Chanakya Niti- ଧନୀ ହେବାର ଅଛି ତ ଅଧ ରାତିରେ ନିଶ୍ଚୟ କରନ୍ତୁ ଏହି 5 କାମ

ନିଦ୍ରା ଆମ ସମସ୍ତଙ୍କ ଜୀବନରେ ଅତ୍ୟନ୍ତ ପ୍ରୟୋଜନ ଓ ଦିନସାରା କାର୍ଯ୍ୟରେ ବ୍ୟସ୍ତ ରହି କ୍ଳାନ୍ତ ହେବା ପରେ ସମସ୍ତେ ଶୋଇବାକୁ ଭଲ ପାଆନ୍ତି । ମାତ୍ର ଏହି ସମୟରେ ମଧ୍ୟ ଏପରି କିଛି କାର୍ଯ୍ୟ ରହିଛି ଯାହା ଆପଣଙ୍କୁ ଶୋଇବା ପୂର୍ବରୁ କରିନେବା ଉଚିତ୍ ।

ତେବେ ଚଲାନ୍ତୁ ଜାଣିବା କେଉଁ କାର୍ଯ୍ୟ ରାତିରେ ଶୋଇବା ପୂର୍ବରୁ ଅବଶ୍ୟ କରିବା ଉଚିତ ବୋଲି ଶାସ୍ତ୍ରରେ କୁହାଯାଇଛି । ପ୍ରେମ ସମ୍ବନ୍ଧ ପାଇଁ କୌଣସି ମୂହୁର୍ତ୍ତ ଧାର୍ଯ୍ୟ କରାଯାଇ ନାହିଁ । ମାତ୍ର ଶାସ୍ତ୍ରରେ ରାତ୍ରି ସମୟକୁ ଏଥିପାଇଁ ଅଶୁଭ ବୋଲି ମାନାଯାଏ । କେବଳ ରାତି ୧୨ଟା ରୁ ୨ଟା ପରର ସମୟ ମଧ୍ୟରେ ଏହି କାର୍ଯ୍ୟ କରିପାରିବେ । କିନ୍ତୁ ତାପରେ ପ୍ରେମ ସମ୍ବନ୍ଧ ରଖିବା ଅଶୁଭ ଅଟେ ।

ଏପରି ଭୁଲ ଆପଣ କେବେ ମଧ୍ୟ କରନ୍ତୁ ନାହିଁ । ରାତି ତିନିଟା ପରେ ଭଗବାନଙ୍କ ଆରାଧନା କରିବା ସମୟ ଅଟେ, ସେଥିପାଇଁ ଏହି କାର୍ଯ୍ୟ ସେତେବେଳେ କରନ୍ତୁ ନାହିଁ । ଅନ୍ଯଥା ମନ୍ଦ ପରିଣାମ ଭୋଗିବାକୁ ପଡିପାରେ । ବୟୋଜ୍ୟେଷ୍ଠ ଲୋକମାନେ ଆମକୁ ସବୁବେଳେ ରାତିରେ ଶଯ୍ୟାକୁ ଯିବା ପୂର୍ବରୁ ହାତ, ମୁହଁ ଧୋଇବାକୁ କହିଥାନ୍ତି । କାରଣ ଏପରି ନ କଲେ ଭୟଙ୍କର ଊର୍ଜା ପ୍ରଭାବରେ ପଡି ଆପଣ ରୋଗରେ ପଡି ପାରନ୍ତି କିମ୍ବା ଆପଣଙ୍କ ଉପରେ କୌଣସି ଦୋଷ ଲାଗିପାରେ । ବିନା ହାତ, ମୁହଁ ଧୋଇ ଶୋଇବା ଅର୍ଥ ପୁରା ପରିବାର ପାଇଁ ରୋଗକୁ ଆମନ୍ତ୍ରଣ କରିବା ଅଟେ ।

ଆପଣ ଜାଣି ରଖିବା ଉଚିତ୍ ଯେ, ସୁଖୀ ଜୀବନଯାପନ କରିବା ନିମନ୍ତେ ରାତିରେ ଶୋଇବା ପୂର୍ବରୁ ଆପଣଙ୍କୁ ଦୁଗ୍ଧ ପାନ କରିବା ଉଚିତ୍ । ଏହା ଶୋଇବାର ଅଧ ଘଣ୍ଟା ପୂର୍ବରୁ କରନ୍ତୁ । ପ୍ରତିଦିନ ଉଷୁମ କ୍ଷୀର ପିଇବା ଶରୀର ପାଇଁ ଅମୃତ ସମାନ ଅଟେ ବୋଲି ମାନାଯାଏ । ଏଥିରୁ ଶରୀରକୁ ଆବଶ୍ଯକୀୟ ପୋଷକତତ୍ତ୍ଵ ମିଳିଥାଏ, ସେଥିପାଇଁ ଆପଣ ବିନା କ୍ଷୀର ପିଇ ଶୁଅନ୍ତୁ ନାହିଁ ।

ତାପରେ ଶୋଇବା ପୂର୍ବରୁ ଆପଣ ଦିନ ସାରା କଣ କଲେ, କଣ କରିଲେ ନାହିଁ, କଣ ଭୁଲ ବା ଠିକ କଲେ, କଣ କରିବା ଉଚିତ ଥିଲା ଏହି ସମସ୍ତ ବିଷୟ ଶୋଇବା ପୂର୍ବରୁ ଆକଳନ କରି ନିଅନ୍ତୁ । ନିଜ ସଂପୂର୍ଣ୍ଣ ଦିନର ଆକଳନ କରିବା ବୁଦ୍ଧିମତା ବୋଲି କୁହାଯାଏ । ଏହାଦ୍ବାରା ଆପଣ ନିଜ ଭୁଲ ବୁଝି ପାରନ୍ତି ଓ ତାକୁ ସୁଧାରିବାକୁ ଧ୍ୟାନ ରଖନ୍ତି। ସେଥିପାଇଁ ରାତିରେ ଶୋଇବା ପୂର୍ବରୁ ଏହି କାର୍ଯ୍ୟ ନିଶ୍ଚୟ କରନ୍ତୁ ।

ବିଜ୍ଞାନ ଦ୍ଵାରା ପ୍ରମାଣିତ ହୋଇ ସାରିଛି ଯେ ରାତିରେ ଶୋଇବା ପୂର୍ବରୁ ଅଇଁଠା ବାସନ ସଫା କରିଦେବା ଉଚିତ ଓ ନଳରୁ ପାଣି ପଡୁଥିଲେ ତାହା ମଧ୍ୟ ଭଲ ଭାବେ ବନ୍ଦ କରିଦେବା ଦ୍ଵାରା ଆପଣ ନିରୋଗ ରହିବେ । ନଚେତ ବିଷାକ୍ତ କୀଟ ଓ ପୋକମାନେ ବାସନକୁସନରେ ଜୀବାଣୁ ଛାଡି ଯାଆନ୍ତି ଓ ତଦ୍ୱାରା ଘରେ ସମସ୍ତେ ରୋଗରେ ପଡିବାର ସମ୍ଭାବନା ରହିଛି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *