ବନ୍ଧୁଗଣ ପ୍ରଭୁ ଗଣେଶଙ୍କୁ ବିଘ୍ନହର୍ତ୍ତା ବୋଲି କୁହାଯାଇଥାଏ । କାରଣ ଯେଉଁ ବ୍ୟକ୍ତି ପ୍ରଭୁ ଗଣେଶଙ୍କୁ ପୂଜାଅର୍ଚନା କରିବା ସହ ନିଜ ବିପଦରେ ତାଙ୍କୁ ସ୍ମରଣ କରିଥାଏ । ପ୍ରଭୁ ଗଣେଶ ସେହି ବ୍ୟକ୍ତିର ସବୁ ବିଘ୍ନକୁ ଖଣ୍ଡନ କରିଥାନ୍ତି । ତେବେ ପ୍ରଭୁ ଗଣେଶଙ୍କର ମୂର୍ତ୍ତି ଓ ଫୋଟ ଘରେ ରଖି ବହୁତ ଲୋକ ପୂଜା କରିଥାନ୍ତି । ତେବେ ବନ୍ଧୁଗଣ ଗଣେଶ ପୂଜା ସମୟରେ ଘର ହେଉ ପେଣ୍ଡାଲରେ କେଉଁ ପ୍ରକାର ଗଣେଶଙ୍କ ମୂର୍ତ୍ତି ଆଣି ପୂଜା କରିବା ଉଚିତ ନୁହେଁ ବୋଲି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି । ଆସନ୍ତୁ ସେ ସମ୍ପର୍କରେ ଏଠାରେ ଜାଣିବା ।
ଗଣେଶ ଠାକୁରଙ୍କ ବିନା ମୁକୁଟ ମୂର୍ତ୍ତି ଘରେ କେବେ ରଖନ୍ତୁ ନାହିଁ ଏହା ଘର ପାଇଁ ଶୁଭ ହୋଇନଥାଏ । ଯଦି ଆପଣ ବିନା ମୁକୁଟ ବାଲା ଗଣେଶ ଠାକୁରଙ୍କ ମୂର୍ତ୍ତି ଆଣି ତାକୁ ଘରେ କିମ୍ବା ପୂଜା ପେଣ୍ଡାଲରେ ବିରାଜମାନ କରିବେ । ତେବେ ଏହା ଠାକୁରଙ୍କ ଅପମାନ ବୋଲି କୁହାଯାଏ । ସେଥିପାଇଁ ଏମିତି ମୂର୍ତ୍ତି ଆଣିବା ଉଚିତ ନୁହଁ । ପ୍ରଭୁ ଗଣେଶ ମୁକୁଟ ପିନ୍ଧିଥିବା ବାଲା ମୂର୍ତ୍ତି ହିଁ ପୂଜା କରିବା ପାଇଁ ଆଣନ୍ତୁ ।
ଗଣେଶ ଠାକୁରଙ୍କ ଠିଆ ମୂର୍ତ୍ତି କେବେ ଘରକୁ ବା ପଣ୍ଡାଲକୁ ଆଣନ୍ତୁ ନାହିଁ ଏହା ଶାସ୍ତ୍ରରେ କୁହା ଯାଇଛି । କାରଣ ଆମେ ଠାକୁରଙ୍କୁ ନିଜ ଘରକୁ ଆଣୁ ଓ ତାଙ୍କୁ ଠିଆ ଠିଆ ବିଦା କରି ଦେଇ ଥାଉ । ଯାହା ଗୋଟେ ପ୍ରକାର ପ୍ରଭୁଙ୍କୁ ଅପମାନ ହେଲା ଭଳି କାର୍ଯ୍ୟ ହୋଇଥାଏ । ସେଥିପାଇଁ କେବେ ବି ଠାକୁରଙ୍କ ଠିଆ ହୋଇଥିବା ମୂର୍ତ୍ତି ପୂଜା ପାଇଁ ଆଣନ୍ତୁ ନାହିଁ ଏହା ବହୁତ ବଡ ଅଶୁଭ ହୋଇ ଥାଏ ।
ପେଣ୍ଡାଲରେ ଗଣେଶ ଠାକୁରଙ୍କୁ ମାଁ ପାର୍ବତୀ ଓ ଶିବଙ୍କ ସହ ଥିବା ମୂର୍ତ୍ତି ଆଣନ୍ତୁ ନାହିଁ, କାହିଁକି ନା ଯେତେବେଳେ ଆପଣ ଗଣେଶ ଠାକୁରଙ୍କ ପୂଜା କରନ୍ତି ଓ ଭଗବାନ ଶିବ, ପାର୍ବତୀଙ୍କୁ ଭଲ ପୂଜା ଦେଇ ନପାରନ୍ତି । ସେତେବେଳେ ତାଙ୍କର ଅପମାନ ହୋଇଥାଏ ।
ସେଥିପାଇଁ ଗଣେଶ ପୂଜା ସମୟରେ ଗଣେଶ ଠାକୁରଙ୍କୁ ପରିବାର ସହ ପେଣ୍ଡାଲରେ ବିରାଜିତ କରନ୍ତୁ ନାହିଁ । ତେବେ ଏହି ସବୁ କଥା ଉପରେ ଆପଣ ଧ୍ୟାନ ରଖି ପ୍ରଭୁ ଗଣେଶଙ୍କର ମୂର୍ତ୍ତି କିଣନ୍ତୁ । ଏଥିସହ ଠିକ ନୀତିନିୟମରେ ଭଗବାନ ଗଣେଶଙ୍କର ପୂଜାଅର୍ଚନା କରନ୍ତୁ ।
ବନ୍ଧୁଗଣ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହି ଭଲ ଭଲ ଅପଡେଟ ପାଇବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ