କଣ ଆପଣ ବାସି ରୁଟି ଖାଉଛନ୍ତି କି ? ନିଶ୍ଚୟ ଜାଣି ରଖନ୍ତୁ ଏହି କଥା- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସମସ୍ତେ ଏହା ଜାଣିଥାନ୍ତି ଯେ, ବାସୀ ଖାଦ୍ୟ ଶରୀର ପାଇଁ ହାନିକାରକ ଅଟେ । କିନ୍ତୁ କିଛି ବାସୀ ଖାଦ୍ୟ ଏଭଳି ରହିଛି ଯାହା ଶରୀର କୁ କୌଣସି ହାନୀ ପହଞ୍ଚାଇ ନଥାଏ, ବରଂ ତାହା ଶରୀର ପାଇଁ ଲାଭଦାୟୀ ହୋଇଥାଏ ।

ସେଥି ମଧ୍ୟରୁ ଗୋଟିଏ ଜିନିଷ ହେଉଛି ଗହମ । ପ୍ରାୟତଃ ଘରେ ଗହମ ରେ ତିଆରି ରୁଟି ହୋଇଥାଏ । ଅଧିକାଂଶ ସମୟ ସେହି ରୁଟି ବଳକା ରହିଯାଏ ଏବଂ ତାକୁ ପଶୁ ପକ୍ଷୀ ଙ୍କୁ ଦେଇ ଦିଅନ୍ତି ଅଥବା ଫୋପାଡ଼ି ଦିଅନ୍ତି । କିନ୍ତୁ ଯଦି ଆପଣ ସେହି ବାସୀ ରୁଟି କୁ ଖାଇବେ ତେବେ ଆପଣଙ୍କ ଶରୀର କୁ ଅନେକ ଲାଭ ପ୍ରାପ୍ତ ହୋଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବାସୀ ରୁଟି ଖାଇବା ଦ୍ୱାରା ଆମ ଶରୀର କୁ କଣ ସବୁ ଲାଭ ମିଳିଥାଏ ସେହି ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ଯଦି ଆପଣ ରାତି ରେ ତିଆରି କରିଥିବା ରୁଟି ବଳକା ରହି ଯାଇଛି, ତେବେ ସେହି ରୁଟି କୁ ବାହାରେ ପକାନ୍ତୁ ନାହିଁ । ଆପଣ ସେହି ବାସୀ ରୁଟି କୁ କ୍ଷୀର ରେ ଭିଜାଇ ରଖି ଦିଅନ୍ତୁ ଏବଂ ତାକୁ ସେବନ କରନ୍ତୁ । ଏହିପରି ଖାଇବା ବିଶେଷ କରି ଡାଇବେଟିସ ରୋଗୀ ଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ ।

ଡାଇବେଟିସ ରୋଗୀ ଙ୍କ ଶରୀର ରେ ଇନ୍ସୁଲୀନ ର ଅଭାବ ଥାଏ । ଯଦି ବାସୀ ରୁଟି କୁ କ୍ଷୀର ସହିତ ଭିଜାଇ ଖାଇବେ ତେବେ ଏହା ଶରୀର ରେ ଧୀରେଧୀରେ ପ୍ରାକୃତିକ ଉପାୟ ରେ ଇନ୍ସୁଲୀନ ତିଆରି କରିଥାଏ । ଯାହାଦ୍ୱାରା ୩ ମାସ ମଧ୍ୟରେ ଆବଶ୍ୟକ ମାତ୍ରାରେ ଇନ୍ସୁଲୀନ ତିଆରି ହୁଏ ଏବଂ ଡାଇବେଟିସ ରୋଗ ରୁ ସବୁଦିନ ପାଇଁ ମୁକ୍ତି ମିଳିଥାଏ ।

୨. ଯଦି ଆପଣଙ୍କ ଶରୀର ରେ ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ୟା ରହୁଛି ଏବଂ ଯନ୍ତ୍ରଣା ହେଉଛି, ଏହା ସହିତ ଯଦି ଶରୀରର କୌଣସି ଅଙ୍ଗ ଫୁଲି ଯାଉଛି ତେବେ ଆପଣ ବାସୀ ରୁଟି ର ସେବନ କରନ୍ତୁ । ଶରୀର ରେ ଏଭଳି ଯନ୍ତ୍ରଣା ର ମୁଖ୍ୟ କାରଣ ହେଉଛି ପେଟ ରେ ହେଉଥିବା ଗ୍ୟାସ । ତେଣୁ ଯଦି ଆପଣ ବାସୀ ରୁଟି ଖାଇବେ ତେବେ ଆପଣଙ୍କୁ ଗ୍ୟାସ ହେବ ନାହିଁ ଏବଂ ଶରୀର ରେ କୌଣସି ଯନ୍ତ୍ରଣା ମଧ୍ୟ ହେବ ନାହିଁ ।

୩. ଯଦି ଆପଣଙ୍କ ପାଚନ କ୍ରିୟା ରେ ସମସ୍ୟା ରହିଛି ତେବେ ଆପଣ ବାସୀ ରୁଟି କୁ କ୍ଷୀର ସହିତ ଖାଆନ୍ତୁ । କାରଣ ଏଥିରେ ଫାଇବର ର ମାତ୍ରା ଅଧିକ ରହିଥାଏ । ଯାହାଦ୍ୱାରା ଆପଣଙ୍କ ହଜମ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ ଏବଂ ପାଚନ ତନ୍ତ୍ର ମଜବୁତ ହୋଇଥାଏ ।

୪. ଯଦି ଆପଣ ବାସୀ ରୁଟି ଖାଇବେ ତେବେ ଏହାଦ୍ବାରା ଆପଣଙ୍କ ଓଜନ ହ୍ରାସ ହୋଇ ପାରିବ । ବାସୀ ରୁଟି କୁ କ୍ଷୀର ସହିତ ଖାଇବା ଦ୍ବାରା ଏହା ଆମ ମେଟାବୋଲିଯିମ କୁ ବୁଷ୍ଟ୍ କରିଥାଏ । ଯାହାଦ୍ଵାରା ଏହା ଓଜନ କମାଇବାରେ ସହାୟକ ହୋଇଥାଏ । ଯେଉଁମାନେ ଜିମ୍ ଯାଉଛନ୍ତି ଅଥବା ଏକ୍ସରସାଇଜ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ବାସୀ ରୁଟି ଲାଭଦାୟୀ ହୋଇଥାଏ । ଏହା ସହିତ ବାସୀ ରୁଟି ଖାଇବା ଦ୍ବାରା ଏହା ଆମ ଶରୀରର ତାପମାତ୍ରା କୁ ନିୟନ୍ତ୍ରିତ କରିଥାଏ । ଯାହାଦ୍ୱାରା ଲୁ ଭଳି ସମସ୍ୟା ରୁ ମୁକ୍ତି ମିଳିଥାଏ ଏବଂ ଏହାଦ୍ବାରା ହାର୍ଟ ଆଟାକ ହେବାର ସମ୍ଭାବନା ମଧ୍ୟ ବହୁତ କମ ଥାଏ ।

୫. ବର୍ତ୍ତମାନ ସମୟ ରେ ପ୍ରାୟତଃ ବ୍ୟକ୍ତି ଙ୍କ ମଧ୍ୟରେ ରକ୍ତଚାପ ସମସ୍ୟା ଦେଖିବାକୁ ମିଳୁଛି । ଯେଉଁ ବ୍ୟକ୍ତି ଏହି ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ସେମାନେ ସକାଳେ ବାସୀ ରୁଟି ଖାଆନ୍ତୁ ଏହାଦ୍ବାରା ଆପଣଙ୍କ ରକ୍ତଚାପ ନିୟନ୍ତ୍ରଣ ରେ ରହିବ । ଏହା ସହିତ ଯେଉଁ ବ୍ୟକ୍ତି ବହୁତ ଦୁର୍ବଳ ଥାଆନ୍ତି ସେମାନେ ବାସୀ ରୁଟି ଖାଇବା ଦ୍ବାରା ତାଙ୍କୁ ଏନର୍ଜୀ ମିଳିଥାଏ । ତେଣୁ ପ୍ରତିଦିନ ସକାଳେ କ୍ଷୀର ସହିତ ବାସୀ ରୁଟି ଖାଆନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *