ବେସନରେ ଏହି ଜିନିଷକୁ ମିଶାଇ ତିଆରି ଫେସପ୍ୟାକ ଚେହେରାରେ ଲଗାନ୍ତୁ, ଚେହେରା ଏତେ ଚମକି ଉଠିବ କି ଆପଣ ବିଶ୍ବାସ କରିପାରିବେନି

ଆଜି ଆମେ ଆପଣଙ୍କ ପାଇଁ ଏକ ଚମତ୍କାରୀ ଫେସ ପ୍ୟାକ ବନାଇବାର ପ୍ରଣାଳୀ କହିବାକୁ ଯାଉଛୁ । ଯାହାକୁ ଆପଣ ମାତ୍ର ୫ ମିନିଟ ବ୍ୟବହାର କରି ନିଜ ଚେହେରାରେ ଗ୍ଲୋ ଆଣି ପାରିବେ । ଏହି ଫେସ ପ୍ୟାକ ଆପଣଙ୍କ ସ୍କିନରୁ ସବୁ ଧୁଳିମଇଳା ବାହାର କରି ସ୍କିନରେ ଗୋରାପଣ ଆଣିଦେବ । ଅର୍ଥାତ ଆପଣଙ୍କ ଚେହେରାରେ ବ୍ରଣ ଓ କଳା ଦାଗ ଇତ୍ୟାଦି ସବୁକୁ ଦୂର କରିଦେବ । ଘରେ ଥିବା କିଛି ଜିନିଷକୁ ବ୍ୟବହାର କରି ଏହି ଫେସ ପ୍ୟାକକୁ ପ୍ରସ୍ତୁତ ପାରିବେ ।

ଏହି ଫେସ ପ୍ୟାକ ପାଇଁ ଆପଣ ଗୋଟିଏ ବଡ ଆଳୁକୁ ନେଇ ତାର ଜୁସ ବାହାର କରନ୍ତୁ । ଜୁସ ବାହାର କରିବା ପାଇଁ ଆପଣ ପ୍ରଥମେ ଆଳୁକୁ ଅଧା କାଟି ତାର ଚୋପାକୁ ଛଡାଇ ତାକୁ ଛେଲି ଏବଂ ସେହି ଆଳୁ ଛେଲାକୁ ଚୁପୁଡି ତାହାର ରସ ବାହାର କରିଦିଅନ୍ତୁ । ଆଳୁକୁ ଗୋଟିଏ ପାତ୍ରରେ ନେଇ ସେଥିରେ ଅଧ ଚାମଚ ବେସନ, ଅଧ ଚାମଚ ଚାଉଳ ଚୂନା, ଅଧ ଚାମଚ ମହୁ ଓ ଦୁଇ ରୁ ତିନି ଚାମଚ କ୍ଷୀର ମିଶାନ୍ତୁ ।

ଏହି ସବୁ ଜିନିଷକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ଓ ୫ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହାକୁ ଚେହେରାରେ ଲଗାଇବା ପୂର୍ବରୁ ଆପଣ ନିଜର ଚେହେରାକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହା ପରେ ଫେସ ପ୍ୟାକକୁ ଆପଣ ନିଜର ଚେହେରାରେ ଲଗାନ୍ତୁ । ଚେହେରାରେ ଲଗାଇବା ସହିତ ଆପଣ ଏହାକୁ ୫ ମିନିଟ ପର୍ଯ୍ୟନ୍ତ ମସାଜ ବି କରନ୍ତୁ । ଏହାକୁ ଆପଣ ନିଜର ବେକରେ ବି ଲଗାଇ ପାରିବେ ।

ଏହି ଫେସ ପ୍ୟାକକୁ ଲଗାଇବା ପରେ ଆପଣ ୧୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ଓ ଏହା ପରେ ପାଣିରେ ନିଜ ଚେହେରାକୁ ଧୋଇ ଦିଅନ୍ତୁ । ଏହି ଫେସ ପ୍ୟାକ ଆପଣଙ୍କ ଚେହେରାରେ ସଙ୍ଗେ ସଙ୍ଗେ ଗ୍ଲୋ ନେଇ ଆସିବ । ଏହା ଆପଣଙ୍କ ସ୍କିନକୁ ସଫା କରିଥାଏ । ଅର୍ଥାତ ଆପଣଙ୍କ ଚେହେରାରେ ଯାହା ବି କଳା ଦାଗ ଅଛି ଓ ବ୍ରଣ ଅଛି ତାହାକୁ ସଫା କରିଦେବ । ଏଥିରେ ମିଶିଥିବା ସବୁ ଜିନିଷ ବହୁତ ହିଁ ପ୍ରଭାବୀ ହୋଇଥାଏ ।

ବେସନ ଆମ ଚେହେରାକୁ ଗୋରା କରିବାରେ ବହୁତ ଅଧିକ ସାହାଜ୍ଯ କରିଥାଏ । ଏହି ଫେସ ପ୍ୟାକକୁ ଲଗାଇବା ପରେ ଏହାକୁ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଚେହେରାକୁ ନର୍ମାଲ ପାଣିରେ ଧୋଇ ଦେବେ । ଏହି ଫେସ ପ୍ୟାକକୁ ଲଗାଇବା ପରେ ଆପଣ ଚେହେରାରେ କୌଣସି ମଏଶ୍ଚରାଇଜର କିମ୍ବା ଆଲୋବେରା ଜେଲ ଲଗାଇ ପାରିବେ । ଏହା ବହୁତ ଜରୁରୀ ହୋଇଥାଏ । କାରଣ ଫେସ ପ୍ୟାକ ଲଗାଇବା ପରେ କେତେକଙ୍କ ସ୍କିନ ସାମାନ୍ୟ ଡ୍ରାଏ ହୋଇଯାଇଥାଏ ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ କରିବା ସହ ଏହାକୁ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *