ଭଗବାନଙ୍କୁ କଣ ମାଗିବା ଉଚିତ୍ ? ସୁନ୍ଦର କଥା, ନିଶ୍ଚୟ ପଢନ୍ତୁ

ମନୁଷ୍ୟ ଇଚ୍ଛାର ଓ ଈଶ୍ୱରଙ୍କୁ ମାଗିବାର କେବେ ଅନ୍ତ ହୁଏ ନାହିଁ । ଅନେକ ସମୟରେ ଆମେ ଭାବି ଥାଉ ସାରା ଦୁନିଆରେ କେବଳ ଆମେ ହିଁ ଅଧିକ ଦୁଃଖୀ ଓ ଈଶ୍ୱର ମଧ୍ୟ ଆମ ଗୁହାରି ଶୁଣୁ ନାହାନ୍ତି କି ଆମକୁ ସାହାଯ୍ୟ କରୁ ନାହାନ୍ତି ।

ମାତ୍ର ଏହା ଭୁଲ୍ ଅଟେ । ଈଶ୍ବରଙ୍କ କୃପା ଦୃଷ୍ଟି ସମସ୍ତଙ୍କ ଉପରେ ସମାନ ଭାବେ ରହିଛି । ତେବେ ଆପଣ କଣ ଜାଣିଛନ୍ତି କି ଇଶ୍ୱରଙ୍କୁ କଣ ମାଗିବା ଉଚିତ୍? ସମର୍ଥ ରାମଦାସ ସ୍ବାମୀ ଏକଦା ମହାରାଷ୍ଟ୍ରର ଜଣେ ତେଜସ୍ଵୀ ସନ୍ଥ ଥିଲେ । ସେ ନିଜ ଶିଷ୍ୟମାନଙ୍କୁ ଜୀବନର ସମସ୍ତ ମୂଲ୍ୟ ବିଷୟରେ ଅବଗତ କରାଇ ଉଭୟ ଶକ୍ତି ଏବଂ ଭକ୍ତି ଉପାସନାର ଶିକ୍ଷା ଦେଉଥିଲେ ।

ସେ ଦିନେ ଈଶ୍ୱରଙ୍କୁ କିଛି ମାଗିବା ଉଚିତ୍ କି ନୁହେଁ ଏ ବିଷୟରେ ଶିଷ୍ୟମାନଙ୍କୁ ଶିକ୍ଷା ଦେଉଥିଲେ । କାରଣ ତାଙ୍କର ଜଣେ ଶିଷ୍ୟ ତାଙ୍କୁ ପଚାରିଥିଲେ କି, ଗୁରୁ ଆପଣ ଯେତବେଳେ ଈଶ୍ବରଙ୍କ ନାମ ସ୍ମରଣ କରନ୍ତି ସେତେବେଳେ ଆପଣଙ୍କ ମୁଖରେ ଏତେ ଶାନ୍ତି କିପରି ରହିଥାଏ? ମାତ୍ର ଆମେ ଈଶ୍ବରଙ୍କ ନାମ ସ୍ମରଣ କରିବା ମାତ୍ରେ ଆମ ମନରେ ଅଶାନ୍ତ ହୁଏ ଆମେ ଈଶ୍ୱରଙ୍କୁ ନିଜ ଦୁଃଖ କଷ୍ଟ ବଖାଣି ଥାଉ?

ତେବେ ଗୁରୁ ରାମଦାସ ଶିଷ୍ୟଙ୍କୁ ଉତ୍ତର ଦେଲେ ସେ ଥରେ ଗୋଟିଏ ବଡ଼ ରାଜମହଲ ସାମନାରେ ଜଣେ ଭିକ୍ଷୁକକୁ ଠିଆ ହୋଇଥିବାର ଦେଖିଲେ । ତାର ଅବସ୍ଥା ଏତେ ଦୟନୀୟ ଥିଲା ଯେ ସମ୍ପୂର୍ଣ୍ଣ ଶରୀରକୁ ଘୋଡାଇବା ଭଳି ବସ୍ତ୍ର ମଧ୍ୟ ପିନ୍ଧି ନ ଥିଲା । ସେ ଅନେକ ଦିନରୁ ଭୋକିଲା ଥିଲା ପରି ଲାଗୁଥିଲା ଓ ଦୁର୍ବଳତା ଯୋଗୁଁ କେତେବେଳେ ମଧ୍ୟ ପଡ଼ିଯିବ ବୋଲି ଲାଗୁଥିଲା ।

ସେତେବେଳେ ରାଜମହଲରୁ ରାଜା ବାହାରି ଆସିଲେ ଓ ଭିକ୍ଷୁକଙ୍କୁ ପଚାରିଲେ, “ତୁମର କଣ ଆବଶ୍ୟକ ରହିଛି?” ତେବେ ଭିକ୍ଷୁକ ଉତ୍ତର ଦେଇଥିଲା, “ଯଦି ମୋର ଅବସ୍ଥାକୁ ଦେଖି ଆପଣ ଜାଣି ପାରୁ ନାହାଁନ୍ତି କି ମୋତେ କଣ ଦରକାର ବୋଲି ତା ହେଲେ ମୁଁ ଆପଣଙ୍କ ଠାରୁ କଣ ଆଶା କରିବି? ମୁଁ ଆପଣଙ୍କ ସାମନାରେ ଠିଆ ହୋଇଛି ଆପଣ ନିଜେ ଚିନ୍ତା କରନ୍ତୁ କି ମୋର କଣ ଆବଶ୍ୟକ ରହିଛି ।

ଏହି ଦେଖିବା ପରେ ସେହି ଦିନ ଠାରୁ ରାମଦାସ ସ୍ବାମୀ ଈଶ୍ୱରଙ୍କୁ କିଛି ମଧ୍ୟ ମାଗିବା ଛାଡ଼ି ଦେଲେ । ତପ୍ତରେ ସେ ଶିଷ୍ୟମାନଙ୍କୁ କହିଲେ, ସତ୍ୟ ଓ ଶୁଦ୍ଧ ମନରେ କେବଳ ଈଶ୍ବରଙ୍କ ନାମ ସ୍ମରଣ କର । ପରମାତ୍ମଙ୍କୁ ସବୁ କିଛି ଦିଶେ । ସେ ଆପଣଙ୍କ ଅବସ୍ଥା ମଧ୍ୟ ଦେଖୁଛନ୍ତି । ତାଙ୍କ ପାଖେ ଶବ୍ଦର କୌଣସି ଆବଶ୍ୟକ ନାହିଁ ।

ଏହାର ତାପ୍ତର୍ଯ୍ୟ ହେଉଛି ଈଶ୍ୱର ସମସ୍ତଙ୍କ ଭାଗ୍ୟରେ ସୁଖ ଓ ଦୁଃଖ ଉଭୟ ଲେଖିଛନ୍ତି । ସବୁ ବିଷୟର ଏକ ନିର୍ଦ୍ଧିଷ୍ଟ ସମୟ ରହିଛି । ଆପଣ କେବଳ କର୍ମ କରି ଚାଲନ୍ତୁ । ଉଚିତ୍ ସମୟ ଆସିଲେ ତାର ଫଳ ଆପଣଙ୍କୁ ନିଶ୍ଚୟ ପ୍ରାପ୍ତ ହେବ । ସେଥିପାଇଁ ଈଶ୍ବରଙ୍କ ପାଖରେ ସର୍ବଦା କିଛି ନା କିଛି ମାଗିବା ଠିକ୍ ନୁହେଁ । ବରଂ ବର୍ତ୍ତମାନ ଯେ କୌଣସି ବିଷୟ ଆପଣଙ୍କୁ ଈଶ୍ୱର ଦେଇଛନ୍ତି ସେଥିପ୍ରତି ଧନ୍ୟବାଦୀ ହୁଅନ୍ତୁ । ଈଶ୍ୱର ସବୁ ଦେଖୁଛନ୍ତି, ଉଚିତ୍ ସମୟରେ ସମସ୍ତ ବିଷୟ ସାଧନ କରିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ 

Leave a Reply

Your email address will not be published. Required fields are marked *