ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ଏହି ୮ ଟି ସଂକେତ, କେବେ ବି କରନ୍ତୁ ନାହିଁ ନଜର ଅନ୍ଦାଜ- Ajira Anuchinta

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏକ ମହତ୍ତ୍ୱପୂର୍ଣ୍ଣ ବିଷୟ ସମ୍ବନ୍ଧରେ କହିବୁ।ଯାହାଦ୍ୱାରା ଆପଣ ନିଜ ଖରାପ ସମୟ ଆସିବା ପୂର୍ବରୁ କିଛି ଲକ୍ଷଣ ଦେଖିବାକୁ ପାଇଥାନ୍ତି ତାହା ଜାଣିପାରିବେ । ବନ୍ଧୁଗଣ ଗୋଟିଏ ସମୟର କଥା, ଥରେ ଗୋଟିଏ ସ୍ଥାନରେ ଜଣେ ସାଧୁ ମହାଶୟ ପ୍ରବଚନ ଦେବା ପାଇଁ ଆସିଥିଲେ ଏବଂ ଲୋକମାନେ ତାଙ୍କ ପାଇଁ ବହୁତ ଭଲ ବନ୍ଦୋବସ୍ତ ମଧ୍ୟ କରିଥିଲେ ଏବଂ ତାଙ୍କୁ ଉଚିତ ମାନ ସମ୍ମାନ ମଧ୍ୟ ମିଳିଥିଲା । ସେହି ସାଧୁ ଜଣକ ପ୍ରବଚନ ଦେବା ସମୟରେ ଏହା କହିଥିଲେ ଯେ, ସର୍ବଦା ଈଶ୍ୱର ଙ୍କ ଉପରେ ବିଶ୍ୱାସ ରଖନ୍ତୁ।ସାଧୁଙ୍କ ପ୍ରବଚନ କୁ ଜଣେ ଲୋକ ମନ ଧ୍ୟାନ ଦେଇ ଶୁଣୁଥିଲା ଏବଂ ସେହି କଥା କୁ ମନେ ରଖିଥିଲା।

ଥରେ ସେହି ଲୋକ ଏକ ଜଙ୍ଗଲ ମଧ୍ୟ ଦେଇ ଯାଉଥିଲା ଏବଂ ସେଠାରେ ଏକ ପାଗଳ ହାତୀ ମାଡ଼ି ଆସୁଥିଲା ଏବଂ ସେହି ସମୟରେ ଜଣେ ବ୍ୟକ୍ତି ସେହି ଲୋକକୁ ସଚେତନ କରାଇଦେଲା, କିନ୍ତୁ ସେ ସାଧୁ ଙ୍କ କଥାକୁ ମନେ ରଖି ସେହି ସ୍ଥାନରୁ ଗଲା ନାହିଁ ଏବଂ ଈଶ୍ୱର ଙ୍କୁ ସ୍ମରଣ କଲା। ହାତୀ ଟି ଆସି ସେହି ଲୋକକୁ ନିଜ ଶୁଣ୍ଢ ରେ ଉଠାଇ ଫୋପାଡ଼ି ଦେଲା। ସେ ଲୋକ ମ- ରିଲା ନାହିଁ କେବଳ କ୍ଷତ ବିକ୍ଷତ ହୋଇଥିଲା ।

ଏହା ପରେ ସେ ଲୋକ ରାଗରେ ଜର୍ଜରିତ ହୋଇ ସେହି ସାଧୁ ଙ୍କ ପାଖକୁ ଗଲା ଏବଂ ତାଙ୍କୁ ସବୁ କଥା କହିଲା। ସବୁକଥା ଶୁଣି ସାଧୁ କହିଲେ ଯେ ଈଶ୍ୱର ତୁମକୁ ସାହାଯ୍ୟ କରିବା ପାଇଁ ସେହି ଲୋକକୁ ପଠାଇ ଥିଲେ ଯିଏ ତୁମକୁ ସଚେତନ କରିବାକୁ ଆସିଥିଲା କିନ୍ତୁ ତୁମେ ସେଠାରୁ ଗଲ ନାହିଁ। ଭଗବାନ ତୁମକୁ ସଙ୍କେତ ଦେଲେ କିନ୍ତୁ ତୁମେ ତାକୁ ଅଣଦେଖା କରିଲ କିନ୍ତୁ ତଥାପି ଭଗବାନ ତୁମ ଜୀବନ ବଞ୍ଚାଇଲେ। ତେବେ ବନ୍ଧୁଗଣ ଏହାର ତାତ୍ପର୍ଯ୍ୟ ଏହା ଯେ, ଆପଣଙ୍କ ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଆପଣଂକୁ ଯେଉଁ ସଂକେତ ଦେଇଥାନ୍ତି ତାହାକୁ ଆପଣ ଅଣଦେଖା କରନ୍ତୁ ନାହିଁ । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ କିଛି ସଂକେତ ବିଷୟରେ କହିବୁ ଯାହା ଆପଣଂକୁ ଭଗବାନ କୌଣସି ବିପଦ ଆସିବା ପୂର୍ବରୁ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ।

୧. ବନ୍ଧୁଗଣ ଯଦି କୌଣସି ବିବାହିତା ନାରୀ ମଥା ରେ ସିନ୍ଦୁର ଲଗାଇବା ସମୟରେ ହାତରୁ ସିନ୍ଦୁର ଡବା ଖସିଯାଇଥାଏ ତେବେ ତାହା ଅଶୁଭ ହୋଇଥାଏ। ଏହାର ଅର୍ଥ ଆପଣଙ୍କ ସ୍ୱାମୀ ଙ୍କ ଉପରେ କୌଣସି ବିପଦ ଆସିବାକୁ ଯାଉଛି।

୨. ବନ୍ଧୁଗଣ ଯଦି କ୍ଷୀର ଛିଡିଯାଏ ତେବେ ତାହା ଅତ୍ୟନ୍ତ ଅଶୁଭ ହୋଇଥାଏ। ଏହାର ଅର୍ଥ ଆପଣଙ୍କ ଉପରେ ଅଚାନକ କୌଣସି ବିପଦ ଆସିବା କୁ ଯାଉଛି ଏବଂ ରୋଗ ହେବାର ସମ୍ଭାବନା ଅଛି।

୩. ବନ୍ଧୁଗଣ ଯଦି ଆପଣଂକୁ ବହୁତ ଦିନ ଧରି ରାଟିରେ ଖରାପ ସ୍ବପ୍ନ ଆସୁଛି ତେବେ ଏହାର ଅର୍ଥ ଆପଣଙ୍କ ଶତ୍ରୁ ର ସଂଖ୍ୟା ବୃଦ୍ଧି ହେବାକୁ ଯାଉଛି ଅଥବା ଆପଣଙ୍କ ପରିବାର ର ସଦସ୍ୟ ଙ୍କ ଉପରେ କୌଣସି ବିପଦ ଆସିବାକୁ ଯାଉଛି।

୪. ବନ୍ଧୁଗଣ ଯଦି ଆପଣଙ୍କ ଘର ଆଖପାଖ ରେ ଅଥବା ଆପଣ ପାଳିଥିବା ବିରାଡ଼ି ଅଜବ ପ୍ରକାରର ଶବ୍ଦ କରିଥାଏ ତେବେ, ଏହାର ଅର୍ଥ ଘରେ ନକରାତ୍ମକ ଶକ୍ତି ବାସ କରୁଛି।

୫. ବନ୍ଧୁଗଣ ଯଦି କୌଣସି ବିବାହିତା ମହିଳାଙ୍କ ମଙ୍ଗଳସୁତ୍ର ଅକାରଣ ରେ ଛିଡି ଯାଏ ତେବେ ଏହାର ଅର୍ଥ ତାଙ୍କ ସ୍ବାମୀ ଙ୍କ ଉପରେ ବିପଦ ଆସୁଛି। ଏଥି ନିମନ୍ତେ ବୃନ୍ଦାବତୀ ଙ୍କ ପୂଜା କରିବା ଆବଶ୍ୟକ।

୬.ବନ୍ଧୁଗଣ ଯଦି ଆପଣ ବାହାରକୁ ଯିବା ସମୟରେ ଝଗଡ଼ା ହେବାର ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ କ୍ଳେଶ ଆସିବାକୁ ଯାଉଛି।

୭. ବନ୍ଧୁଗଣ ଆପଣ ଭୋଜନ କରୁଥିବା ସମୟରେ ଯଦି ଆପଣଂକୁ ଭୋଜନ ପସନ୍ଦ ଆସିନଥାଏ ଏହାର ଅର୍ଥ ଆପଣଙ୍କ କୌଣସି ବନ୍ଧୁଙ୍କ ଠାରୁ କିଛି ଅଶୁଭ ସୂଚନା ଆସିବାର ସମ୍ଭାବନା ରହିଛି।

୮. ବନ୍ଧୁଗଣ ଆପଣ ପୂଜା କରିବା ସମୟରେ ଯଦି ଆପଣଙ୍କ ହାତ ରୁ ପୂଜା ଥାଳି ପଡ଼ିଯାଏ ତେବେ ଏହାର ଅର୍ଥ ଆପଣଙ୍କ ଉପରେ ଦେବାଦେବୀ ଅସନ୍ତୁଷ୍ଟ ଅଛନ୍ତି ଏବଂ ଆପଣ ପୂଜା ରେ କିଛି ତ୍ରୁଟି କରୁଛନ୍ତି।

ଆଶା କରୁଛି ଏହା ଆପଣଙ୍କୁ ବହୁତ ଭଲ ଲାଗିଥିବ। ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ଶାସ୍ତ୍ର ସମ୍ବନ୍ଧୀୟ ନୂଆ ନୁଆ କଥା ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *