Health tips; – ବାମ ହାତରେ ଯନ୍ତ୍ରଣା ଅନୁଭୂତ ହେଉଛି କି ! ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ…

ବନ୍ଧୁଗଣ ଅନେକ ଲୋକଙ୍କର ବାମ ହାତ ବିନ୍ଧିବା ଭଳି ସମସ୍ଯା ରହିଥାଏ । ସେମାନେ ଏହାକୁ ସାମାନ୍ୟ ହାତ ବିନ୍ଧା ବୋଲି ଭାବି କୌଣସି ବିନ୍ଧା ମଲମ ଲଗାଇ କି ମେଡ଼ିସିନ ଖାଇ ରହିଯାଇଥାନ୍ତି । ହେଲେ ଯଦି ବାମ ହାତ ବିନ୍ଧା ହେଉଥାଏ, ତେବେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ । କାରଣ ବହୁ ସମୟରେ ବାମ ହାତ ବିନ୍ଧିବା ହୃତଘାତ ହେବାର ସମ୍ଭାବନାକୁ ସୁଚିତ କରିଥାଏ । ଯଦି କୌଣସି ବ୍ୟକ୍ତିଙ୍କର ଡାଇବେଟିସ, ବ୍ଲଡ଼ପ୍ରେସର, କୋଲେଷ୍ଟ୍ରୋଲ ରହିଛି, ବାମ ହାତ ବିନ୍ଧୁଛି ଏବଂ ଅଧିକ ଝାଳ ବୋହୁଛି ।

ତେବେ ସେହି ବ୍ୟକ୍ତି ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । ଏହା ହୃଦରୋଗର କାରଣ ହୋଇପାରେ କିନ୍ତୁ ଅନେକ ସମୟରେ ଅଲଗା ଅଲଗା କାରଣ ପାଇଁ ମଧ୍ୟ ବାମ ହାତ ବିନ୍ଧିଥାଏ । ଯେପରି ଅନେକ ଲୋକ କମ୍ପୁଟରରେ କାମ କରିଥାନ୍ତି କି ଘଣ୍ଟା ଘଣ୍ଟା ଧରି ଫୋନ ହାତ ଦ୍ଵାରା ଚଳାଇଥାନ୍ତି । ଯେଉଁଥି ପାଇଁ ବେଳେ ବେଳେ 48 ରୁ 72 ଘଣ୍ଟା ପର୍ଯ୍ୟନ୍ତ ବାମହାତ ବିନ୍ଧିଥାଏ ।

ଏହା ବ୍ଯତୀତ ଅନେକ ସମୟରେ ବାମହାତରେ ବିଭିନ୍ନ ପ୍ରକାରର ଇନଫେକ୍ସନ ହୋଇଥାଏ, ଫଳରେ ବାମହାତ ବିନ୍ଧିବା ଭଳି ସମସ୍ଯା ଦେଖିବାକୁ ମିଳେ । ରାତିରେ ଶୋଇବା ବେଳେ ଅଧିକ ସମୟ ବାମହାତ ମାଡି ଶୋଇବା ଦ୍ଵାରା ମଧ୍ୟ ଏପରି ହୋଇପାରେ । ଏହାସହ ସ୍ପଣ୍ଡିଲାଇଟିସ ସମସ୍ଯା ଥିଲେ ମଧ୍ୟ ବାମହାତ ବିନ୍ଧି ଥାଏ । ତେଣୁ ଏଭଳି ହେଲେ ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି ।

ଏହା ବ୍ଯତୀତ ବାମ ହାତରେ କିଛି ଟ୍ଯୁମର ହୋଇଥିଲେ କିମ୍ବା ବାମ ହାତ ଭିତରେ ଥିବା ହାଡରେ କୌଣସି ପ୍ରକାରର ଫ୍ରାକ୍ଚର ହୋଇଥିଲେ ମଧ୍ୟ ବାମ ହାତ ବିନ୍ଧିଥାଏ । ଯଦି ଆପଣଙ୍କ ବାମ ହାତ ବିନ୍ଧୁଛି ଏବଂ ଏହି ସମସ୍ଯା 72 ଘଣ୍ଟା ଅର୍ଥାତ 3 ଦିନରୁ ଅଧିକ ସମୟ ଧରି ରହୁଛି ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏକ୍ସରେ ଏବଂ ବିଭିନ୍ମ ପ୍ରକାରର ରକ୍ତ ପରୀକ୍ଷା କରିବା ଆବଶ୍ୟକ ରହିଛି ।

ବାମ ହାତ ବିନ୍ଧିବା ସହ ଯଦି ଆପଣଙ୍କୁ ଆଞ୍ଜାଇଟି ଅନୁଭବ ହେଉଛି, ଅଧିକ ଝାଳ ବୋହୁଛି, ଭୟ ଲାଗୁଛି ଏବଂ ବ୍ଲଡ଼ ପ୍ରେସର ବଢିଯାଉଛି ତେବେ ଏହା ହାର୍ଟ ଆଟାକ୍ ପୂର୍ବର ଏକ ଲକ୍ଷଣ ହୋଇଥିବାର ସମ୍ଭାବନା ଥାଏ । ବାମ ହାତ ଲଗାତାର ବିନ୍ଧୁଥିଲେ ଆପଣ ବ୍ୟାୟାମ କରିପାରିବେ । ଏହି ସମସ୍ଯା ଅଧିକ ଦିନ ପର୍ଯ୍ୟନ୍ତ ଲାଗି ରହିଲେ ଡେରି ନକରି ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ ।

ତେବେ ଏଠାରେ ଏକ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି କୌଣସି ପ୍ରକାରର ବିନ୍ଧାବିନ୍ଧି ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ କେବେବି କୌଣସି ପ୍ରକାର ପେନକିଲର ଖାଆନ୍ତୁ ନାହିଁ । କାରଣ ଏହାଦ୍ବାରା ବିନ୍ଧା କିଛି ସମୟ ଭଲ ହୋଇଯାଏ ସିନା କିନ୍ତୁ ଭିତରେ ଥିବା ରୋଗ ଅଧିକ ବଢିବାର ସମ୍ଭାବନା ରହିଥାଏ । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଯୋଡି ହୋଇ ଭଲ ଭଲ ଅପଡେଟ ପାଇବାକୁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *