Astrology- ପବିତ୍ର ଶ୍ରାବଣ ମାସରେ ନିଜ ରାଶି ଅନୁସାରେ କରନ୍ତୁ ଶିବ ପୂଜା, ହେବ ପ୍ରବଳ ଧନଲାଭ

ନମସ୍କାର ବନ୍ଧୁଗଣ ଧାର୍ମିକ ମାନ୍ୟତା ଅନୁସାରେ ଶ୍ରାବଣ ମାସ ଭଗବାନ ଶିବ ଙ୍କ ର ଅଧିକ ପ୍ରିୟ ମାସ ଅଟେ । ସେଥିପାଇଁ ଶ୍ରାବଣ ର ସମ୍ପୂର୍ଣ୍ଣ ମାସ ଯାକ ମହାଦେବ ଙ୍କ ବିଶେଷ ପୂଜାର୍ଚ୍ଚନା କରା ଯାଇଥାଏ ।

ଶ୍ରାବଣ ମାସ କୁ ପ୍ରେମ ର ମାସ ବୋଲି ମଧ୍ୟ କୁହାଯାଏ । ଏହି ମାସ ରେ ଭକ୍ତ ମାନେ ଶ୍ରାବଣ ସୋମବାର ର ଵ୍ରତ ରଖିଥାନ୍ତି । କୁହାଯାଏ କି ଏହି ବ୍ରତ କରିବା ଦ୍ୱାରା ଭଗବାନ ଶିବ ସେହି ଭକ୍ତ ଉପରେ ବହୁତ ପ୍ରସନ୍ନ ହୋଇ ଯାଆନ୍ତି ଏବଂ ନିଜ ଭକ୍ତ ଙ୍କ ସବୁ ମନୋକାମନା କୁ ସେ ପୂର୍ଣ୍ଣ କରି ସୁଖୀ ଜୀଵନ ର ଆଶୀର୍ବାଦ କରିଥାନ୍ତି । ଶ୍ରାବଣ ମାସ ରେ ଭକ୍ତ ଗଙ୍ଗା ନଦୀ କିମ୍ବା ଅନ୍ୟ ପବିତ୍ର ନଦୀରୁ ଜଳ ଆଣିଥାନ୍ତି ଏବଂ ଭଗବାନ ଶିବ ଙ୍କ ଜଳ ଅଭିଷେକ କରିଥାନ୍ତି ।

ଏହା ଦ୍ୱାରା ମହାଦେବ ପ୍ରସନ୍ନ ହୋଇଥାନ୍ତି । ତେବେ ଏହି ଶ୍ରାବଣ ମାସରେ ସବୁ ବ୍ୟକ୍ତି ନିଜ ରାଶି ର ଅନୁଯାୟୀ ମହାଦେବଙ୍କ ପୂଜା କରିବା ଆବଶ୍ୟକ ଏହା ଦ୍ୱାରା ଆପଣ ଙ୍କୁ ନିଜର ଉଚିତ ଫଳ ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ ।

୧- ପ୍ରଥମ ରାଶି ହେଉଛି ମେଷ ରାଶି । ଏହି ରାଶିର ସ୍ଵାମୀ ମଙ୍ଗଳ ହୋଇଥିବା ବେଳେ ସେମାନଙ୍କ ପାଇଁ ଲାଲ ରଙ୍ଗ ହେଉଛି ଶୁଭ ରଙ୍ଗ । ଯଦି ଲାଲ ଚନ୍ଦନ କିମ୍ବା ଲାଲ ଫୁଲ ଆପଣ ମହାଦେବ ଙ୍କୁ ଚଢାନ୍ତି ତେବେ ମହାଦେବ ପ୍ରସନ୍ନ ହୋଇଥାନ୍ତି ଏହାଛଡା ପୂଜା ସମୟରେ ଓଁ ନାଗେଶ୍ୱରାୟ ନମଃ ମନ୍ତ୍ର ଜପ କରିବା ମଧ୍ୟ ଆବଶ୍ୟକ ଅଟେ ।

୨- ଦ୍ଵିତୀୟ ରାଶି ହେଉଛି ବୃଷ ରାଶି । ଏହି ରାଶି ର ସ୍ୱାମୀ ହେଉଛନ୍ତି ଶୁକ୍ର ଏମାନଙ୍କ ପାଇଁ ଧଳା ରଙ୍ଗ ଏବଂ ଚମେଲି ଫୁଲ ହେଉଛି ସବୁଠାରୁ ଶୁଭ ।

୩- ତୃତୀୟ ଟି ହେଉଛି ମିଥୁନ ରାଶି । ଏହି ରାଶିର ସ୍ୱାମୀ ହେଉଛନ୍ତି ବୁଧ । ଏହି ରାଶିର ଲୋକମାନେ ଦୁଦୁରା ଫୁଲ ଭାଙ୍ଗ ଚଢାଇ ଶିବ ପଞ୍ଚାକ୍ଷରୀ ମନ୍ତ୍ର ବା ଓଁ ନମଃ ଶିବାୟ ଜପ କରିବା ଉଚିତ ।

୪- ଚତୁର୍ଥ ରାଶି ଟି ହେଉଛି କର୍କଟ ରାଶି । ଏହି ରାଶିର ସ୍ଵାମୀ ହେଉଛନ୍ତି ଚନ୍ଦ୍ର ସେଥିପାଇଁ ସେମାନେ ଭାଙ୍ଗ ମିଶା ଦୁଧ ଚଢାଇବା ଲାଭପ୍ରଦ ହୋଇଥାଏ ।

୫- ପଞ୍ଚମ ରାଶି ଟି ହେଉଛି ସିଂହ ରାଶି । ଏହି ରାଶି ର ସ୍ଵାମୀ ହେଉଛନ୍ତି ସୂର୍ଯ୍ୟ । ଏମାନେ ଶିବାଳୟ ରେ ଶ୍ରୀ ଶିବ ଚାଲିଶା ପଢିବା ବହୁତ ଶୁଭ ଅଟେ ।

୬- ଷଷ୍ଠ ରାଶି ଟି ହେଉଛି କନ୍ୟା ରାଶି । ଏହି ରାଶି ର ବ୍ୟକ୍ତି ମାନେ ବେଲପତ୍ର, ଦୁଦୁରା,ଏବଂ ଭାଙ୍ଗ ଆଦିରେ ମହାଦେବ ଙ୍କୁ ପୂଜା କରିବା ଅତ୍ୟନ୍ତ ଶୁଭ ଅଟେ ।

୭- ସପ୍ତମ ରାଶି ଟି ହେଉଛି ତୁଳା ରାଶି । ଏହି ରାଶିର ସ୍ୱାମୀ ହେଉଛନ୍ତି ଶୁକ୍ର । ମିଶ୍ରି ଯୁକ୍ତ କ୍ଷୀର ରେ ମହାଦେବ ଙ୍କୁ ପୂଜା କରିବା ସହ ଶିବ ସହସ୍ର ନାମ ଜପ କରିବା ଉଚିତ ।

୮- ଅଷ୍ଟମ ରାଶି ଟି ହେଉଛି ବିଛା ରାଶି । ଏହି ରାଶି ର ବ୍ୟକ୍ତି ମାନେ ବେଲପତ୍ର ରେ ମହାଦେବ ଙ୍କ ପୂଜା କରିବା ଉଚିତ । ପ୍ରତିଦିନ ରୁଦ୍ରଷ୍ଟାକ ପାଠ କରିବା ଅତ୍ୟନ୍ତ ଶୁଭ ଅଟେ ।

୯- ନବମ ରାଶି ଟି ହେଉଛି ଧନୁ ରାଶି । ଏହି ରାଶି ର ସ୍ଵାମୀ ହେଉଛନ୍ତି ବୃହସ୍ପତି । ଏମାନେ ହଳଦିଆ ଫୁଲ ରେ ମହାଦେବଙ୍କ ପୂଜା କରିବା ଉଚିତ ହୋଇଥାଏ ।

୧୦- ଦଶମ ରାଶି ହେଉଛି ମକର ରାଶି । ଏହି ରାଶି ହେଉଛି ଶନି ଙ୍କ ରାଶି । ଏମାନେ ଦୁଦୁରା,ଭାଙ୍ଗ, ଅଷ୍ଟ ଗନ୍ଧ ଆଦିରେ ମହାଦେବଙ୍କ ପୂଜା କରିବା ଖୁବ ଶୁଭ ଅଟେ ।

୧୧- ଏକାଦଶ ରାଶି ହେଉଛି କୁମ୍ଭ ରାଶି । ଏମାନେ ଆଖୁ ରସ ରେ ମହାଦେବ ଙ୍କୁ ପ୍ରସନ୍ନ କରିବା ଉଚିତ । ଏହା ସହ ଶିବାଅଷ୍ଟକ ମନ୍ତ୍ର ଜପ କରିବା ଉଚିତ ।

୧୨- ଦ୍ଵାଦଶ ରେ ହେଉଛି ମୀନ ରାଶି । ଏହି ରାଶିର ବ୍ୟକ୍ତି ମାନେ ପଞ୍ଚାମୃତ,ଦହି ଦୁଧ ଆଦିରେ ମହାଦେବ ଙ୍କୁ ପୂଜା କରିବା ଉଚିତ ଅଟେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *