କାହିଁକି ଭଗବାନ ଭଲ ଲୋକଙ୍କୁ ବି ଦୁଃଖ କଷ୍ଟ ଦେଇଥାନ୍ତି ? (Gita Gyana)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନୁଷ୍ୟ ନିଜର କର୍ମ ଫଳ ଅନୁସାରେ ଫଳ ପ୍ରାପ୍ତ କରିଥାଏ । ଯେଉଁ ବ୍ୟକ୍ତି ଯେପରି କରିଥାଉ । ସେହି ବ୍ୟକ୍ତି ସେହି ପରି ଅନୁରୂପ ଫଳ ଭୋଗ କରିବ । ପ୍ରାୟତଃ ଲୋକ ମାନଙ୍କର ମନରେ ଧାରଣା ରହିଥାଏ । ଭଲ କାର୍ଯ୍ୟ କରୁଥିବା ଲୋକ ମାନଙ୍କର କାହିଁକି ଭାଗ୍ୟ ଖରାପ ହୋଇଥାଏ । ଏହି ବିଷୟରେ ଜାଣିବାକୁ ହେଲେ ଆଜି ଆପଣ ମାନଙ୍କୁ ଏକ ସୁନ୍ଦର ଗପ ଜାଣିବାକୁ ପଡିବ । ଏକଦା ଗ୍ରାମରେ ଜଣେ ସାଧୁବାନ ଓ ଧାର୍ମିକ ସ୍ଵଭାବର ଲୋକଟି ଥିଲା ।

ସେହି ଲୋକ ନିଜର କର୍ମ କରିବା ସହିତ ସକାଳ ଓ ସନ୍ଧ୍ୟା ବେଳେ ୨ ଥର ଠାକୁର ମନ୍ଦିର ଯାଇ ପ୍ରଭୁଙ୍କୁ ଦର୍ଶନ କରିଥାଏ । ଅନ୍ୟ ପକ୍ଷରେ ଏକ ଲୋକ ସବୁବେଳେ ସାଧୁବାନ ଯାଉଥିବା ମନ୍ଦିର ତଥା ଅନ୍ୟ ମନ୍ଦିର ମାନଙ୍କୁ ଯାଇ ମଧ୍ୟ ଚପଲ ଓ ଅନ୍ଯାନ୍ଯ ଚୋରୀ କାର୍ଯ୍ୟ କରିଥାଏ । ଥରେ ସେହି ଭଦ୍ର ଲୋକ ଜଣଙ୍କ କାମରୁ ଫେରି ସନ୍ଧ୍ୟାରେ ମନ୍ଦିର ଦର୍ଶନ କରିବାକୁ ଯାଇଥିଲା ।ସେହି ସମୟରେ ଅତ୍ୟଧିକ ବର୍ଷା ହେବା ସହ ରାସ୍ତାଘାଟ ସୁନସାନ ଥିଲା ।

ଭଦ୍ର ଲୋକ ଜଣଙ୍କ ମନ୍ଦିରରୁ ମୁଣ୍ଡିଆ ମାରି ଆସିଲା ପରେ ଖରାପ ବ୍ୟକ୍ତି ଜଣଙ୍କ ସେହି ମନ୍ଦିରରେ ଯାଇ ପହଞ୍ଚିଛି । ବର୍ଷା ହେଉଥିବା ସମୟରେ ମନ୍ଦିରରେ କେହି ବ୍ୟକ୍ତିବିଶେଷ ନଥିବା କାରଣରୁ ଏହାର ସୁଯୋଗ ନେଇ ଖରାପ ବ୍ୟକ୍ତି ଜଣଙ୍କ ମନ୍ଦିରର ଦାନ ବାସ୍କ ଚୋରୀ କରିନେଇଯାଇଛି ।ସକାଳେ ମନ୍ଦିରକୁ ପୂଜକ ତଥା ଅନ୍ୟ ଲୋକ ଆସିଲେ । ମନ୍ଦିରର ଦାନ ବାସ୍କ ଚୋରୀ ହେବା କଥା ଜାଣିବାକୁ ପାଇଲେ ।

ସେମାନେ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ଦର୍ଶନ କରିବାକୁ ଆସୁଥିବା ଭଦ୍ର ଲୋକ ଉପରେ ସନ୍ଦେହ କଲେ । ତାପରେ ସେହି ବ୍ୟକ୍ତିକୁ ଚୋରୀର ଦୋଷ ଲଗାଇଲେ । କାରଣ ସନ୍ଧ୍ୟା ସମୟରେ ସେହି ଲୋକ ହିଁ ପ୍ରତ୍ଯେକ ଦିନ ମନ୍ଦିର ଯାଇଥାଏ । ଭଦ୍ର ବ୍ୟକ୍ତି ଜଣକ ଯେତେ ମଧ୍ୟ ଚୋରୀ କରିନି ବୋଲି କହିଲା ।ତାର କଥାକୁ କେହି ମଧ୍ୟ ନଶୁଣି ଓଲଟା ଘରୁ ପଇସା ଆଣି ମନ୍ଦିରରେ ଦେବା ପାଇଁ ଭଦ୍ର ଲୋକଙ୍କୁ କହିଲେ ।

ତାପରେ ଭଦ୍ର ଲୋକ ଜଣଙ୍କ କାନ୍ଦି କାନ୍ଦି ଘରକୁ ଫେରିବା ସମୟରେ ବାଟରେ କିଛି ଚୋର ଦଳ କିଛି ଜିନିଷ ଚୋରୀ କରିଯାଉଥିଲେ । ସେହି ଚୋର ଦଳଙ୍କ ସହିତ ଭଦ୍ର ବ୍ୟକ୍ତିଙ୍କର ଧକା ହୋଇଗଲା । ତାପରେ ଭଲ ବ୍ୟକ୍ତି ଜଣଙ୍କ ତଳେ ପଡି ଖଣ୍ଡିଆ ଖାବରା ହୋଇଗଲା । ଅନ୍ୟ ପକ୍ଷରେ ଯେଉଁ ଲୋକ ମନ୍ଦିରର ଦାନ ବାସ୍କ ଚୋରୀ କରିଥିଲା ।ସେହି ବ୍ୟକ୍ତି ସକାଳେ ମନ୍ଦିରକୁ ଚୋରୀ କରିବା ପାଇଁ ଆସିଥିଲା । ଯେଉଁ ସମୟରେ ଭଲ ଲୋକ ସହିତ ଚୋର ଦଳଙ୍କର ଧକା ହୋଇଥିଲା ।

ସେହି ସମୟରେ ଚୋର ଦଳ ଚୋରୀ କରି ଆଣିଥିବା ଟଙ୍କା ପୁଟୁଳା ସେହି ସ୍ଥାନରେ ପଡିଯାଇଥିଲା । ସେହି ଟଙ୍କା ପୁଟୁଳା ଚୋର ଜଣଙ୍କ ପାଇ ମନ ଆନନ୍ଦରେ ଘରକୁ ପଳେଇଗଲା । ଏହି ସବୁ କାର୍ଯ୍ୟ ଭଦ୍ର ବ୍ୟକ୍ତି ଜଣଙ୍କ ଖଣ୍ଡିଆ ଅବସ୍ତାରେ ଦେଖୁଥିଲା । ସେ ଜାଣିବାକୁ ପାଇଲା ଯେଉଁ ଲୋକ ଏବେ ଏହି ଟଙ୍କା ପୁଟୁଳାଟି ଉଠେଇ ନେଇଗଲା । ସେହି ନିଶ୍ଚୟ ମନ୍ଦିରର ଦାନ ବାସ୍କ ଚୋରୀ କରିଛି ।

କାରଣ ସେହି ବ୍ୟକ୍ତି ସ୍ଵଭାବ ବିଷୟରେ ଭଲ ବ୍ୟକ୍ତି ଜଣଙ୍କ ଆଗରୁ ଜାଣିଥିଲା । ଭଦ୍ର ବ୍ୟକ୍ତି ଜଣଙ୍କ ଘରକୁ ଯାଇ ଭଗବାନଙ୍କ ଆଗରେ ନିଜର ଦୁଃଖ ପ୍ରକାଶ କରି କହିଲା । ପ୍ରଭୁ ମୁଁ ସବୁବେଳେ ଭଲ କାର୍ଯ୍ୟ କରିବା ସହିତ ଆପଣଙ୍କର ପୂଜା ଅର୍ଚନା କରିଛି କିନ୍ତୁ ଏହାର ଫଳ ମୋତେ କଣ ମିଳିଲା । ମୋତେ ଲୋକ ମିଛ ଅପବାଦରେ ଚୋର ସାବ୍ୟସ୍ତ କରିବା ସହିତ ବାଟରେ ମୋର ଦୁର୍ଘଟଣା ଘଟିଲା । ଅପର ପକ୍ଷରେ ଯେଉଁ ବ୍ୟକ୍ତି ଜୀବନ ସାରା ଖରାପ କାର୍ଯ୍ୟ କରୁଛି ଓ ଦାନ ବାସ୍କ ମଧ୍ୟ ଚୋରୀ କରିଛି ।

ସେହି ବ୍ୟକ୍ତି ଜଣଙ୍କ ଅତି ଖୁସିରେ ଜୀବନଯାପନ କରୁଛି । ତେବେ ଏହି ଦୁନିଆରେ ଆଉ କେହି ଭଲ କର୍ମ କ’ ଣ ପାଇଁ କରିବା ପାଇଁ ଚାହିଁବେ । କିଛି ବର୍ଷ ଏହି ପରି ଭଲ ମନ୍ଦ ଭାବେ ବିତିଲା ପରେ ୨ ଭଦ୍ର ଓ ଖରାପ ଲୋକଙ୍କ ମୃତ୍ୟୁ ହୋଇଲା । ମୃତ୍ୟୁ ପରେ ଯେତେବେଳେ ୨ ଲୋକଙ୍କର ପାପ ଓ ପୂଣ୍ୟର ହିସାବ କିତାବ ହେଲା ।

ସେହି ସମୟରେ ଭଦ୍ର ଲୋକଜଣଙ୍କ ପଚାରିଲେ । ହେ ଇଶ୍ଵର ମୁ ଭଲ କାର୍ଯ୍ୟ କରି ମଧ୍ୟ କରି ମଧ୍ୟ ମୋ ଜୀବନରେ ଯେତେ ସୁଖ ନାହିଁ ଅନ୍ୟ ପକ୍ଷରେ ଖରାପ କାର୍ଯ୍ୟ କରୁଥିବା ଲୋକଟି ନିଜ ଜୀବନରେ ବେଶ ହସ ଖୁସିରେ ଅତିବାହିତ କରୁଛି । ଇଶ୍ଵର ଏହାର ଉତ୍ତର ଦେବାକୁ ଯାଇ ଭଲ ଲୋକକୁ କହିଲେ ତୁ ଗତ ଜନ୍ମରେ ପାପ କାର୍ଯ୍ୟ କରିଥିଲୁ ବୋଲି ତାହାର ଫଳ ସ୍ୱରୂପ ଏପରି ପରିଣାମ ପାଉଛୁ ।

ଅପର ପକ୍ଷରେ ଖରାପ କାର୍ଯ୍ୟ କରୁଥିବା ବ୍ୟକ୍ତି ଗତ ଜନ୍ମରେ ଭଲ କାର୍ଯ୍ୟ କରିଥିଲା ବୋଲି ଏହି ଜନ୍ମରେ ଏଭଳି ଖରାପ କାର୍ଯ୍ୟ କରି ମଧ୍ୟ ଭଲରେ ଚଳୁଛି କିନ୍ତୁ ସେ ଅଧମ ବ୍ୟକ୍ତି ଜାଣିପାରୁନାହିଁ ସେ ତା ଗତ ଜନ୍ମର ପୂଣ୍ୟ ଫଳ ସବୁ ପ୍ରାପ୍ତ କରିଛି ସତ କିନ୍ତୁ ଏହି ଜନ୍ମରେ ଯେତେ ଖରାପ କାର୍ଯ୍ୟ କରିଛି ସବୁ ପୂଣ୍ୟ ଫଳ ସରି ତାର ଭାଗ୍ୟର ଗତି ଖରାପ ହେବା ପାଇଁ ଯାଉଛି । ତେବେ ଆଜି ଜାଣିବାକୁ ପାଇଲୁ ଏହା କି ଯେ ଭଲ କର୍ମର ଫଳ ସର୍ବଦା ଭଲ ହୋଇଥିବା ବେଳେ ଖରାପ କର୍ମର ଫଳ ସର୍ବଦା ଖରାପ ହିଁ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗେ ତେବେ ନିହାତି ଭାବେ ଲାଇକ୍, କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *