ବନ୍ଧୁଗଣ, ଆଜି ଆମ୍ଭେ ଭଗବାନ ଗଣେଶ ଙ୍କ ନାମର ମହିମା ସମ୍ବନ୍ଧରେ କଥା ହେବାକୁ ଜାଉଅଛୁ । ଭଗବାନ ଗଣେଶ ଙ୍କର ୧୦୮ ଟି ନାମ ରହିଅଛି । ଆଜି ଆମ୍ଭେ ସେଥି ମଧ୍ୟରୁ ୩ ଟି ନାମ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଏକଦନ୍ତ, ଗଜାନନ, ଗଣପତି ଏହି ୩ ଟି ନାମ ମଧ୍ୟରୁ ଗୋଟିଏ ନାମ କୁ ବାଛନ୍ତୁ । ଏହି ନାମର ଆଧାରରେ ଆମ୍ଭେ ଆପଣଙ୍କ ଭବିଷ୍ୟତ କୁ ନେଇ କିଛି ସଂକେତ ପ୍ରଦାନ କରିବୁ ।
୧- ଏକଦନ୍ତ – ଏହି ନାମ କୁ ବାଛି ଥିବା ଲୋକ ମାନଙ୍କର କୁ ଫଳଦାୟୀ ଭୋଗ ରହୁଅଛି । ପ୍ରାଏ ଅଢେଇ ବର୍ଷ ହେବ ଗ୍ରହ ଆପଣଙ୍କର ଅନେକ ଅନିଷ୍ଠ କରିସାରିଅଛି । ଆପଣ ଶ୍ରଦ୍ଧା ର ସହିତ କୌଣସି ଏକ ପଣ୍ଡିତ ପାଖକୁ ଯାଇ ନିଜ ଜାତକ ଦେଖାଇ ଦିଅନ୍ତୁ । ଆପଣ ଗୋଟିଏ କାର୍ଯ୍ୟ ଚିନ୍ତା କରୁଥିବା ସମୟରେ ଆପଣ ଅନ୍ୟ ଏକ କାର୍ଯ୍ୟ ରେ ଫଶୀ ଯାଉଛନ୍ତି । ଗ୍ରହ ମାନଙ୍କର ସ୍ଥିତି ଶୁଭଫଳ ମାନଙ୍କରେ ମଧ୍ୟବାଧା ସୃଷ୍ଟି କରିଅଛି । ଆପଣ ଧାର୍ମିକ ପ୍ରବୃତ୍ତି ର ଅଟନ୍ତି ।
୨- ଗଜାନନ – ଆପଣ ବହୁତ ମଧୁର ସ୍ଵଭାବ ସମପର୍ଣ୍ଣ ବ୍ୟକ୍ତି ଅଟନ୍ତି । ଅନ୍ୟକୁ ଦୁଖ ଦେବାକୁ ପସନ୍ଦ କରନ୍ତି ନାହିଁ । ଆପଣ ଦୁଖ ସହିଯାନ୍ତି କିନ୍ତୁ କାହାକୁ ଦୁଖ ଦିଅନ୍ତି ନାହିଁ । ମାତ୍ର ଆପଣଙ୍କ ମନରେ ଭବିଷ୍ୟତ କୁ ନେଇ ବହୁତ ବଡ ଯୋଜନା ଚାଲୁଅଛି । ଏହା ଆପଣଙ୍କର ପୂରଣ ମଧ୍ୟ ହେବ ମାତ୍ର ଆପଣ ଏହାକୁ କାହାକୁ କୁହନ୍ତୁ ନାହିଁ । ଯାହା ଆପଣଙ୍କ ଜୀବନରେ ଘଟି ଯାଇଅଛି ତାହା ସମ୍ବନ୍ଧରେ ଆପଣ ଚିନ୍ତା କରନ୍ତୁ ନାହିଁ ।
ସମୟ ଆସିଲେ ଆପଣଙ୍କୁ ଧନ ସମ୍ପତ୍ତି ପ୍ରାପ୍ତ ହେବ । ଅନେକ ଦିନରୁ ରହିଥିବା ମଙ୍ଗଳ କାର୍ଯ୍ୟ ବର୍ତ୍ତମାନ ଆପଣଙ୍କ ର ସମାପ୍ତ ହେବାକୁ ଯାଉଅଛି । ଯଦି ଆପଣଙ୍କ ଶରୀରରେ କୌଣସି ପୀଡା ରହିଅଛି ତେବେ ତାହା ସମାପ୍ତ ହେବ । ସନ୍ତାନ ନିମନ୍ତେ ଆପଣ ଆଉ ବେସୀ ଚିନ୍ତା କରନ୍ତୁ ନାହିଁ । ସେମାନେ ସେମାନଙ୍କ ଭାଗ୍ୟ ଦିଗରେ ଆଗକୁ ବଢିବେ ।
୩- ଗଣପତି- ଯଦି ଆପଣ ଭଗବାନ ଗଣପତି ଙ୍କ ନାମ କୁ ବାଛିଛନ୍ତି ତେବେ ଆପଣ ଗମ୍ଭୀର ସ୍ଵଭାବ ର ବ୍ୟକ୍ତି ଅଟନ୍ତି । ଆପଣ ସହଜରେ କୌଣସି କଥା କୁ ବିଶ୍ଵାସ କରନ୍ତି ନାହିଁ । କୌଣସି କ୍ଷେତ୍ରରେ ଆପଣ ଆଗକୁ ଯିବା ପୂର୍ବରୁ ବହୁତ ଚିନ୍ତା କରିଥାନ୍ତି । ଏହାଫଳରେ ଆପଣ ନିଜ ଜୀବନରେ ବହୁତ ପଛରେ ରହିଯାଇଥାନ୍ତି । ଆପଣ ସଦାସର୍ବଦା ସୁରକ୍ଷିତ ରହିବାକୁ ପସନ୍ଦ କରିଥାନ୍ତି ।
ଆପଣ ଅତ୍ୟାଧିକ ବିପଦପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେବାକୁ ଭୟ କରିଥାନ୍ତି । ଆପଣ ଯେଉଁ କାର୍ଯ୍ୟ ରେ ହାତ ଦେଇଥାନ୍ତି ସେହି କାର୍ଯ୍ୟ କୁ ସଫଳ ନ କରିବା ପର୍ଯ୍ୟନ୍ତ ବସି ରୁହନ୍ତି ନାହିଁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।