Study Tips- ଅଳ୍ପ ସମୟ ପଢି ମଧ୍ୟ କେମିତି ରଖିବେ 99% ମାର୍କ ? 4 ଟି ଜବରଦସ୍ତ ଟିପ୍ସ

ବନ୍ଧୁଗଣ ଏମିତି ଅନେକ ପିଲା ଅଛନ୍ତି ଯେଉଁ ମାନେ 12ରୁ 14 ଘଣ୍ଟା ଯାଏଁ ପରିଶ୍ରମ କରନ୍ତି କିନ୍ତୁ କୌଣସି ଆଖି ଦୃଶିଆ ଫଳ ପାଇ ପାରନ୍ତି ନାହି । ସେମାନେ 60% ମାର୍କ ରଖିବା ପାଇଁ ବହୁତ କଷ୍ଟ କରନ୍ତୁ । କିନ୍ତୁ କିଛି ପିଲା ମାତ୍ର 7ରୁ 8 ଘଣ୍ଟା ପରିଶ୍ରମ କରି ସେମାନେ ଟାର୍ଗେଟ ରଖିକି ଟପର ହୁଅନ୍ତି । ଏଭଳି ପିଲାଙ୍କୁ କେତେକ ମନ୍ତବ୍ୟ ଦିଅନ୍ତି କି ସେମାନେ ବହୁତ ଭଲ ପିଲା ତାଙ୍କ ପାଖରେ ବିଚକ୍ଷଣ ବୁଦ୍ଧି ଅଛି କିନ୍ତୁ ସେମିତି କିଛି ବି ନାହି ।

ଆଜି ଆମେ ଆପଣଙ୍କୁ କହିବି ଖୁବ ଅଳ୍ପ ସମୟ ପାଠ ପଢି କେମିତି 99% ମାର୍କ ରଖିହେବ । ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ବିଷୟରେ କହିବାକୁ ଯାଉଛୁ ଯାହାକୁ ଫଲୋ କରିଲେ ପିଲା ମାନେ 99% ମାର୍କ ରଖି ପାରିବେ । ପ୍ରଥମ କଥା ହେଉଛି ମିଲିୟନ ଡଲାର ଟାଇମ ଏହାର ଅର୍ଥ ମୁଁ କେଉଁ ସମୟରେ ପଢିଲେ ଭଲ ପଢି ପାରିବି । କେଉଁ ସମୟରେ କୋଳାହଳ ନାହି ସେହି ସମୟକୁ ଫାଇନାଲ କରିବାକୁ ହେବ । ଗୋଟେ ମିଲିୟନ ଡଲାର ଟାଇମ ହେଉଛି ସକାଳ 5ଟା ରୁ 9ଟା ଯାଏଁ ସମୟ । ସେହି ସମୟରେ ମନେ ରଖିବାର 99% ଚାନ୍ସ ଥାଏ ।

କାରଣ ସେତେବେଳେ ମନ ଶାନ୍ତ ଓ ବ୍ରେନ ସ୍ଥିର ଥିବ । ରାତିରେ ସୋଇକି ଉଠିବା ପରେ ନିଦ ଭଲ ହୋଇଥିବ । ସେଇ ସମୟରେ ଯାହା ପାଠ ପଢିବ ସବୁ କିଛି ମନେ ରହିବ । ଯଦି ପିଲା ମାନେ ରାତିରେ ପଢିବାକୁ ଚାହୁଁ ଛନ୍ତି ତେବେ ଠିକ ଅଛି । ସେଥିପାଇଁ ଦିନରେ ଏକ ଘଣ୍ଟା ନିହାତି ସୁଅନ୍ତୁ ।

ରାତି 9ଟା ପରେ ପରିବେଶ ଶାନ୍ତ ହୋଇଯାଏ ଆଉ ମନ ସ୍ଥିର ହୋଇଥାଏ । ଏହି ସମୟରେ ପାଠ ପଢିଲେ ବହୁତ ଭଲ ହୋଇଥାଏ । ଦ୍ଵିତୀୟ ପଏଣ୍ଟ ହେଉଛି ନିଜକୁ ଟେଷ୍ଟ କର । ଏହା ଦ୍ଵାରା ପିଲା ମାନେ ଆଗକୁ ଯିବେ । ସେତେ ମନେ ରଖିବାର ଶକ୍ତି ବଢିବ । ଯେମିତିକି ଲଙ୍ଗ ପ୍ରଶ୍ନ ପଢିଲା ଆଉ ତା ଉପରେ ଲେଖିଲେ ନିଶ୍ଚୟ ମନେ ରହିବ ।

ବାରମ୍ବାର ରିଭିଜନ କର । ଯାହା ପାଠ ପଢିଲ ତାହାକୁ ଅନ୍ୟ ଆଗରେ ପ୍ରକାଶ କରିବ । ତୃତୀୟ ଟିପ୍ସଟି ହେଉଛି ପଢିବାର ଗୋଟେ ଟେକନିକ । ଯେତେବେଳେ ପାଠ ପଢୁଛ ସେତେବେଳେ ଯେମିତି ଅନ୍ୟମନସ୍କ ନ ହୁଅ ସେଥିପ୍ରତି ଧ୍ୟାନ ଦେବା ଉଚିତ । ଏହା ସହ ନିଜର ଇନ୍ଦ୍ରିୟକୁ ସଂଯମ ରଖିବା ଉଚିତ ।

ପଢିବା ସମୟରେ କହି କହି ପଢିବା ସହ ଅଣ୍ଡର ଲାଇନ ଓ ଲେଖିବା ଉଚିତ । ଲେଖିବା ଦ୍ଵାରା ଇନ୍ଦ୍ରିୟ ଗୁଡିକ ସଂଯମ ହେବ । ଚତୁର୍ଥ ଟିପ୍ସଟି ହେଉଛି ଟାଇମ ଟେକିଙ୍ଗ କରିବା । ପାଠ ପଢିବା ପାଇଁ ଗୋଟେ ଟାଇମ ଟେକିଙ୍ଗ କରିବା ଉଚିତ । ସକାଳୁ ରାତି ଯାଏଁ କଣ କରିବେ କଣ ନାହି ତାର ଗୋଟେ ଟାଇମ କରିବା ଉଚିତ । ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *