ଅର୍ଶ (Piles) କେମିତି ଭଲ ହେବ ? Dr Biswajit Mohapatra

ବନ୍ଧୁଗଣ, ସାଧାରଣତ ଅର୍ଶ ଏକ ବହୁତ ବଡ ବେମାରୀ ନୁହେଁ । ମଳଦ୍ଵାର ନିକଟରେ ୩ ଟି ଶିରା ରହିଥାଏ, ଯାହାକି ଆମ୍ଭର ଆନାଲ କେନାଲ କୁ ସପ୍ଲାଏ କରିଥାଏ । ଯେତେବେଳେ ଆମ୍ଭର ଖାଇବା ପିଇବା ର ଅସୁବିଧା ତଥା ଯେଉଁ ପ୍ରକାରର ଆମ୍ଭର ଅଭ୍ୟାସ ହୋଇଯାଇଛି, ତାହା ମଧ୍ୟରେ ଆମ୍ଭ ଭିତରେ ସୃଷ୍ଟି ହୋଇଥାଏ ଏକ ଅଲଗା ପ୍ରକାରର ପ୍ରଣାଳୀ । ଯେଉଁଥିରେ କି ଆମ୍ଭକୁ ବିଭିନ୍ନ ପ୍ରକାରର ବେମାରୀ ଆକ୍ରାନ୍ତ କରିଥାଏ ।

ଆମ୍ଭର ଝାଡା ଯିବାର ଅଭ୍ୟାସ ଉପରେ ନିର୍ଭର କରିଥାଏ ପାଇଲ୍ସ ହବ କି ନାହିଁ । ଯେତେବେଳେ ଆମ୍ଭେ ଜୋର କରୁଛେ, ସେଠାରେ ଯେଉଁ ର-କ୍ତନଳୀ ୩ ଟି ଥାଏ ସେଠାରେ ପ୍ରେସର ପଡେ । ଏବଂ ଧୀରେ ଧୀରେ ସେହି ର-କ୍ତନଳୀର ସାଇଜ ବଢିବାକୁ ଲାଗିଥାଏ । ଏହାପରେ ସମୟର ସହିତ ସେ ଅଳ୍ପ ଅଳ୍ପ ବାହାରକୁ ଆସିଥାଏ । ଏବଂ ସେହି ସମୟରେ ଯେତେବେଳେ ଆମ୍ଭେ ଝାଡା ଯାଇଥାଉ ସେଥିରେ ଘର୍ଷଣ ହୋଇଥାଏ । ଏହାଫଳରେ ସେଠାରେ କିଛିଟା ଇଞ୍ଜୁରୀ ହୋଇଗଲା ।

ଏବଂ ସେଠାରୁ ଟିକିଏ ର-କ୍ତ ବାହାରିବା ଆରମ୍ଭ ହୋଇଯାଏ । ମାତ୍ର ଗୋଟିଏ କଥା ମନେ ରଖନ୍ତୁ ଯେ ପାଇଲ୍ସ କେବେ ଭଲ ହେବ ନାହିଁ । ଆପଣ ତାକୁ ଚାହିଁଲେ ବହୁତ ବର୍ଷ ପର୍ଯ୍ୟନ୍ତ ତାକୁ କଣ୍ଟ୍ରୋଲ କରି ରଖି ପାରିବେ । ଏହାର ବଡ କମ୍ପ୍ଲିକେସନ ହେଉଛି ରକ୍ତ ହୀନତା । ଅପରେସନ କରି ପାଇଲ୍ସ କୁ ସଂପୂର୍ଣ୍ଣ ଭାବରେ ବାହାର କରାଯାଇଥାଏ ।

ମାତ୍ର ନୂଆ ନୂଆ ଟେକ୍ନୋଲୋଜି ଆସିବା ଦ୍ଵାରା ଆମ୍ଭେ ସେ ସବୁକୁ ବ୍ୟବହାର କରୁଛୁ ସେଥିରୁ ଗୋଟିଏ ହେଉଛି ଲେଜର ଟେକ୍ନୋଲୋଜି । ଏଥିରେ ଲେଜର ଦ୍ଵାରା ବଢିଥିବା ର-କ୍ତନଳୀକୁ ବନ୍ଦ କରାଯାଇଥାଏ । ଏହାଦ୍ଵାରା ଆପଣ ସେ ରୋଗରୁ ମୁକ୍ତି ପାଇ ଯାଇଥାନ୍ତି । ୩ ଅପରେସନ ପାଇଲ୍ସ ପାଇଁ ହୋଇଥାଏ । ପ୍ରଥମ ଟି ହେଉଛି ଏକ୍ସିଜେନ, ଅନ୍ୟଟି ଲେଜର ଏବଂ ଶେଷରେ ସ୍ଟେପଲର ସର୍ଜରୀ ।

ଆଜିକାଲି କେବଳ ଭାରତବର୍ଷ ନୁହେଁ ବରଂ ସାରା ପୃଥିବୀ ରେ ଏହା ହେଇ ପାରୁଛି । ବିନା କୌଣସି ଅପରେସନ ରେ ବ୍ୟକ୍ତି ପାଇଲ୍ସର ଚିକିତ୍ସ୍ୟା ହୋଇ ପାରିବ ନାହିଁ । ପାଇଲ୍ସ ଆପଣଙ୍କ ବାହାରି ଆସିଛି ଏବଂ ର-କ୍ତ ବହୁତ ବୋହି ଚାଲିଛି ସେ ସମୟରେ ସର୍ଜରୀ କୁ ଆପଣ ମନା କରି ପାରିବେ ନାହିଁ । ଯଦି ର-କ୍ତ ବନ୍ଦ ହୋଇଗଲା ତେବେ ଆପଣ କିଛି ମାସ ତଥା ବର୍ଷ ପାଇଁ ରହିପାରିବେ । ମାତ୍ର ଶେଷରେ ଆପଣଙ୍କୁ ଅପରେସନ ନିଶ୍ଚିତ ଭାବରେ କରିବାକୁ ହେବ ।

ମାତ୍ରେ ଏହି ରୋଗରେ ଖାଦ୍ୟପେୟ ର ବିଶେଷ ଭାବରେ ଧ୍ୟାନ ରଖିବାକୁ ହେବ । ପନିପରିବା ଯୁକ୍ତ ଖାଦ୍ୟ ଖାଇଲେ ଆପଣଙ୍କ ପାଇଁ ବହୁତ ଭଲ ହୋଇଥାଏ । ଏହା ସହିତ ଫଳ ମଧ୍ୟ ଖାଇ ପାରିବେ । ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *