ବନ୍ଧୁଗଣ, ଭଡାଘରେ ଆପଣ ମାଣ ବସାଇ ପାରିବେ, ମାତ୍ର ଏହା ମଧ୍ୟରେ କିଛି କଥା ରହିଅଛି ଯାହାକୁ ଆପଣଙ୍କୁ ବୁଝିବାକୁ ପଡିବ । ମାତା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ, ଯେହେତୁ ଆମ୍ଭେ ଗୃହ ଲକ୍ଷ୍ମୀ ଭାବରେ ମାତା ଙ୍କୁ ପୂଜା କରୁଛେ ଏବଂ ମାଣବସାରେ ଗୃହ ଲକ୍ଷ୍ମୀ ଭାବରେ ନିଜେ ମା’ ଙ୍କୁ ସ୍ଥାପନା କରୁଛେ, ସେଥିପାଇଁ ସମସ୍ତଙ୍କ ମନରେ ଭୟ ଥାଏ ଯେ ଯଦି ଆମ୍ଭେ ଭଡା ଘରେ ପୂଜା କରିବୁ ମା ଙ୍କୁ, ମାଣ ବସାଇବୁ, ଭଡା ଘର ହେଉଛି ଅନ୍ୟ ଲୋକ ର ତେବେ ତାଙ୍କ ଘରେ ମାତା ଙ୍କୁ ଆବାହାନ କରିଲେ ତାଙ୍କ ଘରେ ମାତା ଲକ୍ଷ୍ମୀ ରହିଯିବେ ।
ଆମ୍ଭ ଘରକୁ ଆସିବେ ନାହିଁ । ତେବେ ଆମ୍ଭର ଧନ ଚାଲିଯିବ । ଆମ୍ଭେ ଦାରିଦ୍ର୍ୟ ହୋଇଯିବା । ଏହିଭଳି ଭୟ ସମସ୍ତଙ୍କ ମନରେ ରହିଥାଏ । ଯଦି ଆପଣଙ୍କ ମନ କହୁଛି ଏ କାମ କରନ୍ତୁ ନାହିଁ । ସେହିଭଳି ଯଦି ଆପଣଙ୍କ ମନ କହୁଛି ଏହି କାର୍ଯ୍ୟ କର ତେବେ ତାହାକୁ ନିଶ୍ଚିତ କରନ୍ତୁ । ବହୁ ପୁରାତନ କାଳରୁ ମାଣବସା କୁ ନେଇ ବହୁତ ଗୁଡିଏ ନୀତି ନିୟମ ପ୍ରଚଳିତ ଅଛି ।
ଏହାକୁ ଆପଣ ଲୋକାଚାର ବୋଲି କହିପାରିବେ । ଶାସ୍ତ୍ରରେ ବିଶେଷ କିଛି ବର୍ଣ୍ଣନା ନାହିଁ ଯେ ମାଣବସାରେ ଏଭଳି ସବୁ ନିୟମ ପାଳନ କରାଯିବ କିନ୍ତୁ ଲୋକ ମାନେ ବହୁତ କିଛି ନିୟମ ପାଳନ କରନ୍ତି । ଯେଉଁ ମାନେ ଭଡା ଘରେ ରୁହନ୍ତି ସେମାନଙ୍କୁ ବାରମ୍ବାର ଘର ବଦଳାଇବାକୁ ହୋଇଥାଏ । ଏହିଭଳି ସ୍ଥିତି ରେ ମାଣହାଣ୍ଡି କୁ ନେଇ ଆପଣଙ୍କୁ ସାଙ୍ଗରେ ଯିବାକୁ ହୋଇଥାଏ ।
ମାତ୍ର ବର୍ତ୍ତମାନ ଲୋକେ ନୀତିନିୟମ ଭାବରେ ପୂଜା କରୁଛନ୍ତି ଯାହା ନିୟମ ରହିଛି ତାହା ପାଳନ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହେଉ ନାହିଁ । ଭଡାଘରେ ରହୁଛନ୍ତି ମାଣ ବସାଇ ପାରିବେ ନାହିଁ ମାତ୍ର ମା ଙ୍କୁ ଧାନମେନ୍ଟା ଦେଇ ଘରେ ପୂଜା କରିପାରିବେ । କିଛି ଲୋକ ଏଭଳି ଭାବି ମାଣ ବସାଇ ପାରୁ ନାହାନ୍ତି । ଜଣେ ଜଣେ ଲୋକ ଭଡାଘରେ ଅଧିକ ସମୟ ଧରି ରହି ଆସୁଛନ୍ତି ତେବେ ସେମାନେ ମାଣ ବସାଇ ପୂଜା କରି ପାରିବେ ।
ଓଡିଆ ଘରର ଯଦି କିଛି ବଡ ସମ୍ପତ୍ତି ଅଛି ତାହା ହେଉଛି ମାଣହାଣ୍ଡି । ତେଣୁ ଆପଣ ଭଡା ଘରେ ମଧ୍ୟ ମାତା ଲକ୍ଷ୍ମୀ ଙ୍କ ରୀତି ନୀତି ଅନୁଯାୟୀ ମାଣ ବସାଇ ପୂଜା କରି ପାରିବେ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।