ବାରମ୍ବାର ଥଣ୍ଡା ପାଣି ପିଉଥିଲେ ହୋଇଯାଆନ୍ତୁ ସାବଧାନ ! ଏହି ବଡ ବେମାରୀରେ ପଡ଼ିପାରନ୍ତି… (Health tips)

ବନ୍ଧୁଗଣ ଥଣ୍ଡା ପାଣି ପିଇବାକୁ ବହୁତ ଲୋକ ପସନ୍ଦ କରନ୍ତି । ଖାସ୍ କରି ଗରମ ଦିନରେ ଲୋକମାନେ ଫ୍ରିଜର ଥଣ୍ଡା ପାଣି ଏତେ ମାତ୍ରାରେ ପିଅନ୍ତି । ସେଥିପାଇଁ ସେମାନଙ୍କୁ ଥଣ୍ଡା, କାଶ, ମୁଣ୍ଡବିନ୍ଧା ଓ ଜ୍ଵର ଭଳି ସମସ୍ଯାର ସାମ୍ନା କରିବାକୁ ପଡିଥାଏ । ତେବେ ବନ୍ଧୁଗଣ ସାଧାରଣ ଥଣ୍ଡା ପାଣି ଶରୀର ପାଇଁ ଭଲ ଅଟେ । ହେଲେ ଅତ୍ୟଧିକ ଥଣ୍ଡା ପାଣି ଅର୍ଥାତ ଫ୍ରିଜରେ ରଖାଯାଇଥିବା ପାଣିକୁ ଯଦି ଆପଣ ସବୁବେଳେ ପିଉଥାନ୍ତି । ତେବେ ଆପଣ ଏହି ଗୁରୁତ୍ଵପୂର୍ଣ୍ଣ କଥାକୁ ନିହାତି ଜାଣିବାର ଆବଶ୍ୟକତା ରହିଅଛି । ଥଣ୍ଡା ପାଣି ପିଇବା ଦ୍ଵାରା କେଉଁ କେଉଁ ପ୍ରକାର ସବୁ ଅସୁବିଧା ହୋଇଥାଏ ଆସନ୍ତୁ ଜାଣିବା ।

1- ଥଣ୍ଡା ପାଣିର ଟେମ୍ପରେଚର ବହୁତ କମ୍ ହୋଇଥିବାରୁ ଏହା ପେଟ ଭିତରକୁ ଯିବା ପରେ ପାଚନ ପ୍ରକ୍ରିୟାରେ ସମସ୍ୟା କରିଥାଏ । ଯାହାଫଳରେ ପେଟ ମଧ୍ୟରେ ଖାଦ୍ୟ ଠିକରେ ହଜମ ହୋଇନଥାଏ । ଖାଦ୍ୟ ଠିକରେ ନହେବା ଦ୍ୱାରା ପେଟ କାଟିବା ଆରମ୍ଭ ହୋଇଥାଏ।

2- ବ୍ରେନ୍ ଫ୍ରିଜ୍ ହେବା ଭଳି ସମସ୍ଯା ସମ୍ପର୍କରେ କେବେ ନା କେବେ ତ ଆପଣ ମାନେ ଶୁଣିବାକୁ ପାଇଥିବେ । ଏହା କେବଳ ଅଧିକ ଥଣ୍ଡା ପାଣି କିମ୍ବା ଅଧିକ ଆଇସକ୍ରିମ୍ ଖାଇବା ଦ୍ୱାରା ହିଁ ହୋଇଥାଏ । ଅତ୍ୟଧିକ ଥଣ୍ଡା ପାଣି ସେବନ କରିବା ଫଳରେ ଏହା ସ୍ପାଇନର ସେନସିଟିଭ୍ ଶିରା ପ୍ରଶିରାକୁ ଥଣ୍ଡା କରିଦେଇଥାଏ । ଯାହାର ସିଧାସଳଖ ପ୍ରଭାବ ଆମ ମସ୍ତିସ୍କରେ ପକାଇଥାଏ । ଫଳରେ ମୁଣ୍ଡ ବିନ୍ଧା ହେବା ଭଳି ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

3- ଆମ ଶରୀରରେ ବେଗସ୍ ନର୍ଭସ ନାମକ ନର୍ଭ ରହିଥାଏ । ଯାହା ଆମ ଶରୀରର ସବୁଠୁ ଲମ୍ବା କାର୍ନିଭଲ ନର୍ଭ ଅଟେ । ଏହା ସାଧାରଣତଃ ଆମ ବେକ ପାଖରୁ ହାର୍ଟ, ପାକସ୍ଥଳୀ ଏବଂ ଡାଇଡେଷ୍ଟିଭ ସିଷ୍ଟମ କଂଟ୍ରୋଲ କରିଥାଏ । ଆଉ ଯେତେବେଳେ ବି ଆପଣ ଅଧିକ ଥଣ୍ଡା ପାଣି ଗ୍ରହଣ କରିବେ ନର୍ଭ ଥଣ୍ଡା ହେବା ସହ ହାର୍ଟବିଟ୍ ମାତ୍ରା ହ୍ରାସ ପାଇଥାଏ । ଯେଉଁ ସମୟ ପର୍ଯ୍ୟନ୍ତ ଏହି ଥଣ୍ଡା ପାଣି ଆପଣଙ୍କ ପେଟ ଭିତରର ତାପମାତ୍ରା ସହ ସମାନ ହୋଇନଥାଏ ସେତେ ବେଳ ପର୍ଯ୍ୟନ୍ତ ଆପଣ ଏଭଳି ଅନୁଭବ କରୁଥିବେ ।

4- ଥଣ୍ଡା ଆପଣଙ୍କ ଶରୀରରେ ଜମା ଥିବା ଫ୍ୟାଟକୁ ଆହୁରି ଅଧିକ ମଜଭୂତ କରିଥାଏ । ଯଦି ଆପଣ ମୋଟପଣ କମ୍ କରିବାକୁ ଚାହୁଁଛନ୍ତି ତେବେ ଯଥା ସମ୍ଭବ ଥଣ୍ଡା ପାଣି ପିଇବା ଠାରୁ ନିଜକୁ ଦୂରରେ ରଖିଆବକୁ ଚେଷ୍ଟା କରନ୍ତୁ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *