ବଳିପଡିଥିବା ବାସୀ ଭାତରୁ ବନାନ୍ତୁ କ୍ରିସପି Kurkure…ଘରେ ଅତି ସହଜ ଓ ସରଳ ଉପାୟରେ…

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଘରେ ସୁଆଦିଆ କୁରୁକୁରେ ବନେଇବାର ପ୍ରଣାଳୀ ବିଷୟରେ କହିବାକୁ ଯାଉଛୁ। ଯାହା ଆପଣ ବହୁତ ସହଜରେ ଘରେ ତିଆରି କରି ପାରିବେ ଓ ଏହାର ସ୍ଵାଦ ମଧ୍ୟ ବହୁତ ଭଲ ହୋଇଥାଏ । ଏହାକୁ ଆପଣଙ୍କ ଘର ଲୋକ ମଧ୍ୟ ଖାଇବା ପାଇଁ ବହୁତ ପସନ୍ଦ କରିବେ । ତେବେ ଏହା ପାଇଁ ଆପଣଙ୍କୁ ଏମିତି କିଛି ଦରକାର ନାହିଁ ଯାହା ଆପଣଙ୍କୁ ମିଳିବ ନାହିଁ, କାରଣ ଏହି କୁରୁକୁରେ ବନାଇବା ପାଇଁ ଆମେ ଯାହା ବ୍ୟବହାର କରିବାକୁ ଯାଉଛୁ ତାହା ଆପଣଙ୍କୁ ଘରେ ବହୁତ ସହଜରେ ମିଳିଯିବ ।

ଘରେ ଯଦି ଭାତ ବଞ୍ଚିଯାଇଥାଏ । ତେବେ ସେଥିରୁ ଗୋଟେ ତାଟିଆ ଭାତ ନିଅନ୍ତୁ ସେଥିରେ ଅଧ ତାଟିଆ ପାଣି ପକାଇ ଗ୍ରାଇଡିଙ୍ଗ କରି ନିଅନ୍ତୁ, ଏହା ପରେ ତାହାର ପେଷ୍ଟ ବାହାର କରି ନିଅନ୍ତୁ । ତେବେ ଏହି ଭାତରୁ ହୋଇଥିବା ପେଷ୍ଟରେ ୭ ରୁ ୮ ଚାମଚ ବେସନ ଗୋଳେଇ ଦିଅନ୍ତୁ । ଏହି ସମୟରେ ଆପଣ ଲୁଣ, ହଳଦୀ, ଲଙ୍କା ଗୁଣ୍ଡ ଓ ମସଲା ଗୁଣ୍ଡ ଦେଇ ଭଲ ଭାବରେ ଏହାକୁ ଗୋଳେଇ ନିଅନ୍ତୁ । ଦେଖିବେ ଯେପରି ମିଶ୍ରଣ ଅଧିକ ପାଣିଆ ବା ପୁରା କାଠୁଆ ହେବ ନାହିଁ ।

ମିଶ୍ରଣକୁ ଗାଢ ଦହି ଭଳି ରଖିବେ ପୁରା କଠୁଆ ମଧ୍ୟ କରିବେ ନାହିଁ । ଏହା ପରେ ଆପଣ ଏହି ପେଷ୍ଟକୁ ଗୋଟେ କୁରୁକୁରେ ମେସିନରେ ନିଅନ୍ତୁ ଯାହା କୁରୁକୁରେ ଆକାର ଦେଇଥାଏ । ମେସିନରେ ତେଲ ଭଲ ଭାବରେ ଲଗେଇ ଦିଅନ୍ତୁ ଏହା ପରେ ପେଷ୍ଟ ମେସିନରେ ପକେଇ ନିଅନ୍ତୁ ଏହା ପରେ ତେଲ କଢେଇରେ ଗରମ କରି ନିଅନ୍ତୁ ତେଲ ଗରମ ହେଲା ପରେ ଏହାକୁ ଧିମା ଆଞ୍ଚରେ ରଖନ୍ତୁ, ମନେ ରଖନ୍ତୁ ଆପଣଙ୍କୁ କୁରକୁରେ ଧିମା ଆଞ୍ଚରେ ଛାଣିବାର ଅଛି ।

ତେଲ ଗରମ ହେଲା ପରେ ଆପଣ ପେଷ୍ଟ ଅଳପ ଅଳପ କରି ତେଲରେ ପକାନ୍ତୁ । ତେବେ ଯେତେ ତେଲ ଅଛି ତା’ ଅନୁଯାଇ ଆପଣ ଭାତରୁ ପ୍ରସ୍ତୁତ କରିଥିବା ପେଷ୍ଟ ପକେଇ କୁରକୁରେ ଛାଣି ପାରିବେ । ଏହା ପରେ କୁରକୁରେ ରେ କଲର ଆସିବା ପାଇଁ ଦିଅନ୍ତୁ ଏହା ପରେ ଆପଣ କଢେଇରୁ କୁରକୁରେ ବାହାର କରି ନିଅନ୍ତୁ ଓ ଥଣ୍ଡା ହେଲା ପରେ ସର୍ଭ କରନ୍ତୁ ।

ଆପଣ ଚାହିଁଲେ ଭାତ ବ୍ୟବହାର ନକରି ଚାଉଳ ଚୂନା ମଧ୍ୟ ଏହି କ୍ରିସପି କୁରେକୁରେ କରିବା ପାଇଁ ବ୍ୟବହାର କରି ପାରିବେ ତାହା ମଧ୍ୟ ଆହୁରି କ୍ରିସ୍ପ ହୋଇଥାଏ ଓ ଅଧିକ ଦିନ ଡବାରେ ରଖି ଖାଇ ମଧ୍ୟ ହେବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ବିଲକୁଲ ବି ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *