ଆମାଜନ ଜଙ୍ଗଲ ଭିତର ରହସ୍ୟ ଜାଣିଲେ, ଆପଣଙ୍କ ନିଦ ହଜିଯିବ…Amazon forest mysteries

ବନ୍ଧୁଗଣ ଆମାଜେନ ଦୁନିଆର ସବୁଠାରୁ ବଡ ଓ ଘନ ଜଙ୍ଗଲ ଅଟେ । ପୁରା ଦୁନିଆକୁ ଯେଉଁ ଅକ୍ସିଜନ ପ୍ରାପ୍ତ ହେଉଛି ଏହାର ୨୦% ସିଧା ଏହି ବିଶାଳ ଜଙ୍ଗଲ ଆମେଜେନରୁ ପ୍ରାପ୍ତ ହୋଇଥାଏ । ଆମାଜଜନ ଜଙ୍ଗଲ ପୁରା ୧୦ଟି ଦେଶରେ ବ୍ୟାପିଚି, ତେବେ ବ୍ରାଜିଲରେ ଆମାଜେନ ଜଙ୍ଗଲ ୬୦% ଅଛି ଯାହା ସବୁଠାରୁ ଅଧିକ ଜାଗା ଅଟେ । ଏହା ଛଡା କୋଲୋମ୍ବିଆରେ ୧୦% ଓ ପେରୁରେ ୧୩% ଏବଂ ଅନ୍ୟ କେତେ ଦେଶରେ ମଧ୍ୟ ଆମାଜେନ ବ୍ୟାପୀକି ରହିଛି ।

 

ତେବେ ଆଜି ଆମେ ଆପଣଙ୍କୁ ଅମାଜେନ ଜଙ୍ଗଲ ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆମାଜେନ ଜଙ୍ଗଲ ଆମ ଭାରତ ଦେଶଠାରୁ ବି ବହୁ ବଡ ଜାଗରେ ଅବସ୍ଥିତ ଅଛି, ଏହାର ଏରିଆ ୫.୫ ମିଲିଅନ ସ୍କ୍ୱେଅର କିଲୋମିଟର ଅଟେ । ଏହି ଆମାଜେନ ଜଙ୍ଗଲ ପୁରା ଦୁନିଆର ୪% ଭାଗରେ ରହିଛି, ତେବେ ଏହି ଜଙ୍ଗଲ ଏତେ ଘନ ଅଟେ ଯେ ସୂର୍ଯ୍ୟ କିରଣ ସେଠାକାର ଜମି ଉପରେ ପଡିନଥାଏ ।

ଏହି ଆମାଜେନ ନଦୀ ଦୁନିଆର ଦ୍ଵିତୀୟ ସବୁଠାରୁ ବଡ ନଦୀ ଅଟେ ଓ ବର୍ଷା ଦିନରେ ସେଥିରେ ପାଣି ଭର୍ତ୍ତି ହେଲା ପରେ ଏହା ଗୋଟେ ସମୁଦ୍ର ଭଳି ଦେଖା ଯାଇଥାଏ । ଆମାଜେନ ନଦୀ ୨୦ଟି ନଦୀକୁ ପାଣି ଦେଇଥାଏ । ଆମାଜେନ ଜଙ୍ଗଲରେ ୧୭୦୦୦ ଠାରୁ ବି ଅଧିକ ପ୍ରକାରର ଗଛ ପ୍ରଜାତି ଦେଖିବାକୁ ମିଳିଥାନ୍ତି । କ’ଣ ଆପଣଙ୍କୁ ଏହା ଜଣା ଅଛି ଯେ ଏଠାରେ ୩୦,୦୦୦ ଠାରୁ ବି ଅଧିକ ପୋକ ପ୍ରଜାତି ଦେଖିବାକୁ ମିଳିଥାନ୍ତି ।

ଏହି ଆମାଜେନ ନଦୀରେ ୫୦୦୦ ଠାରୁ ବି ଅଧିକ କେବଳ ମାଛ ପ୍ରଜାତି ଦେଖିବାକୁ ମିଳିଥାନ୍ତି । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ କେବଳ ସ୍ପାଇଡ଼ର ପ୍ରଜାତି ୩୦୦୦ ଠାରୁ ଅଧିକ ଅଟନ୍ତି । ତେବେ ଏହି ଜଙ୍ଗଲରେ ରହୁଥିବା କିଛି ଭୟଙ୍କର ଜୀବ ମାନଙ୍କ ବିଷୟରେ ଆସନ୍ତୁ ଜାଣିବା ।

1- ଏଠାରେ ପିମ୍ପୁଡି ମାନଙ୍କ ଗୋଟେ ପ୍ରଜାତି ଦେଖିବାକୁ ମିଳିଥାଏ ଯାହା ନାମ ବୁଲେଟ ଅଣ୍ଟ ଅଟେ, ଯେଉଁ ମାନଙ୍କ କାମୁଡା ଏତେ ଭୟଙ୍କର ହୋଇଥାଏ ଯେ ମଣିଷକୁ ଜର ଆସିଥାଏ ଓ ଅସହନୀୟ ଦରଜ ମଧ୍ୟ ହୋଇଥାଏ, ସେଥିପାଇଁ ଏହି ପିମ୍ପୁଡିର ନାମ ବୁଲେଟ ଅଣ୍ଟ ଅଟେ ।

2- ଏଠାରେ ନାଲି, ହଳଦିଆ ବହୁତ ରଙ୍ଗର ବେଙ୍ଗ ଦେଖା ଦିଅନ୍ତି । ଯାହା ଦେଖିବା ପାଇଁ ବହୁତ ସୁନ୍ଦର ହୋଇଥାନ୍ତି କିନ୍ତୁ ଏହି ଛୋଟ ଜୀବ ଭିତରେ ୧୦ଟି ମଣିଷକୁ ମାରିବା ଭଳି ବିଷ ରହିଥାଏ । ସେଥିପାଇଁ ସ୍ଥାନୀୟ ଲୋକେ ବା ବାହାରୁ ବୁଲିବାକୁ ଆସିଥିବା ଲୋକେ ଏହି ବେଙ୍ଗ ଠାରୁ ଦୂରେଇ ରୁହନ୍ତି ।

3- ଆନାକୋଣ୍ଡା ଏହି ସାପ ଆମାଜେନ ଜଙ୍ଗଲରେ ଦେଖିବାକୁ ମିଳିଥାନ୍ତି, ଏହି ସାପ ପ୍ରାୟତଃ ପାଣି ଜାଗାରେ ଦେଖିବାକୁ ମିଳିଥାନ୍ତି, ଏମାନେ ଦେଖିବାକୁ ଆକାରରେ ବହୁତ ବିଶାଳକାୟ ହେବା ସହ ଏମାନେ କୌଣସି ଜୀବକୁ ସିଧା ଗିଳି ପକାନ୍ତି । ତେବେ ସବୁଠାରୁ ବଡ ଆନାକୋଣ୍ଡା ବର୍ତ୍ତମାନ ପର୍ଯ୍ୟନ୍ତ ୩୦ ରୁ ୪୦ ଫିଟ ର ଦେଖିବାକୁ ମିଳିଛି । ତେବେ ଯଦି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *