Vastu Tips- ପାଳନ କରନ୍ତୁ ଏହି ନିୟମ ! ରହିବନି ଟଙ୍କାର ଅଭାବ

ପ୍ରତେକ ବ୍ୟକ୍ତି ନିଜ ଜୀବନରେ ସଫଳ ହେବାକୁ ଆଶା ରଖିଥାଏ । ସେଥିପାଇଁ ବ୍ୟକ୍ତି କଠିନ ପରିଶ୍ରମ କରି ଟଙ୍କା ରୋଜଗାର କରିବାକୁ ପଡିଥାଏ । କିନ୍ତୁ କିଛି କ୍ଷେତ୍ରରେ ବ୍ୟକ୍ତି ସଫଳ ହୋଇଥାଏ ତ ଆଉ କିଛି କ୍ଷେତ୍ରରେ ଅସଫଳ ହୋଇଥାଏ । କୌଣସି କାରଣ ବଶତ ବ୍ୟକ୍ତି ଟଙ୍କା ରୋଜଗାର କରିବାରେ ବିଫଳ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଟିପ୍ସ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଅର୍ଥ ବୃଦ୍ଧି ହୋଇ ପାରିବ ।

୧- କିଛି ଲୋକ ମାନେ ଟଙ୍କା ଗଣିବା ବେଳେ ଛେପ ଲଗାଇଥାନ୍ତି । ଯାହା କରିବା ଉଚିତ ନୁହେଁ । ଅକରଣ ଏହା ଦ୍ଵାରା ମା ଲକ୍ଷ୍ମୀଙ୍କର ଅ-ପ-ମା-ନ ହୋଇଥାଏ । ତେଣୁ ଟଙ୍କା ଗଣିବା ବେଳେ ଛେପ ଲଗାଇବା ଅନୁଚିତ ।

୨- ଟଙ୍କା ଗଣିବା ବେଳେ ବାହାର ପଟୁ ନିଜ ଆଡକୁ ଗଣିବା ଉଚିତ । ଯଦି ନିଜ ଆଡକୁ ଟଙ୍କା ଗଣନ୍ତି ତେବେ ମା ଲକ୍ଷ୍ମୀ ଦୂରେଇ ଯାଇଥାନ୍ତି । ତେଣୁ ବାହାର ପଟୁ ଟଙ୍କା ଗଣିଲେ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

୩- ଯଦି ଆପଣ ଚିରା ବା ଫଟା ନୋଟ ପାଇଛନ୍ତି ତେବେ ତାହାର ଅପବ୍ଯବହାର କରନ୍ତୁ ନାହି କି ପୋଫାଡୁନ୍ତୁ ନାହି । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କର କୋପ ଦ୍ରୁଷ୍ଟି ପଡିଥାଏ । ତେଣୁ ଯଦି ଚିରା ନୋଟ ପାଇଛନ୍ତି ତେବେ ତାହାକୁ ସାଇତି ରଖନ୍ତୁ ।

୪- ମନିପର୍ସରେ ଟଙ୍କା ରଖିବା ବେଳେ ମୋଡିବା ରଖିବା ଅନୁଚିତ । ଟଙ୍କା ରଖିବା ବେଳେ ନୋଟକୁ ସିଧା ଭାବେ ରଖିବା ସହ ସାଇଜ କରି ରଖନ୍ତୁ । ଯଦି ଗୋଟିଏ ମନିପର୍ସ ଅଧିକ ଦିନ ଯାଏଁ ବ୍ୟବହାର କରାଯାଏ ତେବେ ଅର୍ଥ ରୋଜଗାର କରିବାରେ ବାଧା ସୃଷ୍ଟି ହୋଇଥାଏ । ପୁରୁଣା ପର୍ସକୁ ଅଶ୍ଵସ୍ତ ଗଛ ତଳେ ପୋଫାଡିବା ଉଚିତ ।

୫- ଆପଣ ଯେଉଁ ଜାଗାରେ ଟଙ୍କା ରଖୁଛନ୍ତି ଯେମିତକୀ ତିଜୋରି ବା ଆଲମାରି ବା ସିନ୍ଧୁକରେ ଟଙ୍କା ରଖୁଥିଲେ ତାହାକୁ ବର୍ଷକୁ ଥରେ ଗଙ୍ଗାଜଳରେ ଧୋଇବା ଉଚିତ । ଏହା ଦ୍ଵାରା ଅର୍ଥ ବୃଦ୍ଧି ହୋଇଥାଏ ।

୬- ଆପଣ ଯେଉଁ ଜାଗାରେ ଟଙ୍କା ରଖୁଛନ୍ତି ତାହା ସଫା ସୁତୁରା ହେବା ସହ କେବେ ବି ପଇସାକୁ ଏଣେତେଣେ ଫିଙ୍ଗିବା ଉଚିତ ନୁହେଁ । ସର୍ବଦା ଟଙ୍କାର ସଦବ୍ୟବହାର କରିବା ଉଚିତ । ମଙ୍ଗଳବାର ଦିନ କରଜ କରିବା ଅନୁଚିତ । କିନ୍ତୁ ଏହି ଦିନ ଟଙ୍କା ସୁଝିଲେ ବହୁତ ଭଲ ହୋଇଥାଏ ।

୭- ଶ୍ରୀଜନ୍ତ୍ର ଓ ନାଲି କପଡାରେ ବନ୍ଧା ହୋଇଥିବା ନଡିଆ ରଖିଲେ ଅର୍ଥ ବୃଦ୍ଧି ହୋଇଥାଏ । ଯଦି ଗୁରୁବାର ଦିନ କୌଣସି କଏନ ବା ମୁଦ୍ରା ପାଇଥିବେ ତେବେ ତାହାକୁ ଅନ୍ୟକୁ ନ ଦେଇ ନାଲି କପଡାରେ ବାନ୍ଧି ଟଙ୍କା ଥିବା ଜାଗାରେ ରଖିଲେ ଅର୍ଥ ବୃଦ୍ଧି ହୋଇଥାଏ ।

୮- ଅନ୍ୟ ଠାରୁ ଟଙ୍କା କରଜ ଆଣିବା ଉଚିତ ନୁହେଁ । ଯଦି ଆବଶ୍ୟକ ରହିଛି ତେବେ ଟଙ୍କା ଆଣି ଯେତେ ଜଲ୍ଦି ସୁଝିବା ଠିକ ହୋଇଥାଏ । ଅନାବଶ୍ୟକ ଭାବେ ଟଙ୍କା ଖର୍ଚ୍ଚ କରିବା ଅନୁଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *