ଅର୍ଶ, ମଳକଣ୍ଟକ ଓ ଭଗନ୍ଦର, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ଚିକିତ୍ସା (Dr Narahari Panda)

ନମସ୍କାର ବନ୍ଧୁଗଣ , ମୁ ଆଜି ଆପଣଙ୍କୁ ମଳ ଦ୍ଵାରା ନିର୍ଗତ  ହୋଇଥିବା ରୋଗ ଯଥା ଅର୍ଶ , ମଳକଣ୍ଟକ , ଭଗନ୍ଦର କାରଣ ଏବଂ ଏହାର ଲକ୍ଷଣ ଚିକିତ୍ସା ସମ୍ବନ୍ଧରେ ଆଲୋଚୋନା କରିବି ଓ ଏହା ସମ୍ବନ୍ଧରେ ଆପଣଙ୍କୁ  ଅବଗତ କରାଇବି । ସାଧାରଣ ଭାବରେ ମଳ ଦ୍ଵାର ରେ ଯେ କୋଣସି ରୋଗ ହେଇଥାଉ ତାଙ୍କୁ ଆମେ ଅର୍ଶ ବୋଲି କହିଥାଉ  । କିନ୍ତୁ ପ୍ରକୃତରେ ଆମ ମଳ ନିଷ୍କାସନ ବା ଝାଡା ଦ୍ଵାରା ଯେଉଁ ରୋଗ ହୋଇଥାଏ ତାହା ଦ୍ଵାରା ମଳକଣ୍ଟକ , ଭଗନ୍ଦର ଓ ଅର୍ଶ ଆଦି ରୋଗ ହୋଇଥାଏ ।

ପ୍ରଥମେ ଝାଡା ଯିବା ସମୟରେ ବହୁତ କଷ୍ଟ ହୋଇଥାଏ ସେହି ସ୍ଥାନରେ ଘା ‘ ହୋଇଥାଏ ଏହା ଧୀରେ ଧୀରେ ମଳକଣ୍ଟକରେ ପରିଣତ ହୋଇଥାଏ । ଆମେ ଯେତେ ବେଳେ ଯାଇ ଡାକ୍ତର କୁ କହିଥାଉ ଯେ ଆମ କୁ  ଝାଡା ଯିବା ସମୟରେ କଷ୍ଟ ହେଉଛି ଓ ବେଳେ ରକ୍ତ ମଧ୍ୟ ନିଗତ ହେଉଛି । ତେଣୁ ମଳକଣ୍ଟକ ହେଉଛି ଏକ ଘା ‘ ଯାହା ବେସୀ ହୋଇ ବେଳେ ବେଳେ ରକ୍ତ ମଧ୍ୟ ନିର୍ଗତ ହୋଇଥାଏ । ଦ୍ଵିତୀୟ ହେଲା ଅର୍ଶ ଏହା ଏକ ଏପରି ରୋଗ ଯାହା ବିନା କଷ୍ଟରେ ଅଧିକ ପରିମାଣରେ ରକ୍ତ ମଳ ଦ୍ଵାର ରୁ ନିଗତ ହୋଇଥାଏ ।

ଆଉ ଗୋଟେ ହେଲା ଭଗନ୍ଦର ଏହା ଏକ ଅଲଗା ଜିନିଷ ଯାହା ମଳଦ୍ଵାର ବାହାରେ କୋଣା ହୋଇଏ ରକ୍ତ , ପୂଜ , ପାଣି ନିର୍ଗତ ହୁଏ ।  ମଳକଣ୍ଟକ ହେଉଛି ଦୁଇ ପ୍ରକାରର ଗୋଟେ ହେଉଛି ଜରୁରୀ କାଳୀନ ଘା ‘ ଆଉ ଗୋଟେ ହେଉଛି ଅନେକ ଦିନରୁ ଶୁଖିଯାଇଥିବା ଘା ‘। ଅର୍ଶ ମଧ୍ୟ ଦୁଇ ପ୍ରକାରର ଯାହା କି କଷ୍ଟ ନ ଥାଇ  ହୋଇଥାଏ , ଆଉ ଗୋଟେ ବହୁତ ଯନ୍ତ୍ରଣା ସହ ହୋଇଥାଏ । ଏହା ମଳ କଣ୍ଟକ ଦ୍ଵାରା ହୋଇଥାଏ ଏବଂ ଆଉ ଗୋଟେ ଜନ୍ମ ଗତ ହୋଇଥାଏ । ଜିନ ଦ୍ଵାରା ମଧ୍ୟ ଏହା ଆପଣଙ୍କୁ ହୋଇପାରେ ।

ଏହାର କାରଣ କ’ଣ ଆସନ୍ତୁ ଜାଣିବା ଏହା ବିଷୟରେ । ପ୍ରଥମ ହେଉଛି ପାଣି ଅନେକ ଏମିତି ଥାନ୍ତି ଯେ ଦିନ ସାରା ପାଣି ପିଇଅନ୍ତି ନାହିଁ ।  ଏହା ଦ୍ଵାରା ମଧ୍ୟ ଏହି ରୋଗ ହୋଇଥାଏ । କାରଣ ଆମେ ପାଣି ପିଇବା ବନ୍ଦ କରିଥାଉ କିନ୍ତୁ ଶରୀର ପାଣି କୁ ବନ୍ଦ କରିନଥାଏ ତେଣୁ କରି ଏହା ଶରୀର ପାଣି କୁ ଟାଣି ଥାଏ । ଯାହା ଫଳରେ କି ପାଣି ଅଭାବ ହେତୁ ମଳ ଶୁଖିଲା ହେଉଛି ଶୁଖିଲା ଝାଡା ମଳକଣ୍ଟକ ର ପ୍ରଧାନ କାରଣ ଅଟେ ।

ଯଦି ଆମେ ଅଧିକ ମସଲା ଖାଦ୍ୟ ଖାଇଥାଉ ତେବେ ମଳ ସଙ୍କଛନ ହେଲା ବେଳେ ଅସୁବିଧା ହୋଇ ଘା ‘ ମଧ୍ୟ ହେଇପାରେ ।  ଅର୍ଶ ର ଲକ୍ଷଣ ହେଲା ଝାଡା ଗଲା ବେଳେ କଷ୍ଟ ହେଉଛି ମାସ ମାସ ଧରି କଷ୍ଟ ହେଉଛି ଏବଂ ଝାଡା ଗଲା ବେଳେ ବହୁତ ଅସୁବିଧା ଏହା ହେଉଛି ଅର୍ଶ ର ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ । ମଳକଣ୍ଟକ ପ୍ରାୟତ 80% ପତିଶତ ଲୋକଙ୍କୁ ହୋଇଥାଏ ଏବଂ ଝାଡା ଗଲା ବେଳେ ବହୁତ କଷ୍ଟ ଯେମିତି ଆମ ଦେହରେ ଘା ‘ ହେଲେ ଛୁଇ ଲେ ମାତ୍ରେ କଷ୍ଟ ହୁଏ । ଠିକ୍ ସେହିପରି ମଳଦ୍ଵାର ଘା ‘ କଷ୍ଟ ହୋଇଥାଏ ।

ଚାରି ଛଅ ମାସ ହୋଇଯାଇଥିବା ମଳକଣ୍ଟକ ର ଉପଚାର ହେଉଛି ଆନାର ଡାଏଲେଜିସନ୍ ଏହା 50% ମାସ ପେଶୀ କୁ ସୁସ୍ଥ କରିଥାଏ । ଯତେଷ୍ଟ ପରିମାଣରେ ପାଣି ପିଇବା ଉଚିତ ଓ ଫଳମୂଳ ଖାଇବା ଉଚିତ୍ । ଅଧିକ ଉପବାସ କରିବା ଏହାର ନିରାକରଣ ଅଟେ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *