ବନ୍ଧୁଗଣ, ଯଦି ଯଏଣ୍ଟପେନ ହେଉଅଛି ତେବେ ସେ ଆଣ୍ଠୁ ଗଣ୍ଠି ବିନ୍ଧା ହେଇଥାଉ କି ମାଂସପେଶୀ ଟାଣି ଧରିଥାଉ, ଯଦି ଆପଣଙ୍କ ର ଶିର ଟାଣି ଧରୁଛି ଅଥବା ଶିର ଦବି ଯାଇଛି ତେବେ ଆଜିର ଏହି ତେଲ ଆପଣଙ୍କର ସମସ୍ତ ସମସ୍ୟାରୁ ଆରାମ ପହଁଞ୍ଚାଇବ ବିଶେଷ କରି ଯଦି ଆପଣଙ୍କର ଶିର ବ୍ଲକେଜ ହୋଇଅଛି ଅଥବା ଆପଣଙ୍କର ଶିର ଦବିଯାଇଅଛି ତେବେ ଏହି ତେଲର ମାଲିସ ଆପଣଙ୍କୁ ସତ ପ୍ରତିଶତ ରେଜଲ୍ଟ ଦେବ । ତେବେ ଆସନ୍ତୁ ଜାଣିବା ଆଜିର ଏହି ତେଲ କୁ ଆମ୍ଭେ କିଭଳି ବନାଇବା ?
ଏବଂ ଏହାର ପ୍ରୟୋଗ କିପରି କରିବା ? ଆପଣ ୫ ରୁ ୭ ଟି ତେଜପତ୍ର ନିଅନ୍ତୁ ଏବଂ ତାହାକୁ ଛୋଟ ଛୋଟ ଖଣ୍ଡ କରି ଛିଣ୍ଡାଇ ଦିଅନ୍ତୁ । ଏହାପରେ ଆପଣ ୩୦୦ ଗ୍ରାମ ସୋରିଷ ତେଲ ନିଅନ୍ତୁ । ଏହାପରେ ଏକ କାଚ ବୋତଲ ରେ ଆପଣ ଛିଣ୍ଡାଇ ଥିବା ତେଜପତ୍ର କୁ ପକାଇ ଦିଅନ୍ତୁ । ଏହାପରେ ଆପଣ ଏଥିରେ ସୋରିଷ ତେଲକୁ ପକାଇ ଦିଅନ୍ତୁ ।
ଏହାପରେ ୪ ରୁ ୫ ଦିନ ପର୍ଯ୍ୟନ୍ତ ଆପଣ ଏହି ତେଲକୁ ଖରାରେ ନିଶ୍ଚିତ ବଶାନ୍ତୁ । ଆପଣ ଏହାକୁ ଛାଣିବାର କିଛି ଆବଶ୍ୟକତା ନାହିଁ । ଆପଣ ଯେବେ ଏହି ତେଲ କୁ ଆଣ୍ଠୁ ଗଣ୍ଠି ଏବଂ ଗୋଡ କିମ୍ବା ଅଣ୍ଟାରେ ଲଗାଇବେ ତେବେ ଦେଖିବେ ଆପଣଙ୍କର ଆର୍ଥରିଡିସ ଭଳି ସମସ୍ୟା ସଂପୂର୍ଣ୍ଣ ଭଲ ହୋଇଯିବ । ଏହା ବହୁତ ଅଧିକ ଚମତ୍କାରୀ ତେଲ ଅଟେ । ଏହାଛଡା ଯଦି ଛୋଟ ପିଲା ଙ୍କୁ ଥଣ୍ଡା, କାଶ ଅଥବା କଫ ଭଳି ସମସ୍ୟା ଅଛି ତେବେ ଆପଣ ଏହି ତେଲ କୁ ସେମାନଙ୍କର ଛାତିରେ ମାଲିସ କରି ଦିଅନ୍ତୁ ।
ଦେଖିବେ ସେମାନଙ୍କୁ ବହୁତ ଆରାମ ମିଳିବ । ଏହି ତେଲ ଆମ ଶରୀର ପାଇଁ ଗରମ ହୋଇଥାଏ । ଏବଂ ଶୀତଦିନେ ଏହା ଆମ୍ଭ ଶରୀର ପାଇଁ ବହୁତ ଅଧିକ ଲାଭ ଦାୟକ ହୋଇଥାଏ । ଦବିଯାଇଥିବା ଶିର ଅଥବା ଶିର ଦୁର୍ବଳତା ପାଇଁ ଆପଣ ଏହି ତେଲର ନିହାତି ଭାବରେ ମାଲିସ କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଫାଇଦା ମିଳିବ । ଯେତିକି ତେଲ ଆପଣଙ୍କୁ ଆବଶ୍ୟକ ପଡିବ ଆପଣ ଏଥିରୁ କାଢି ବ୍ୟବହାର କରନ୍ତୁ । ଯେବେ ମଧ୍ୟ ଆପଣ ଏହି ତେଲ କୁ ଲଗାଇବେ ତେବେ ଚେଷ୍ଟା କରନ୍ତୁ ଯେ ଏହାକୁ ସକାଳର ସୂର୍ଯ୍ୟ କିରଣରେ ବସି ମାଲିସ କରିବା ପାଇଁ ।
କାରଣ ସକାଳର ସୂର୍ଯ୍ୟ କିରଣ ଆମ୍ଭ ଶରୀର ପାଇଁ ବହୁତ ଅଧିକ ଲାଭ ଦାୟକ ହୋଇଥାଏ । ଯେଉଁଥିରେ ଆମ୍ଭକୁ ଭିଟାମିନ-ଡି ମିଳିଥାଏ । ସୂର୍ଯ୍ୟ କିରଣରେ ଏହି ତେଲ ଆମ୍ଭ ହାଡ ର ଭିତର ପର୍ଯ୍ୟନ୍ତ ଯିବ ଏବଂ ଆମ୍ଭ ହାଡର ମାଂସପେଶୀ ଭିତରକୁ ଯିବ ଏବଂ ଆମ୍ଭକୁ କଷ୍ଟ ରୁ ଆରାମ ମିଳିବ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।