Vastu Tips- ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଏହି 5 ଟି ଅଭ୍ୟାସ ମଣିଷକୁ କେବେ ବି ଧନୀ ହେବାକୁ ଦିଏ ନାହିଁ

ବନ୍ଧୁଗଣ, ଭଗବାନ ଶ୍ରୀ କୃଷ୍ଣ ଙ୍କ ଅନୁସାରେ ଏହି ୫ ଟି କାରଣ ପାଇଁ ମନୁଷ୍ୟ ଜୀବନରେ ଆସିଥାଏ ଦରିଦ୍ରତା । ଗୀତାରେ ଉପଦେଶ ଦେଲା ସମୟରେ ଭଗବାନ ଶ୍ରୀ କୃଷ୍ଣ କହିଥିଲେ, ମନୁଷ୍ୟର ଜୀବନରେ ଆସୁଥିବା ସୁଖ ଦୁଖ, ଗରିବ ଧନୀ ନିମନ୍ତେ ସେ ନିଜେ ହିଁ ଦାୟୀ । ମନୁଷ୍ୟ ଦ୍ଵାରା ହେଉଥିବା କର୍ମ ହିଁ ତାଙ୍କର ଗରିବ ହେବାର ମୁଖ୍ୟ କାରଣ ହୋଇଥାଏ । ଯଦି ସେ ଖରାପ କାମ କରେ ତେବେ ତାକୁ ସେହିଭଳି ଖରାପ ଫଳ ହିଁ ମିଳିଥାଏ । ଯେ ଭଲ କର୍ମ କରେ ତାକୁ ଭଲ ଫଳ ମିଳିଥାଏ ।

ମନୁଷ୍ୟ କୁ ଏହା ଛାଡ ଅଟେ ଯେ ସବୁ ପ୍ରକାରର କର୍ମ କରି ଧନ ଅର୍ଜନ କରି ପାରିବ । ସବୁ ଉପଭୋଗ ସେ ନିଜେ କରି ପାରିବ କିନ୍ତୁ ମନୁଷ୍ୟ ଧନ ରୋଜଗାର କରିବା ଲୋଭରେ ଅଧର୍ମ ର ମାର୍ଗ ରେ ଚାଲିଯାଇଥାନ୍ତି । ପ୍ରତିଦିନ ଏଭଳି କାମ କରନ୍ତି ଯାହା ଦ୍ଵାରା ଜୀବନ ନକାରାତ୍ମକ ରେ ଭରିଯାଏ । ମନୁଷ୍ୟ ର ଭାଗ୍ୟ ରେଖା ଭୁଲ ହେଉ ଅଥବା କେତେ ମଧ୍ୟ ଲମ୍ବା ହେଉ । ଯଦି ସେ ଏହି ୫ ଟି କାର୍ଯ୍ୟ କରେ ତେବେ ତାକୁ ଦାରିଦ୍ର୍ୟତା ର ସାମ୍ନା କରିବାକୁ ପଡିଥାଏ । ଆସନ୍ତୁ ସେହି ୫ ଟି କାର୍ଯ୍ୟ ଭିତରେ ସଂପୂର୍ଣ୍ଣ ରୂପରେ ଜାଣିନେବା ।

୧;- ଯେଉଁ ଘରେ ଭଗବାନ ଙ୍କୁ ଭୋଗ ନ ଲଗାଇ ଅନ୍ନ ଗ୍ରହଣ କରିଥାନ୍ତି ସେହି ଘରେ ଦରିଦ୍ରତା ସର୍ବଦା ନିବାସ କରିଥାଏ । ଯେଉଁ ବିଧାତା ମନୁଷ୍ୟକୁ ଅନ୍ନ ପ୍ରଦାନ କରିଥାନ୍ତି ଯଦି ମନୁଷ୍ୟ ତାଙ୍କୁ ହିଁ ଭୁଲିଯିବ ତେବେ ତାହା ନିରାଦାର ଅଟେ ।

୨;- ଦାନ ନ କରିବା, ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେଉଁ ଘରର ଲୋକ ନିଜର ସାମର୍ଥ ଅନୁସାରେ ଦାନ ଧର୍ମ କରନ୍ତି ନାହିଁ, ତାଙ୍କ ଠାରୁ ଲକ୍ଷ୍ମୀ ଦୂରେଇ ଯାଇଥାନ୍ତି । ଧନର ସଦଉପଯୋଗ ଦାନରୁ ହିଁ ହୋଇଥାଏ । ଦାନ କରିବା ଦ୍ଵାରା ଧନ ର ବୃଦ୍ଧି ହୋଇଥାଏ । ଯଦି ଧନର ଦାନ ନ କରନ୍ତି ତେବେ ଏହିଭଳି ଧନ କଷ୍ଟସାଧ୍ୟ ହୋଇଥାଏ । ଏହିଭଳି ଧନ ସୁଖ ପ୍ରଦାନ କରି ନଥାଏ ।

୩;- ମହିଳା ମାନଙ୍କ ଅପମାନ, ଶ୍ରୀ କୃଷ୍ଣ କହିଛନ୍ତି ଯେ ମହିଳା ମାନେ ମାତା ଲକ୍ଷ୍ମୀ ଙ୍କ ରୂପ ଅଟନ୍ତି । ମହିଳା ଙ୍କ ସହିତ ହିଂସା କରିବା ବାଡେଇବା ପାପ ହୋଇଥାଏ । ଏଥିରେ ମା ଲକ୍ଷ୍ମୀ ରାଗି ଚାଲିଯାଇଥାନ୍ତି । ଯେଉଁଘରେ ସ୍ତ୍ରୀ ସବୁବେଳେ ଆନନ୍ଦ ରେ ରହିଥାଏ, ଏଭଳି ଘରେ ମାତା ଲକ୍ଷ୍ମୀ ଙ୍କ ସଦେବ ନିବାସ ହୋଇଥାଏ ।

୪;- ମଦିରା ସେବନ ଜୁଆ ଖେଳିବା, ଯେଉଁ ଘରର ସଦସ୍ୟ ମଦିରା ର ସେବନ କରନ୍ତି ଏବଂ ଜୁଆ ଖେଳିଥାନ୍ତି ତାଙ୍କର ସବୁ ପୂଣ୍ୟ କର୍ମ ନଷ୍ଟ ହୋଇଯାଇଥାଏ । ଜୁଆ ଖେଳିଲେ ଧନର ଦୁର୍ବ୍ୟବହାର ହୋଇଥାଏ । ଏଥିରେ ଲକ୍ଷ୍ମୀ ରାଗିଯାଇଥାନ୍ତି । ସେଥିପାଇଁ ମନୁଷ୍ୟକୁ ଧନର ସଦ ଉପଯୋଗ କରିବା ଆବଶ୍ୟକ ଅଟେ ।

୫;- ପର ସ୍ତ୍ରୀ ଙ୍କ ଉପରେ ନଜର ରଖିବା, ସାଧାରଣତ ପର ସ୍ତ୍ରୀ ଗମନ କୁ ପାପ ବୋଲି ମନା ଯାଇଅଛି । ବାଳି ଠାରୁ ଆରମ୍ଭ କରି ରାବଣ ପର୍ଯ୍ୟନ୍ତ ରାମାୟଣ ଠାରୁ ଆରମ୍ଭ କରି ମହାଭାରତ ପର୍ଯ୍ୟନ୍ତ ଏହାର ଅନେକ ଉଦାହରଣ ମିଳିଥାଏ । ପର ସ୍ତ୍ରୀ ର ନିଶା ରେ ମନୁଷ୍ୟ ର ଅନ୍ତ ଦିନେ ନା ଦିନେ ହୋଇଥାଏ । ଏଥିପାଇଁ ନିଜ ସ୍ତ୍ରୀ ଛଡା ଅନ୍ୟ ସ୍ତ୍ରୀ ଙ୍କ ସହିତ ପ୍ରସଙ୍ଗ କରନ୍ତୁ ନାହିଁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *