛି । ଆସନ୍ତୁ ଜାଣିବା ସେହି ସବୁ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।

୧- ଚମକୁଥିବା ଗୋଲାପି ରଙ୍ଗର ନଖ;- ଏହି ଭଳି ଲକ୍ଷଣ ଥିବା ମହିଳା ଉତ୍ତମ ସ୍ୱାସ୍ଥ୍ୟ ତଥା ଚରିତ୍ରବାନ ହୋଇଥାନ୍ତି । ଏମାନେ ନିଜ ପତି ତଥା ପରିବାରର ସମସ୍ତ ଙ୍କ ଯତ୍ନ ନେଇଥାନ୍ତି । ନିଜ ସ୍ଵାମୀ ତଥା ପରିବାରର ସୁଖ ଦୁଖ କୁ ଭଲ ଭାବରେ ବୁଝିଥାନ୍ତି । ଏମାନେ ସମସ୍ତଙ୍କ ସହିତ ଭଲ ଭାବରେ ମିଶି ଯାଇଥାନ୍ତି ।

୨- ଯେଉଁ ମହିଳା ମାନଙ୍କର ଗାଲର ବାମ ପାର୍ଶ୍ଵ ରେ କଳାଜାଇ ରହିଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ସାଧାରଣତ ଏମାନେ ବହୁତ ଖାଦ୍ୟ ପ୍ରିୟ ହୋଇଥାନ୍ତି । ନାନା ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ନିଜ ଘର ଲୋକଙ୍କୁ ଖାଇବାକୁ ଦେଇଥାନ୍ତି । ପରିବାର ଲୋକେ ମଧ୍ୟ ଏମାନଙ୍କ ଉପରେ ସନ୍ତୁଷ୍ଠ ରହିଥାନ୍ତି ।

୩- ଲମ୍ବା ନାକ;- କେଉଁ ମହିଳା ମାନଙ୍କର ନାକ ଲମ୍ବା ହୋଇଥାଏ, ସେମାନଙ୍କ ଠାରେ ବଡ ବଡ ସମସ୍ୟା କୁ ସାମାଧାନ କରିବାର କ୍ଷମତା ରହିଥାଏ । ଏହି ମହିଳା ମାନେ ଖର୍ଚ୍ଚ କରିବା ନିମନ୍ତେ ଆଧିକ ପସନ୍ଦ କରିଥାନ୍ତି ।

୪- ଲମ୍ବା ଆଙ୍ଗୁଠି;- ଯେଉଁ ମହିଳା ମାନଙ୍କ ଆଙ୍ଗୁଠି ଲମ୍ବା ହୋଇଥାଏ, ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ସେମାନେ ଲେଖା ପଢା କରିବାକୁ ପସନ୍ଦ କରିଥାନ୍ତି । କୌଣସି ପ୍ରକାରର ଫାଲତୁ ଖର୍ଚ୍ଚ କରି ନଥାନ୍ତି । ଯଦି ଏମାନଙ୍କୁ ଟଙ୍କା ଦିଆ ଯାଇଥାଏ ତେବେ ସେ ଟଙ୍କା କୁ ୨ ଗୁଣା କରିବାକୁ ପଛାନ୍ତି ନାହିଁ । ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ଏମାନଙ୍କ ଉପରେ ସର୍ବଦା ରହିଥାଏ ।

୫- ଗୋଲାପି ରଙ୍ଗର ପାଦ;- ଯେଉଁ ମହିଳା ମାନଙ୍କ ପାଦ ଗୋଲାପି ରଙ୍ଗର ହୋଇଥାଏ ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ରହିଥାଏ । ସେମାନେ କୌଣସି କାର୍ଯ୍ୟ କରିବାକୁ ଡରନ୍ତି ନାହିଁ । ନିଜ ସ୍ଵାମୀ ତଥା ପ୍ରେମୀ ସମେତ ପରିବାର କୁ ସର୍ବଦା ଖୁସିରେ ରଖିଥାନ୍ତି ।

ଏହିଭଳି ମହିଳା ଙ୍କୁ ଯେଉଁମାନେ ବିବାହ କରିଥାନ୍ତି ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *