ଅଧିକ ଧନ ଆସିବାର ଉପାୟ ! (Astrologer Pragyan Tripathy)

ନମସ୍କାର ବନ୍ଧୁଗଣ, ଜୀବନରେ ଧନର ଆବଶ୍ୟକତା କଣ ରହିଛି ତାହା ଆମକୁ ଦୁନିଆ ଶିଖାଇ ସାରିଲାଣି । ତେଣୁ ଧନର ଅବଶ୍ୟକତାକୁ ପୂରଣ କରିବାକୁ ଯାଇ ଲୋକ ଦିନ ରାତି ପରିଶ୍ରମ ମଧ୍ୟ କରୁଛନ୍ତି । କିଛି ଲୋକଙ୍କୁ ସଫଳତା ମିଳୁଛି ତ କିଛି ଲୋକଙ୍କୁ ସଫଳତା ମିଳିପାରୁ ନାହିଁ । ଧନ ରୋଜଗାର କରି ମଧ୍ୟ କିଛି ଲୋକ ଧନ ସଞ୍ଚୟ କରିବାରେ ସକ୍ଷମ ହେଉନାହାନ୍ତି । ତେଣୁ ଆଜି ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛୁ ଏକ ଉପାୟ ସମ୍ପର୍କରେ ଯାହାଫଳରେ ଆପଣ ଅଧିକ ଧନ ଉପାର୍ଜନ କରିବା ସହ ସଞ୍ଚୟ ମଧ୍ୟ କରିପାରିବେ ।

ଆପଣ ଧନ ସହ ଜଡିତ ଥିବା ସମସ୍ତ ପ୍ରତିକାର ଗୁଡିକୁ ଶୁକ୍ଲପକ୍ଷରେ କରିବା ଉଚିତ । ଶୁକ୍ଲ ପକ୍ଷ ଗୁରୁବାର କିମ୍ବା ଶୁକ୍ରବାର ଦିନ ଏକ ମାଟି ପାତ୍ର ଟିଏ ଆଣିବେ । ସେଥିରେ ମାଟି ଭର୍ତ୍ତି କରିବେ ଏବଂ କିଛି ଗୋବର ମଧ୍ୟ ପକାଇବେ । ଆପଣ ଏହି ମାଟି ପାତ୍ରରେ 21 ଟଙ୍କାର ମୁଦ୍ରା ରଖି ତାହା ଉପରେ ମାଟି ପକାଇ ଦେବେ ।

କିଛି ଗୋବର ଏହା ଉପରେ ମଧ୍ୟ ଆପଣ ପକାଇ ଦେବେ । ଆପଣଙ୍କୁ ଏବେ ଏଥିରେ ଧନିଆ ମଞ୍ଜି ପକାଇବା ଆବଶ୍ୟକ । ତେଣୁ ଆପଣ ଏହାକୁ କରିବାର ଦୁଇଦିନ ପୂର୍ବରୁ ଧନିଆକୁ ପାଣିରେ ବତୁରାଇ ରଖିବା ଆବଶ୍ୟକ । ଏବେ ଆପଣ ବତୁରାଇ ରଖିଥିବା ଧନିଆକୁ ମାଟି ପାତ୍ରରେ ବୁଣି ଦିଅନ୍ତୁ । କିଛି ଦିନ ପରେ ଧନିଆ ଗଛ ମଧ୍ୟ ଉଠିବ ।

ସେହି ଧନିଆ ଗଛ ଆପଣଙ୍କର ଦିନକୁ ଦିନ ବଢିବା ସହ ଆପଣଙ୍କ ଅର୍ଥ ମଧ୍ୟ ବଢିବାକୁ ଲାଗିବା । ଯଦି କୌଣସି ଜାଗାରେ ବା କାହା ପାଖରେ ଆପଣଙ୍କ ଅର୍ଥ ଅଟକି ରହିଥିବା ତେବେ ତାହା ଆପଣଙ୍କ ପାଖକୁ ଆସିବ । ଧନିଆ ବଢିବା ପରେ ଆପଣ ତାହାକୁ ସାଧାରଣ ଜେଭଳି ଖାଆନ୍ତି ସେଭଳି ଖାଇବେ ।

ଏହାପରେ ଆପଣଙ୍କ ଧନିଆ ସରିଯିବା ପରେ ଆପଣ ସେହି ପାତ୍ରରେ ପକାଇ ଥିବା 21 ଟଙ୍କାର ମୁଦ୍ରାକୁ ବାହାର କରିବେ । ଆପଣ ଦେଖିବେ ସେହି ମୁଦ୍ରା ମଧ୍ୟରୁ ଯେଉଁ ମୁଦ୍ରାରେ ମାଟି ଲାଗିଥିବ ତାହାକୁ ଆପଣ ଲାଲ ରଙ୍ଗର କପଡାରେ ବାନ୍ଧିଦେବେ । ବାନ୍ଧିଥିବା ଏହି ଟଙ୍କାର ପୁଟୁଳିକୁ ଆପଣଙ୍କ ଘରର ଦକ୍ଷିଣ ପଶ୍ଚିମ କୋଣ ତଥା ନୈଋତ କୋଣରେ ରଖିଦେବେ । ଏହାପରେ ଆପଣଙ୍କ ଜୀବନରେ ଚାଲିଥିବା ଅର୍ଥର ସମସ୍ତ ସମସ୍ୟା ଦୂର ହେବ ।

ଆପଣ ରୋଜଗାର ପାଇଁ ଅକ୍ଷମ ଥିଲେ ସକ୍ଷମ ହେବେ । ଧନ ରୋଜଗାର କରି ସଞ୍ଚୟ କରିପାରୁନଥିଲେ ଏହା କରିବା ଫଳରେ ଆପଣ ଧନ ସଞ୍ଚୟ ମଧ୍ୟ କରିବେ । କାହାକୁ ଊଧାର ଦେଇଥିବା ଧନ ଫେରି ପାଇବେ । ଧନ ରୋଜଗାରରେ ବୃଦ୍ଧି ମଧ୍ୟ ହେବାକୁ ଲାଗିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *