Vastu Tips- ଭଗବାନ ଶ୍ରୀ କୃଷ୍ଣ କୁହନ୍ତି, ପୂଜା କର କି ନକର, ଜୀବନରେ ଏହି 4 ଟି ଅଭ୍ଯାସ ନିଶ୍ଚୟ ରଖ, ଦରିଦ୍ରତା ଛୁଇଁ ବି ପାରିବନି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ମନୁଷ୍ୟ ର କିଛି ଭିନ୍ନ ଅଭ୍ୟାସ ରହିଥାଏ । ଅଭ୍ୟାସ ଦୁଇ ପ୍ରକାର ଅଟେ ଭଲ ଏବଂ ଖରାପ । ନିଜର ଅଭ୍ୟାସ ଦ୍ୱାରା ହିଁ ମନୁଷ୍ୟ ନିଜର ପରିଚୟ ସୃଷ୍ଟି କରିଥାଏ ।

ଏହା ଦ୍ବାରା ମନୁଷ୍ୟ ର ମାନ, ଧନ ଓ ସମ୍ମାନ ବୃଦ୍ଧି ହୋଇଥାଏ । ଏହା ସହିତ ମନୁଷ୍ୟ ନିଜର ଅଭ୍ୟାସ ଦ୍ବାରା ତା’ର ଭାଗ୍ୟ ଉପରେ ପ୍ରଭାବ ପଡ଼ିଥାଏ ।

ମନୁଷ୍ୟ ଯଦି ନିଜ ମଧ୍ୟରେ ଭଲ ଅଭ୍ୟାସ ରଖି କାର୍ଯ୍ୟ କରିଥାଏ ତେବେ ତା’ ଉପରେ ଦେବୀ ଦେବତା ପ୍ରସନ୍ନ ହୋଇଥାନ୍ତି ଏବଂ ମନୁଷ୍ୟ ର ଖରାପ ଅଭ୍ୟାସ ତା’କୁ ବିପଦ ରେ ପକାଇଥାଏ । ତେବେ ଶାସ୍ତ୍ର ଅନୁସାରେ ଏଭଳି ୪ ଟି ଅଭ୍ୟାସ ସମ୍ବନ୍ଧରେ କୁହାଯାଇଛି ଯାହା ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ରହିବା ଆବଶ୍ୟକ ।

ଯେଉଁ ବ୍ୟକ୍ତି ମଧ୍ୟରେ ଏହି ଅଭ୍ୟାସ ଗୁଡ଼ିକ ବିଦ୍ୟମାନ ରହିଥାଏ ସେହି ବ୍ୟକ୍ତି ଦେବୀ ଦେବତା ଙ୍କ ଆଶୀର୍ବାଦ ର ଅଧିକାରୀ ହୋଇଥାଏ ଏବଂ ଜୀବନ ରେ ସଫଳ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ୪ ଟି ଭଲ ଅଭ୍ୟାସ ସମ୍ବନ୍ଧରେ କହୁବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଏହି ଦୁନିଆ ରେ ସର୍ବଶ୍ରେଷ୍ଠ ହେଉଛନ୍ତି ଈଶ୍ୱର । ତେଣୁ ପ୍ରତ୍ୟେକ ବ୍ୟକ୍ତି କୁ ନିଜ ଇଷ୍ଟ ଦେବ ଙ୍କ ଆରାଧନା କରିବା ଆବଶ୍ୟକ । ବର୍ତ୍ତମାନ ସମୟରେ ଯଦିଓ ମନୁଷ୍ୟ କୁ ଈଶ୍ୱର ଙ୍କ ପୂଜା ପାଠ କରିବା ନିମନ୍ତେ ସମୟ ମିଳୁ ନାହିଁ, କିନ୍ତୁ ସପ୍ତାହ କୁ ଥରେ ନିଜ କୁଳ ଦେବତା ଙ୍କ ବାର ଅନୁସାରେ ଯଦି ତାଙ୍କର ସ୍ମରଣ କରିବେ ଏବଂ ଘରେ ପୂଜା ରଖିବେ ତେବେ ଏହାଦ୍ବାରା ପରିବାର ସଦସ୍ୟ ଙ୍କ ମଙ୍ଗଳ ହେବ ଏବଂ ଘରେ ସୁଖ ସମୃଦ୍ଧି ପ୍ରତିଷ୍ଠା ହେବ ।

ଏହା ସହିତ ପ୍ରତିଦିନ ସକାଳ ଓ ସଂଧ୍ୟା ସମୟରେ ତୁଳସୀ ଚଉରା ପାଖରେ ଦୀପ ଅଵଶ୍ୟ ଜାଳିବା ଆବଶ୍ୟକ । ଏହାଦ୍ବାରା ଆପଣଙ୍କ କୁଳ ଦେବତା ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।

୨. ବନ୍ଧୁଗଣ ଦ୍ବିତୀୟତଃ, ଶାସ୍ତ୍ର ରେ ଉଲ୍ଲେଖ ରହିଛି ବିନା ସ୍ନାନ କରି ରୋଷେଇ ଘରେ ପ୍ରବେଶ କରିବା ଉଚିତ ନୁହେଁ । କିନ୍ତୁ ବର୍ତ୍ତମାନ ର ବ୍ୟସ୍ତତା ଜୀବନ ରେ ଏହା ସମ୍ଭବ ନୁହେଁ । ତେଣୁ ଚେଷ୍ଟା କରନ୍ତୁ ନିଜର ନିତ୍ୟକର୍ମ ସାରି ଏବଂ ହାତ ମୁହଁ ସ୍ୱଚ୍ଛ ରଖି ରୋଷେଇ ଘରେ ପ୍ରବେଶ କରନ୍ତୁ ଏବଂ ରୋଷେଇ କରିବା ପୂର୍ବରୁ ଚୁଲା କୁ ପ୍ରଣାମ କରନ୍ତୁ । ଏହାଦ୍ବାରା ଅଗ୍ନି ଦେବତା ଓ ମାତା ଅନ୍ନପୂର୍ଣ୍ଣା ଆପଣଙ୍କ ଉପରେ ପ୍ରସନ୍ନ ହେବେ । ଏହା ସହିତ କେବେବି ଅନ୍ନ ର ଅପମାନ କରନ୍ତୁ ନାହିଁ । ଏହା ଅନୁଚିତ ଅଟେ ।

୩. ବନ୍ଧୁଗଣ ତୃତୀୟତଃ, ଏଭଳି କିଛି ଅଭ୍ୟାସ ରହିଛି ଯାହା ଯଦି ମନୁଷ୍ୟ ନିଜ ମଧ୍ୟରେ ରଖିଥାଏ ତେବେ ଦେବାଦେବୀ ଙ୍କ ଆଶୀର୍ବାଦ ସର୍ଵଦା ମନୁଷ୍ୟ ଉପରେ ରହିଥାଏ । କେବେବି କୌଣସି ବ୍ୟକ୍ତି କୁ ଅଜାଣତରେ ବି ଅପଶବ୍ଦ କୁହନ୍ତୁ ନାହିଁ, କେବେବି କାହାର ମନ ଦୁଃଖ କରାନ୍ତୁ ନାହିଁ, କୌଣସି ବ୍ୟକ୍ତି ର ଅପମାନ କରନ୍ତୁ ନାହିଁ ଏବଂ ସର୍ଵଦା ଅନ୍ୟର ଆଦର କରନ୍ତୁ ।

ଏହା ସହିତ ପଶୁ ପକ୍ଷୀ ଉପରେ କେବେବି ଅତ୍ୟାଚାର କରନ୍ତୁ ନାହିଁ ଏବଂ ଘରକୁ ଆସୁଥିବା ଜୀବ କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଉପରେ ସଦା ସର୍ଵଦା ଦେବୀ ଦେବତା ଙ୍କ ଆଶୀର୍ବାଦ ରହିଥାଏ ।

୪. ବନ୍ଧୁଗଣ ଚତୁର୍ଥତଃ, ଆପଣ ଚାଲୁଥିବା ସମୟ ରେ ସର୍ଵଦା ଧ୍ୟାନ ରଖନ୍ତୁ ଯେପରି ଆପଣଙ୍କ ଗୋଡ଼ ତଳେ କୌଣସି ଜୀବ ନ ଆସୁ ଏବଂ ଅଜାଣତରେ ସେମାନଙ୍କ ମୃତ୍ୟୁ ନ ହେଉ । ଆପଣ ଘରୁ ବହାରକୁ ଯିବା ସମୟରେ ଈଶ୍ୱର ଙ୍କ ନାମ ନେଇ ବାହାରନ୍ତୁ ଏବଂ ଚାଲିବା ସମୟରେ ନିଜର ପ୍ରତି ପାଦ ଉପରେ ନଜର ରଖନ୍ତୁ ଯେପରି ଆପଣଙ୍କ ଦ୍ଵାରା ଅଜାଣତରେ କୌଣସି ଜୀବ ର ପ୍ରାଣ ନ ଯାଉ ।

ଯେଉଁ ବ୍ୟକ୍ତି ଏପରି ଅଭ୍ୟାସ ରଖିଥାଏ ସେହି ବ୍ୟକ୍ତି ଭଗବାନ ଙ୍କ ପ୍ରିୟ ହୋଇଥାଏ । ଏଭଳି ବ୍ୟକ୍ତି ଉପରେ ଭଗବାନ ସଦା ସର୍ବଦା ନିଜର କୃପାଦୃଷ୍ଟି ବଜାୟ ରଖନ୍ତି । ଏହି ବ୍ୟକ୍ତି ମାନଙ୍କୁ କେବେବି ନକରାତ୍ମକ ଶକ୍ତି ଏବଂ ଦାରିଦ୍ର୍ୟତା ଛୁଇଁ ମଧ୍ୟ ପାରି ନଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *