ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜଣେ ବ୍ଯକ୍ତିର କଥାବାର୍ତ୍ତା, ବ୍ୟବହାର ଓ ଚାଲି ଚଳନୀ ଦେଖିକି ଆପଣ ବ୍ୟକ୍ତିର ସ୍ଵଭାବ ବିଷୟରେ ଅବଗତ ହୋଇପାରିବେ । ବ୍ୟକ୍ତିର ଚେହେରା ଦେଖି ବ୍ୟକ୍ତିର ବ୍ୟକ୍ତିତ୍ବ ସଠିକ ଭାବେ ନିରୂପଣ ହୋଇପାରିନଥାଏ । ଆପଣ କ’ ଣ ଏହା ଜାଣିଛନ୍ତି । ଜଣେ ଲୋକର ବସିବାର ଶୈଳୀ ଦେଖିକରି ଆପଣ ଲୋକଟିର ସ୍ଵଭାବ ବିଷୟରେ ଅବଗତ ହୋଇପାରିବେ ।
ଆଜି ଆପଣ ଲୋକମାନଙ୍କର ବିଭିନ୍ନ ପ୍ରକାର ବସିବା ଢଙ୍ଗ ଦେଖିକି କିପରି ମନୁଷ୍ୟ ବିଷୟରେ ଅବଗତ ହୋଇବେ ତାହା ଏଥିରେ ସବିଶେଷ ଜାଣିପାରିବେ । ଯେଉଁ ବ୍ୟକ୍ତି ଚେୟାରରେ ବସିଲା ବେଳେ ନିଜର ଆଣ୍ଠୁକୁ ଯୋଡି ପାଦ ଦୁଇଟିକୁ ଫାଙ୍କା ରଖିଥାଏ । ସେପରି ବ୍ୟକ୍ତି ବହୁତ ମିଳାପୀ ପ୍ରକୃତିର ହୋଇଥାନ୍ତି । ସେମାନେ ଅନ୍ୟ ଅପରିଚିତ ଲୋକ ସହିତ ବହୁତ ଶୀଘ୍ର ମିଶି ଯାଇଥାନ୍ତି ।
ସେହି ବ୍ୟକ୍ତିମାନଙ୍କ ସହିତ ଅନ୍ୟମାନେ ବହୁତ ସହଜରେ ବନ୍ଧୁତା କରିପାରିଥାନ୍ତି । ଏମାନେ କୌଣସି କାମରେ ଏକାବେଳେ ବସି କାମ ଉପରେ ଧ୍ୟାନ କେନ୍ଦ୍ରିକ କରିପାରିନଥାନ୍ତି । ଏମାନେ କଥା କହୁଥିବା ବେଳେ ଗୋଟିଏ ଟପିକରେ ବହୁତ ସମୟ ଗପିବାକୁ ପସନ୍ଦ କରିନଥାନ୍ତି । ସେମାନେ ନିଜର ବର୍ତ୍ତମାନକୁ ଭଲ ଭାବରେ ବଞ୍ଚିବା ପାଇଁ ଚେଷ୍ଟା କରିଥାନ୍ତି । ଭବିଷ୍ୟତ କଥା ଭାବି ନିଜର ବର୍ତ୍ତମାନକୁ ଖରାପ କରିନଥାନ୍ତି ।
ଯେଉଁ ଲୋକମାନେ ଗୋଟିଏ ଗୋଡକୁ ଅନ୍ୟ ଗୋଡ ଉପରେ ଥୋଇ ବସିଥାନ୍ତି । ସେମାନେ ବହୁତ ଶୀଘ୍ର କେଉଁ ଲୋକଙ୍କୁ ବିଶ୍ବାସ କରିନଥାନ୍ତି । ପ୍ରାୟତଃ ବିଜିନେସ କରୁଥିବା ବା ଉଚ ଷ୍ଟାଟସର ଲୋକ ଏପରି ବସିଥାନ୍ତି । ଏମାନେ ଦେଖିବାକୁ ଗର୍ବୀ ଓ ଅହଙ୍କାରୀ ଲାଗିଥାନ୍ତି । ପ୍ରକୃତରେ ଏମାନେ ସେଭଳି ହୋଇନଥାନ୍ତି ଯେପରି ଅନ୍ୟ ମାନେ ତାଙ୍କୁ ଭାବିଥାନ୍ତି । ଏମାନଙ୍କର ବ୍ୟକ୍ତିତ୍ବ ବହୁତ ଭଲ ରହିଥାଏ । ଏମାନେ କାହା ପାଇଁ ନିଜ ମୂଲ୍ୟବାନ ସମୟକୁ ନଷ୍ଟ କରିବାକୁ ପସନ୍ଦ କରିନଥାନ୍ତି କି କାହାକୁ ବେଶି ସମୟ ଅପେକ୍ଷା କରିବାକୁ ପସନ୍ଦ କରିନଥାନ୍ତି ।
ଏମାନେ ସବୁବେଳେ କିଛି ନା କିଛି ନୂଆ କରିବାକୁ ଚାହିଁଥାନ୍ତି । ତାଙ୍କର ମୁଣ୍ଡରେ ସବୁବେଳେ ନୂତନ ଧରଣର ଯୋଜନାମାନ ଆସିଥାଏ । ଯେଉଁ କାରଣରୁ ସେମାନେ ସମୟର ସଠିକ ଉପଯୋଗ କରି ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଚାହିଁଥାନ୍ତି । ଯେଉଁ ବ୍ୟକ୍ତିମାନେ ଆଣ୍ଠୁକୁ ମେଲା କରି ଦୁଇ ପାଦକୁ ଯୋଡିକି ବସିବା ପାଇଁ ବେଶି ପସନ୍ଦ କରିଥାନ୍ତି । ଏପରି ଲୋକମାନେ ସ୍ଵଭବରେ ବହୁତ ଭଲ ହୋଇଥାନ୍ତି ।
ଏମାନେ ମିଛ କହିବା ପାଇଁ କିମ୍ବା ମିଛ କଥା ବରଦାସ୍ତ କରିବା ପାଇଁ ପସନ୍ଦ କରିନଥାନ୍ତି । ଏମାନେ ଅନ୍ୟ ସହିତ ଅଧିକ ସମୟ ଧରି ଗପିବା ପାଇଁ ଭଲ ପାଇନଥାନ୍ତି । କୌଣସି ନିସ୍ପତି ନେଲାବେଳେ ଏମାନେ ବହୁତ ସମୟ ନଷ୍ଟ କରିଦେଇଥାନ୍ତି । କାହା ସହିତ ଅଜଥାରେ ଯୁକ୍ତି କରିବାକୁ ଏମାନ ଆଦ୍ୱୋ ଭଲ ପାଇନଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ