ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନୁଷ୍ୟର ସବୁଠାରୁ ବଡ ଶତ୍ରୁ ହେଉଛି ଅଯଥା କଥାକୁ ବାରମ୍ବାର ଚିନ୍ତା କରିବା । କାରଣ ଚିନ୍ତା କରିବା ଦ୍ଵାରା ମଣିଷକୁ କିଛି ମଧ୍ୟ ମିଳିନଥାଏ । ଓଲଟା ଚିନ୍ତା କରିବା ଦ୍ଵାରା ବନୁଥିବା କାମ ମଧ୍ୟ ବିଗିଡି ଯାଇଥାଏ । ମନୁଷ୍ୟ ଏହି ସୁନ୍ଦର ଦୁନିଆକୁ ଆସିଛି । ନିଜର କର୍ମ, ଦାୟିତ୍ଵ ଓ କର୍ତ୍ତ୍ଯବ ପାଳନ କରିବା ସହିତ ସେହି ବ୍ୟସ୍ତବକୁଳ ଜୀବନ ମଧ୍ୟରୁ ନିଜ ପାଇଁ ସମୟ କାଢି ନିଜ ଜୀବନକୁ ଉପଭୋଗ କରିପାରିବ ।
ଯଦି କେବଳ ବ୍ୟକ୍ତି ଘଟି ଯାଇଥିବା ଅତୀତ ଓ ଆଗକୁ ଜଣା ନଥିବା ଭବିଷ୍ୟତ ବିଷୟରେ ଭାବି ଭାବି ନିଜ ବର୍ତ୍ତମାନକୁ ଖରାପ କରିଦେବ । ତେବେ ସେ ନିଜ ଜୀବନକୁ ଉପଭୋଗ କରିପାରିବ ନାହିଁ । ଚିନ୍ତା ଏକ ଏପରି ବେମାରୀ ଯିଏ ବ୍ୟକ୍ତିକୁ ଭିତରୁ ହିଁ ଧୀରେ ଧୀରେ ଫମ୍ପା କରିଦିଏ । ଚିନ୍ତାରେ ବୁଡି ରହୁଥିବା ଲୋକଙ୍କୁ କୌଣସି କଥାରେ ମଧ୍ୟ ଖୁସି ମିଳିପାରିନଥାଏ ।
ଚିନ୍ତାରେ ବୁଡି ରହୁଥିବା ଲୋକଙ୍କର ସବୁବେଳେ ମନ ଉଦାଶ ହେବା ସହିତ ସମୟ ସମୟରେ ଚିଡିଚିଡାପଣ ପ୍ରକାଶ ପାଇବା, ଛୋଟ ଛୋଟ କଥାରେ ବହୁ ମାତ୍ରାରେ ରାଗିଯିବା, ରାତିରେ ନିଦ ନଆସିବା କୌଣସି କାର୍ଯ୍ୟକୁ ଠିକ ସେ ତୁଲାଇ ନପାରିବା ଏହି ସବୁ ଲକ୍ଷଣ ଦେଖାଯାଇଥାଏ । ପ୍ରକୃତ କଥା ହେଉଛି ମଣିଷ ଯେତେ ମାତ୍ରାରେ ଚିନ୍ତା କରିଥାଏ ।
ବାସ୍ତବରେ ଚିନ୍ତା କରିବାର ଏତେ ଆବଶ୍ୟକତା ନଥାଏ । ଯଦି କୌଣସି କାରଣରୁ ଚିନ୍ତା ଅଛି । ତେବେ ସେହି ଚିନ୍ତାର ମୂଳ କାରଣକୁ ଉପାଡି ଫୋପାଡିବା ପାଇଁ ପ୍ରୟାସ କରନ୍ତୁ । ଯଦି ସେହି ସମସ୍ଯାର ସମାଧାନ କରିପାରିଲେ ନାହିଁ । ତେବେ ନିଜେ ନିଜର ସବୁଠାରୁ ବଡ ସମସ୍ଯା ହୋଇଯିବେ । ସେଥିପାଇଁ ସବୁବେଳେ ନିଜକୁ ଚିନ୍ତାମୁକ୍ତ କରିବା ପାଇଁ ପ୍ରୟାସ କରନ୍ତୁ ।
ଚିନ୍ତାର ଅଧୀନରେ ଆପଣ ନୁହେଁ ବଂର ଆପଣ ଚିନ୍ତାକୁ ମାରି ନାଶ କରି ଦିଅନ୍ତୁ । କାଲିର ଖୁସି ପାଇଁ ଆଜିର ଖୁସିକୁ ବର୍ବାଦ କରନ୍ତୁ ନାହିଁ ବଂର ଆଜିର ଖୁସିକୁ ଆଜି ହିଁ ଉପଭୋଗ କରନ୍ତୁ । ଦୁନିଆର ସବୁ ଲୋକଙ୍କୁ ନିଜ ଅନୁସାରେ ଚଳାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ । କାରଣ ଏହି ଦୁନିଆର ପ୍ରତ୍ଯେକଟି ଲୋକ କେହି କାହାର ନୁହନ୍ତି ।
ସବୁବେଳେ ଦୁନିଆରେ ଘଟୁଥିବା ପ୍ରତ୍ଯେକ ପରିସ୍ଥିତି ସହିତ ନିଜକୁ ଲଢିବାର ଶିଖାଅ । ସମସ୍ଯା ସମସ୍ତଙ୍କ ଜୀବନରେ ଥାଏ । ସେହି ସମସ୍ଯାକୁ ବଢି ଆଗକୁ ଯିବାକୁ ଚେଷ୍ଟା କର । ସେହି ସମସ୍ଯାକୁ ନିଜ ଭିତରେ ଚାପି ରଖୀ ନିଜକୁ କଷ୍ଟ ଦିଅ ନାହିଁ । ସବୁବେଳେ ନିଜେ ହସିବା ସହ ଅନ୍ୟର ମୁହଁରେ ହସିବାର କାରଣ ପାଲଟି ଯାଅ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ