ବେଲ ଗଛ ଏମିତି ପୂଜା କରନ୍ତୁ, ଦୂର ହେବ ସବୁ ଅଭାବ, ଦୁଃଖ ଓ କଷ୍ଟ, ଦେଖନ୍ତୁ ବେଲଗଛ ଘରର କେଉଁ ଦିଗରେ ରହିଲେ ଶୁଭ ଓ ଏହାର ପୂଜାବିଧି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବେଲ ଗଛ ଭଗବାନ ଶିବଙ୍କର ଅତି ପ୍ରିୟ ହୋଇଥାଏ । ସେଥିପାଇଁ ଆମେମାନେ ଯେତେବେଳେ ଶିବ ମନ୍ଦିର ଯାଉଛୁ । ଭଗବାନ ମହାଦେବଙ୍କ ପାଇଁ ବେଲ ପତ୍ର ନେଇକରି ଯାଉଛୁ । ବେଲଗଛ ଘରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଗଛକୁ ଉପଯୁକ୍ତ ସ୍ଥାନରେ ଲଗାଇବା ଓ ବିଧି ବିଧାନ ସହ ପୂଜା କରିବା ଦ୍ଵାରା ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ । ଆଜି ଆପଣ ଏହି ବେଲ ଗଛ ସମ୍ପର୍କରେ ଅନେକ କିଛି ତଥ୍ୟ ଜାଣିବାକୁ ପାଇବେ।

ଭଗବାନ ଶିବଙ୍କ ପତ୍ନୀ ମାତା ପାର୍ବତୀଙ୍କ ସ୍ଵେଦ ବିନ୍ଦୁ ଅର୍ଥାତ ଝାଳରୁ ବେଲଗଛର ଉପତ୍ତି ହୋଇଥିଲା । ସେଥିପାଇଁ ବେଲଗଛ ମା ପାର୍ବତୀଙ୍କ ସ୍ୱରୂପ । ତେଣୁ ପ୍ରଭୁ ହର ହର ମହାଦେବଙ୍କର ଏହି ବେଲଗଛ ଅତୀବ ପ୍ରିୟ ହୋଇଥାଏ । କୋଟି ଗୋଦାନ କରିବା ଦ୍ଵାରା ଯେତିକି ପୂଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ଏକ ବେଲଗଛକୁ ପୂଜା କରିବା ଦ୍ଵାରା ସେତିକି ପୂଣ୍ୟଫଳ ମିଳିଥାଏ । ବେଲଗଛର ମୂଳରେ ଭଗବାନ ବ୍ରହ୍ମା ବାସ କରିଥାନ୍ତି ।

ବେଲଗଛର ମଧ୍ୟ ସ୍ଥାନରେ ଭଗବାନ ନାରାୟଣ ଓ ଅଗ୍ର ଭାଗରେ ଭଗବାନ ଶିବ ରହିଥାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଘରେ ବେଲ, ନଡିଆ, ପଣଷ ଓ ଡାଳିମ୍ବ ଗଛ ଲବାଇବା ଉଚିତ । ଏହାଦ୍ବାରା ଅନେକ ଶୁଭଫଳ ପ୍ରାପ୍ତ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ପଶ୍ଚିମ ଓ ଉତ୍ତର ଦିଗରେ ତଥା ବାୟବୀୟ କୋଣରେ ବେଲଗଛ ଲଗାଇବା ଉଚିତ । ପ୍ରାୟତଃ ସମସ୍ତଙ୍କ ଘରେ ବେଲ ଗଛ ରହିଥାଏ ଓ ଯାହା ଘରେ ରହିଥାଏ ସେମାନେ ଏହାର ପୂଜା ମଧ୍ୟ କରିଥାନ୍ତି।

ବେଲ ଗଛ ପୂଜା କରିବାର କିଛି ବିଶେଷ ଦିନ ରହିଛି । ଯେଉଁ ଦିନ ଏହି ଗଛକୁ ପୂଜା କରିବା ଦ୍ଵାରା ସମସ୍ତ ମନବାଞ୍ଛା ପୂରଣ ହୋଇଥାଏ । ନିଃସନ୍ତାନ ମାନଙ୍କ କୋଳରେ ସନ୍ତାନ ପ୍ରାପ୍ତି ହୋଇଥାଏ । ଅଷ୍ଟମୀ ଓ ଚତୁଦର୍ଶୀ ତିଥୀ, ମାଘ ମାସ, ଶ୍ରାବଣ ମାସ  ପ୍ରଦୋଶ ସମୟ ଓ ସୋମବାର ଏହି ଦିବସ ମାନଙ୍କରେ ବେଲଗଛକୁ ପୂଜା କରିବା ଦ୍ଵାରା ବହୁତ ମଙ୍ଗଳ ହୋଇଥାଏ । ଏହି ଦିନମାନଙ୍କରେ ଆପଣ ସ୍ନାନାଦି ଆଦି କର୍ମ ସାରି ପ୍ରଥମେ ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କରି ପୂଜା କରନ୍ତୁ ।

ତାପରେ ଆପଣ ଜଳ, କ୍ଷୀର, ଫୁଲ, ଧୂପ, ଦୀପ ଏହି ସବୁନେଇ ବେଲଗଛ ନିକଟକୁ ଜାଆନ୍ତୁ।  ତାପରେ ପୂର୍ବାମୁଖୀ ହୋଇ ବସନ୍ତୁ । ଯଦି ପୂର୍ବ ଦିଗକୁ ବସିବାର ସୁବିଧା ନଥାଏ, ତେବେ ଉତ୍ତର ଦିଗକୁ ମୁହଁ କରି ବସିଯାଇ ବେଲଗଛକୁ ଜଳ ଅର୍ପଣ କରି ପୂଜା ଆରମ୍ଭ କରି ଦିଅନ୍ତୁ । ଏହାପରେ କ୍ଷୀର ଓ ପୁନଶ୍ଚ ଜଳ ଅର୍ପଣ କରନ୍ତୁ । ଫୁଲ, ଧୂପ, ଦୀପ ସବୁ ବେଲଗଛ ପାଖେ ଲାଗି କରନ୍ତୁ ।

ପୂଜା କରିସାରିବା ପରେ ୭ଥର ବେଲ ଗଛ ଚାରିପାଖରେ ପ୍ରଦକ୍ଷିଣ କରିବା ସହ ୨୭ଥର ମହା ମୃତ୍ୟୁଞ୍ଜୟ ଜପ କିମ୍ବା ଶିବ ପଞ୍ଚାକ୍ଷରୀ ଜପ କରନ୍ତୁ । ଏହି ଦିନମାନଙ୍କରେ ଆପଣ ଯଦି ବେଲ ଗଛର ପୂଜା ଅର୍ଚନା ଏହିପରି କରିବେ । ତେବେ ନିଶ୍ଚୟ ଆପଣ ମନସ୍ଥ କରିଥିବା ମନସ୍କାମନା ପୂରଣ ହେବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ନିହାତି ଭାବେ ଲାଇକ୍ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *