Garuda Puran- ଅନ୍ତିମ ସଂସ୍କାର ସମୟରେ ବ୍ୟକ୍ତିର ମୁଣ୍ଡକୁ ତିନି ଥର ଲାଠିରେ କାହିଁକି ମରାଯାଏ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବ୍ୟକ୍ତିର ମୃତ୍ୟୁ ହେଉଛି ବ୍ୟକ୍ତି ଜୀବନର ସବୁଠାରୁ ଚିରନ୍ତନ ସତ୍ୟ । ତେଣୁ ସେ ମୃତ୍ୟୁକୁ ମାନୁ ଅବା ନମାନୁ ବ୍ୟକ୍ତିର ଜୀବନରେ ମୃତ୍ୟୁ ସୁନିଶ୍ଚିତ ଆସିଯାଇଥାଏ । ବ୍ୟକ୍ତିର ମୃତ୍ୟୁ ପରେ ମୃତ ବ୍ୟକ୍ତିର ପରିବାରକୁ ବହୁତ କିଛି ନୀତି ନିୟମର ପାଳନ କରିବାକୁ ପଡିଥାଏ । ଯାହା ଦ୍ଵାରା ମୃତ ବ୍ୟକ୍ତିର ଆତ୍ମାକୁ ମୋକ୍ଷ ପ୍ରାପ୍ତ ହୋଇଥାଏ । ଆଜି ଆପଣ ମାନେ ମୃତ ବ୍ୟକ୍ତିର ଅନ୍ତିମ ସଂସ୍କାର ବେଳେ ହେଉଥିବା କପାଳ କ୍ରିୟା ବିଷୟରେ ଜାଣିବାକୁ ପାଇବେ ।

ଏହି କ୍ରିୟା କରିବା ସମୟରେ ମୃତ ବ୍ୟକ୍ତିର ପୋଡା ହେଉଥିବା ସମୟରେ ତା’ ର ମୁଣ୍ଡରେ ୩ ଥର ଲାଠି ମାଡ କରାଯାଇଥାଏ । ଗରୁଡ ପୁରାଣର ଲେଖା ଅନୁସାରେ ମୃତ ବ୍ୟକ୍ତିର ପାଖରେ ଏକ ବ୍ୟକ୍ତି ଏକ ବାଡି ବା ଲାଠି ସାହାଜ୍ଯରେ ଲାଠିର ଅଗ୍ର ଭାଗରେ ଏକ ନୋଟା ବାନ୍ଧି ପୋଡା ହେବା ସମୟରେ ତା’ ର ମୁଣ୍ଡ ପାଖରେ ଘିଅ ଢାଳିଥାଏ । ତାପରେ ସେହି ଲାଠିରେ ମୁଣ୍ଡକୁ ପିଟିଥାଏ । କାରଣ ବ୍ୟକ୍ତିର ଶରୀରର ସବୁ ହାଡ ଠାରୁ ମୁଣ୍ଡ ହାଡ ଶକ୍ତ ହୋଇଥାଏ । ଯାହା ଦ୍ଵାରା ଘିଅ ମୁଣ୍ଡ ପାଖରେ ଢାଳିଲେ ।

ବ୍ୟକ୍ତିର ମୁଣ୍ଡ ଭଲ ଭାବରେ ଜଳିଯାଇଥାଏ । କାରଣ ଯଦି ସବ ପୋଡିଯିବା ସତ୍ବେ ମଧ୍ୟ ବ୍ୟକ୍ତିର ମୁଣ୍ଡ ଭଲ ଭାବରେ ଜଳିନଥାଏ । ତେବେ ଆର ଜନ୍ମରେ ବ୍ୟକ୍ତିର ପୂର୍ଣ୍ଣ ବିକାଶ ଭଲ ଭାବରେ ହୋଇପାରିନଥାଏ । ଏହା ସହିତ କପାଳ କ୍ରିୟା ଠିକ ଭାବରେ କରାନଗଲେ । ସେହି ମୃତ ଆତ୍ମାକୁ ଅନ୍ୟ ଜନ୍ମ ନେବାରେ ବହୁ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡିଥାଏ ।

କପାଳ କ୍ରିୟାକୁ କରିବାର ଆଉ ଏକ କାରଣ ହେଉଛି । ଯଦି ବ୍ୟକ୍ତିର ମୁଣ୍ଡ ଠିକ ଭାବରେ ଜାଳି ପାଉଁଶ କରିଦିଆଯାଇନଥାଏ । ତେବେ ସେହି ମସ୍ତିସ୍କକୁ ନେଇ ତାନ୍ତ୍ରିକ ମାନେ ନିଜର ସିଦ୍ଧି ପ୍ରାପ୍ତ କରିବା ପାଇଁ ଲାଗି ପଡିଥାନ୍ତି । ଯେଉଁ ବ୍ୟକ୍ତିର ମୁଣ୍ଡ ସହ ଏହି କାର୍ଯ୍ୟ କରାଯାଇଥାଏ । ସେହି ବ୍ୟକ୍ତିର ଆତ୍ମା ଶାନ୍ତି ପାଇନଥାଏ ।

ବ୍ୟକ୍ତିର ଆତ୍ମା  ଯେତେବେଳେ ୭ ଟି ଚକ୍ରକୁ ଅତିକ୍ରମ କରି ବାହାରକୁ ବାହାରିଥାଏ । ବେଳେ ତାହା ବ୍ୟକ୍ତିର ମସ୍ତିସ୍କକୁ ଫଟାଇ ବାହାରିଥାଏ । ସମସ୍ତଙ୍କ କ୍ଷେତ୍ରରେ ବ୍ୟକ୍ତିର ମସ୍ତିସ୍କ ଫଟାଇ ତାହା ବାହାରି ନଥାଏ । ଯେତେବେଳେ ବ୍ୟକ୍ତିର ପୋଡା ହେଉଥିବା ସମୟରେ ତାର ମୁଣ୍ଡ ଫାଟିଥାଏ ।

ତେବେ ତାହା କୌଣସି ସାଧାରଣ ମନୁଷ୍ୟ ହୋଇନଥାନ୍ତି । ଏହା ସହିତ ସେହି ବ୍ୟକ୍ତି ନିଶ୍ଚୟ ମୋକ୍ଷ ପ୍ରାପ୍ତି କରିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ। ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *