କ୍ରୋଧ ଆସିଲେ ଆପଣ କଣ କରିବେ ? ନିଶ୍ଚୟ ପାଳନ କରନ୍ତୁ ଏହି ନିୟମ

ବନ୍ଧୁଗଣ, କ୍ରୋଧୀ ଲୋକ କ୍ରୋଧ ମୁଣ୍ଡରେ ଚଢିଲେ, ସେ କଣ ବୋଲି କଣ କରିବା ତାହାର କିଛି ଠିକଣା ନାହିଁ । ଆପଣଙ୍କୁ କ୍ରୋଧ ଯେତେବେଳେ ଆସୁଛି ଆପଣ ଗୋଟିଏ କାମ କରିବେ । ତାହା ହେଉଛି ଆପଣ ପେଟେ ପାଣି ସେବନ କରିଦେବେ । ଯଦି ପାଣି ସେବନ ନ କରନ୍ତି ତେବେ ଦର୍ପଣ ରେ ମୁହଁ ଦେଖିଦେବେ । ଯଦି ଦର୍ପଣ ରେ ମୁହଁ ନ ଦେଖନ୍ତି ତେବେ ହାତକୁ ଘଷି ମୁହଁ ଏବଂ ଆଖିରେ ତାହାକୁ ଲଗାଇ ଦେବେ ।

ଆପଣଙ୍କର କ୍ରୋଧ କମିଯିବ । କ୍ରୋଧ କେତେବେଳେ ଆସେ ମଣିଷ ମଧ୍ୟରେ ଯେତେବେଳେ ଇଛାପୂରଣ ନ ହୋଇଥାଏ, ତେବେ କ୍ରୋଧ ଆସିଥାଏ । ଏଣୁ ଇଛା କୁ ସଠିକ ରଖନ୍ତୁ । ଇଛା ଅଥବା କାମନା କୁ ସଠିକ ଭାବରେ ରଖନ୍ତୁ । ଯେତେବେଳେ କ୍ରୋଧ ଆସିବ ଶରୀର ଭିତରେ ତନ୍ତ୍ରୀ ଗୁଡିକ ଥରିବ । ସ୍ନାୟୁ ଦୁର୍ବଳ ହୋଇଯିବ, BP ମେସିନ ଜୋର ରେ ଚାଲିବ । ଏବଂ ମଣିଷ ର ବୟସ ଅଥବା ପରମାୟୁ କମିଯିବ ।

କ୍ରୋଧ ଯେତେ ବଡ ବଡ ଅସୁର ତଥା ରାବଣ ପାଖରେ ଆସିଲା ସେହି କ୍ରୋଧ ହିଁ ତାକୁ ଖାଇଗଲା । କ୍ରୋଧ ଯେଉଁଠି, କାମ ସେଇଠି, ଲୋଭ ସେଇଠି । ଏହି ୩ ଜଣ ଯାକ ପାଖାପାଖି ହୋଇ ନିଜ ଘର ତୋଳି ପଡୋଶୀ ହୋଇ ରହିଥାନ୍ତି । କାମର ପଡୋଶୀ କ୍ରୋଧ ଏବଂ କ୍ରୋଧ ର ପଡୋଶୀ ଲୋଭ ଅଟେ । ଜଣେ ଆଟାକ କରିଲା ମାନେ, ଏହି ୨ ଜଣଯାକ ପଛରେ ଗୋଡାଉଥିବେ ।

ଏହି ୩ ଜଣ ଯାକ ଏକାଠି ହୋଇ ଯାଉଥିବେ, ମାତ୍ର କାମ, କ୍ରୋଧ, ଲୋଭ ଏହି ୩ ଟି ତତ୍ଵ ବସିଥିଲେ, ରାବଣ ପାଖରେ, ପର୍ସୁରାମ ପାଖରେ କ୍ରୋଧ ଆସିଲା ଆପଣ ଜାଣିଛନ୍ତି, ମାତ୍ର ଶେଷରେ ସେ ହାରିଲେ ତଥା କାନ ଧରି ବସ ଉଠ ହେଲେ, ସବୁଦିନ ପାଇଁ ମୁହଁ ଲୁଚାଇ ଚାଲିଗଲେ । କେଉଁ ଲୋକ ର କ୍ରୋଧ ଆସେ ? ଯେଉଁ ଲୋକ ଡାଉନ.  ଡାଉନ. ଡାଉନ ଅର୍ଥାତ ସେ କେବେ ଊଠି ପାରିବନି । ଏଣୁ କ୍ରୋଧ ଠାରୁ ଦୂରେଇ ରହିବା ଆବଶ୍ୟକ । ପଶୁପକ୍ଷୀ ଠାରୁ ଆରମ୍ଭ କରି ମନୁଷ୍ୟ ପର୍ଯ୍ୟନ୍ତ ସମସ୍ତଙ୍କର କ୍ରୋଧ ଅଛି ମାତ୍ର ସଂଯମତା ରକ୍ଷା କରିବା ଆବଶ୍ୟକ । ସକାଳୁ ଉଠିଲେ କ୍ରୋଧ କରିବେ ନାହିଁ, ଦିନଜାକ ଖରାପ ହୋଇଯିବ ।

ରାତିରେ ଶୋଇବାକୁ ଗଲା ବେଳେ କ୍ରୋଧ କରିବେ ନାହିଁ ନଚେତ ଆପଣଙ୍କ ଶୋଇବା ନଷ୍ଟ ହୋଇଯିବ । ଘରୁ ବାହାରି ଯାଉଛନ୍ତି ଅନୁକୂଳ ରେ କ୍ରୋଧ କରିବେ ନାହିଁ ଯାତ୍ରା ଖରାପ ହୋଇଯିବ । ଘରେ ମଧ୍ୟ କାହା ଉପରେ କ୍ରୋଧ କରିବେ ନାହିଁ । ଘରେ ଆଚରଣ ଖରାପ ହୋଇଯିବ ଏବଂ ଖାଦ୍ୟ ଖାଇବା ସମୟରେ ରାଗିବେ ନାହିଁ । ଯଦି ଖାଇଲା ବେଳେ କ୍ରୋଧ କରନ୍ତି ତେବେ ରୋଗାଗ୍ରସ୍ଥ ହୋଇ ଆପଣଙ୍କ ଆୟୁ କମିଯିବ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *