ବାହାଡା ଦାନ୍ତ ପାଇଁ ଆଉ ବାନ୍ଧିବାକୁ ପଡିବନି ତାର ! ଦାନ୍ତକୁ ସିଧା କରିବାର ସବୁଠାରୁ ବେଷ୍ଟ ତରିକା ! Teeth care tips

ବନ୍ଧୁଗଣ ଦାନ୍ତ ଆମ ସୌନ୍ଦର୍ଜ୍ୟରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । କିନ୍ତୁ କିଛି ଲୋକଙ୍କ ଦାନ୍ତ ବାହାଡା ହେବା ଯୋଗୁଁ ସୁନ୍ଦରତାରେ ପ୍ରଭେଦ ଦେଖାଯାଏ । ଏହାକୁ ନେଇ ଲୋକେ ଚିନ୍ତାରେ ରୁହନ୍ତି ଓ ବାହାଡା ଦାନ୍ତକୁ ସମାନ କରିବା ପାଇଁ ତାର ଲଗାଇବା ସହ ବର୍ଷ ବର୍ଷ ଧରି କଷ୍ଟ ମଧ୍ୟ ସହିଥାନ୍ତି । କିନ୍ତୁ ଏହି ସମସ୍ଯାକୁ ଦୂର କରିବା ପାଇଁ ଏବେ ଏପରି ଏକ ଚିକିତ୍ସା ପଦ୍ଧତି ସାମ୍ନାକୁ ଆସିଛି ଯାହା ବିନା ଯନ୍ତ୍ରଣାରେ ଖୁବ ସମୟରେ ଆପଣଙ୍କ ଦାନ୍ତ ସିଧା କରିଦେବ ।

ଦାନ୍ତ ଡାକ୍ତରାଣୀ ପ୍ରଜ୍ଞା ପଟ୍ଟନାୟକ ଏନେଇ ଖୁବ ବିସ୍ତୃତ ଭାବେ ବୁଝାଇ ଦେଇଛନ୍ତି । ଦାନ୍ତ ଦରକାର ଠାରୁ ବେଶୀ ଆଗକୁ ବାହାରିକି ଥିଲେ, ଦାନ୍ତ ମଝିରେ ଫାଙ୍କ ଥିଲେ କିମ୍ବା ଆକାରରେ ଦାନ୍ତ ବଡ ଥିଲେ ଲୋକେ ତାର ବାନ୍ଧିବା ଚିକିତ୍ସା କରାଇଥାନ୍ତି । ବେଳେବେଳେ ତାର ବାନ୍ଧିବା ପାଇଁ ବ୍ୟକ୍ତିଙ୍କ ଦାନ୍ତ ଓପାଡିବାକୁ ମଧ୍ୟ ପଡିଥାଏ । କିନ୍ତୁ ଏବେ “ଆଲାଇନସ” ନାମକ ଏକ ନୂଆ ଦାନ୍ତ ଚିକିତ୍ସା ପଦ୍ଧତି ଆସିଛି ଯାହାଦ୍ୱାରା ଖୁବ କମ୍ ସମୟରେ ଏବଂ ବିନା ଯନ୍ତ୍ରଣାରେ ବ୍ୟକ୍ତିଙ୍କ ଦାନ୍ତ ସମସ୍ଯା ଠିକ ହୋଇପାରିବ ।

ଏହା ଏକ ଅଦୃଶ୍ୟ ବ୍ରେସ ଭଳି କାମ କରିବ । ଯାହାକୁ ଆପଣ ଗୋଟିଏ ଦିନ ମଧ୍ୟରେ କେବଳ 22 ଘଣ୍ଟା ଲଗାଇବାକୁ ପଡିବ । ଆପଣ ଦାନ୍ତ ଯେମିତି ହେଉ ବୋଲି ଚାହୁଁଛନ୍ତି ଏହି ଚିକିତ୍ସା ଦ୍ଵାରା ଆପଣଙ୍କ ଦାନ୍ତ ସେମିତି ହୋଇଯିବ ।

ତାର ବାନ୍ଧିବା ଦ୍ଵାରା ବ୍ୟକ୍ତିଙ୍କୁ ଅନେକ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ । ଯେମିତିକି ଫାଇବରଯୁକ୍ତ ଖାଇବାକୁ ମନା କରାଯାଏ କାରଣ ଏହା ତାରରେ ଲାଗିଯାଏ ଓ ବ୍ରଶ ମଧ୍ୟରେ ଠିକ କରି ହୁଏନି । କିନ୍ତୁ ଆଲାଇନସ ପଦ୍ଧତି ଦ୍ଵାରା ଆପଣ ସେହି ସବୁ ସମସ୍ଯାରୁ ରକ୍ଷା ପାଇବେ । କାରଣ ଖାଇବା ବେଳେ ଏହି ବ୍ରେସକୁ ଆପଣ କାଢି ଦେବେ ଏବଂ ବାକି ସମୟରେ ପାଟିରେ ଲଗେଇକି ରଖିବେ ।

ବ୍ୟକ୍ତିଙ୍କ ଦାନ୍ତର ଅବସ୍ଥା ଅନୁସାରେ ଅତିକମରେ 8 ରୁ 9 ମାସ ମଧ୍ୟରେ ଭଲ ଫଳାଫଳ ଦେଖିବାକୁ ମିଳିବ । ଏଥିରେ ବହୁତ କମ୍ ଚାପ ସୃଷ୍ଟି ହୁଏ ତେଣୁ ଯନ୍ତ୍ରଣା ମଧ୍ୟ ବିଲକୁଲ ହୁଏନି । କେବଳ ପ୍ରଥମରୁ ସାମାନ୍ଯ ଅସ୍ବାଭାବିକ ଲାଗିବ କିନ୍ତୁ ଧୀରେ ଧୀରେ ଆପଣ ଅଭ୍ଯାସରେ ପଡିଯିବେ ।

ଆଶା କରୁଛୁ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *