Garuda Puran- ମୃତ୍ୟୁ ପରେ ଆତ୍ମା କେତେ ଦିନ ପର୍ଯ୍ୟନ୍ତ ଘରେ ରହିଥାଏ ?

ବନ୍ଧୁଗଣ, ଗରୁଡ ପୁରାଣ ରେ ଆମ୍ଭକୁ ମନୁଷ୍ୟର ଜୀବନ ଏବଂ ମରଣ ସମ୍ବନ୍ଧରେ ଏଭଳି ଅନେକ ରହସ୍ୟ ସମ୍ବନ୍ଧରେ ଜାଣିବାକୁ ମିଳିଥାଏ ଯାହାକୁ ଜାଣି କୌଣସି ବ୍ୟକ୍ତି ନିଜ ଜୀବନକୁ ସୁଧାରୀ ପାରିବ । ଆଜି ଆମ୍ଭେ ଜାଣିବା ଯେ ମୃତ୍ୟୁ ପରେ ମୃତକ ଙ୍କ ଆତ୍ମା କେତେ ଦିନ ପର୍ଯ୍ୟନ୍ତ ଘରେ ରହିଥାଏ ? ମୃତ୍ୟୁ ପରେ ଆତ୍ମା କୁ ନେବାକୁ ଆସିଥିବା ଯମଦୁତ କେବଳ ୨୪ ଘଣ୍ଟା ନିମନ୍ତେ ସେହି ଜୀବାତ୍ମା କୁ ନିଜ ସହିତ ନେବା ନିମନ୍ତେ ଆସିଥାନ୍ତି ।

ଏହି ୨୪ ଘଣ୍ଟା ମଧ୍ୟରେ ଆତ୍ମା କୁ ନିଜ ସମସ୍ତ ଜୀବନର ଦୃଶ୍ୟ ଦେଖାଯାଇଥାଏ । ଏହା ଦ୍ଵାରା ହିସାବ ହୋଇଥାଏ ଯେ ସେହି ଜୀବାତ୍ମା ନିଜ ଜୀବନରେ କେତେ ପାପ ତଥା କେତେ ପୂଣ୍ୟ କରିଛନ୍ତି । ଏହାପରେ ଆତ୍ମା କୁ ପୁନ୍ନର୍ବାର ସେହି ଘରେ ଛାଡି ଦିଆଯାଇଥାଏ ଯେଉଁଠାରେ ସେ ଶରୀରର ତ୍ୟାଗ କରିଥିଲା । ଏହାପରେ ସଂପୂର୍ଣ୍ଣ ୧୩ ଦିନ ପର୍ଯ୍ୟନ୍ତ ଆତ୍ମା ସେହିଠାରେ ହିଁ ରହିଥାଏ ।

ଏବଂ ଏହି ୧୩ ଦିନ ପରେ ସେହି ଆତ୍ମା କୁ ପୁଣି ଯମଲୋକ ନିଆଯାଇଥାଏ । ଯମ ଲୋକ କୁ ଯିବା ସମୟରେ ଆତ୍ମା କୁ ଅନେକ ସମସ୍ୟା ର ସମୁଖୀନ ହେବାକୁ ହୋଇଥାଏ । ଏହା ଫଳରେ ସେ ନିଜ ପାପ କୁ ମନେ ପକାଇ ଯମ ମାର୍ଗ ରେ ଯାଇ ପହଞ୍ଚିଥାଏ । ଭୋକ ଉପାସ ରେ ଥିବା ସେହି ଜୀବାତ୍ମା କୁ ଯମଦୂତ ଦ୍ଵାରା ଅନେକ ଯନ୍ତ୍ରଣା ମଧ୍ୟ ଦିଆଯାଇଥାଏ । ଯମଦୁତ ଙ୍କ ଦ୍ଵାରା କଷ୍ଟ ପୀଡା ପାଇ ସେ ଯମ ଙ୍କ ଆଜ୍ଞା ପାଳନ କରି ପୁନର୍ବାର ପୃଥିବୀ ଲୋକରେ ଆସି ପହଞ୍ଚିଥାଏ ।

ଏହାପରେ ସେ ନିଜ ପରିଜନ ଙ୍କ ଶରୀରରେ ପ୍ରବେଶ କରିବାକୁ ଚେଷ୍ଟା କରିଥାଏ କିନ୍ତୁ ଯମଦୁତ ଙ୍କ ଦ୍ଵାରା ରଶି ରେ ବନ୍ଧା ହୋଇଥିବାରୁ ସେ କିଛି କରି ପାରି ନଥାଏ । ସେ ନିଜ ପରିବାର ଲୋକଙ୍କୁ ନିଜ ମୃତ୍ୟୁ ର ଶୋକ ମନାଉଥିବା ଦେଖିଥାଏ ସେମାନଙ୍କୁ ଚୁପ କରିବାକୁ ମଧ୍ୟ ପ୍ରୟାସ କରିଥାଏ । କିନ୍ତୁ କିଛି କରି ପାରିନଥାଏ । ତାହାର ଉପସ୍ଥିତି ର ଆଦୌ କାହାକୁ ଜ୍ଞାନ ରହି ନଥାଏ ।

ଭୋକ ଉପାସ ରେ ଆକୁଳ ହୋଇ ଏହି ଜୀବାତ୍ମା ଉଚ ଉଚ ସ୍ଵର ରେ କାନ୍ଦିବାକୁ ଲାଗିଥାଏ । ମାତ୍ର ସେ ପାପୀ ଆତ୍ମା ନିଜ ପାପ କୁ କମ କରି ନଥାଏ । ଏଥିପାଇଁ ପିଣ୍ଡ ଦାନ କରାଯିବା ଆବଶ୍ୟକ କୁହାଯାଇଅଛି । କାରଣ ଏହି ସମୟରେ ପିଣ୍ଡଦାନ ଦ୍ଵାରା ଆତ୍ମା କୁ କିଛି ଖାଦ୍ୟ ମିଳିଥାଏ । ଯେଉଁ ମାନଙ୍କ ପିଣ୍ଡ ଦାନ ହୋଇ ନଥାଏ ସେମାନେ ପ୍ରେତ ରୂପରେ ଅନେକ ବର୍ଷ ପର୍ଯ୍ୟନ୍ତ ନିର୍ଜନ ବଣ ରେ ଭ୍ରମଣ କରିଥାନ୍ତି ।

ଗରୁଡ ପୁରାଣ ରେ ପିଣ୍ଡ ଦାନ କୁ ମହତ୍ଵ ଦିଆଯାଇଅଛି । ପିଣ୍ଡ ଦାନ ଶରୀରର ପଞ୍ଚଭୂତ ର ପୂର୍ତ୍ତି ନିମନ୍ତେ ହୋଇଥାଏ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *