ନମସ୍କାର ବନ୍ଧୁଗଣ, କିଛି ଲୋକ ଥାନ୍ତି ଯେଉଁମାନେ ତାଙ୍କ ସାମ୍ନାରେ ଥିବା ଲୋକଙ୍କୁ ଅଯଥାରେ ବହୁତ ଅପମାନ ଦିଅନ୍ତି ଏବଂ ବହୁତ କଷ୍ଟ ଦିଅନ୍ତି । ଯାହାଦ୍ୱାରା ବ୍ୟକ୍ତି ସମ୍ପୂର୍ଣ ଭାଙ୍ଗିଯାଏ । ମଣିଷ ନିଜ ଉପରେ ଥିବା ସବୁ ଆଶା ଭରସା ଏବଂ ବିଶ୍ଵାସକୁ ହରାଇ ଦିଏ । ହେଲେ ଏଭଳି ଏକ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଶ୍ରୀକୃଷ୍ଣ କହିଛନ୍ତି କିଛି କଥା । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଶ୍ରୀକୃଷ୍ଣ କହିଥିବା ସେହି କଥା ସମ୍ପର୍କରେ ।
ଜୀବନରେ ଯାହା ବି ଘଟିଥାଏ ତାହା କିଛି କାରଣ ପାଇଁ ହିଁ ହୋଇଥାଏ । ଘଟିଥିବା ଘଟଣା ଆପଣଙ୍କୁ କିଛି ବନାଇ ନୂଆ ପରିଚୟ ଦେଇ ଯାଇଥାଏ । କିମ୍ବା ଆପଣଙ୍କୁ କିଛି ଶିଖାଇ ଦେଇ ଯାଇଥାଏ । ଯଦି କେହି ଆପଣଙ୍କ ମନକୁ ଦୁଃଖ ଦିଅନ୍ତି ତେବେ ସବୁଠାରୁ ଉତ୍ତମ ଆପଣଙ୍କ ପାଇଁ ହୋଇଥାଏ ଆପଣ ଚୁପ ରହିଯିବା । କାରଣ ଆପଣ ଯାହାକୁ ଉତ୍ତର ଦେଇନଥାନ୍ତି ତାଙ୍କୁ ସମୟ ଜବାବ ଦେଇଥାଏ ।
ଅନ୍ଧ, ଗୁଙ୍ଗା ଏବଂ କାଲା ବନି ନିଜ ଜୀବନର ଲକ୍ଷ ଉପରେ ଧ୍ୟାନ ଦେଇ ଚାଲନ୍ତୁ । ଯଦି ଆପଣଙ୍କ କର୍ମ ଏବଂ ଆପଣଙ୍କ ଚିନ୍ତା ଧାରା ନିର୍ମଳ ଥିବା ଭଗବାନ ଆପଣଙ୍କ ସହାୟତା ଯେକୌଣସି ରୂପରେ ହେଉ ପଛେ କରିଥାନ୍ତି । ଜୀବନରେ ଆପଣ ଯେତେ ଶାନ୍ତ ରଖିବେ ଆପଣ ନିଜକୁ ନିଜେ ସେତେ ମଜବୁତ କରିପାରିବେ ।
ଯଦି ଆପଣଙ୍କୁ କେହି କଷ୍ଟ ଦେଉଛନ୍ତି ତେବେ ତାଙ୍କ କଥା ତ ଭଗବାନ ବୁଝିନେବେ । କିନ୍ତୁ ଆପଣ ସେହି ସମୟରେ ଧର୍ଯ୍ୟହରା ନ ହୋଇ ନିଜ କାର୍ଯ୍ୟ ପ୍ରତି ଧ୍ୟାନ ଦେଇ ଆଗକୁ ବଢିଚାଲିବା ଉଚିତ । କାରଣ ଭଗବାନ କୃଷ୍ଣ କହିଛନ୍ତି ଦୁନିଆରେ ବହୁତ ଖାଲି ଲୋକ ବସିଛନ୍ତି ଆପଣଙ୍କ ପାଦ ଟାଣିବା ପାଇଁ ଆପଣଙ୍କୁ ତଳେ ପକାଇବା ପାଇଁ । ଜୀବନରେ ଯଦି ବି କିଛି ଘଟଣା ଘଟିଥାଏ ତେବେ ତାହା ଭଗବାନଙ୍କ ପରୀକ୍ଷା ହୋଇଥାଏ ।
ଆଉ ଯଦି ଆପଣ ଭଗବାନଙ୍କ ସେହି ପରୀକ୍ଷାରେ ଉତିର୍ଣ ହୋଇଯିବେ ତେବେ ଭଗବାନଙ୍କୁ ଆପଣଙ୍କ ପାଖରେ ସଦା ସର୍ବଦା ପାଇଯିବେ । ଖରାପ କର୍ମ କରୁଥିବା ଲୋକଙ୍କୁ ତାଙ୍କ କର୍ମ ଅନୁଯାୟୀ ଦଣ୍ଡ ଭଗବାନ ଦେବେ । କିନ୍ତୁ ଯଦି ସେମାନଙ୍କୁ ଦଣ୍ଡ ଦେବା କାମ ଆପଣ କରି ବସନ୍ତି ତେବେ ଆପଣ ନିଜ ଜୀବନର ଲକ୍ଷ ପଥରୁ ହଟି ଯାଆନ୍ତି ।
ତେଣୁ କାହାର କଥା ଏବଂ କାହା ଠାରୁ ପାଉଥିବା କଷ୍ଟ ପାଇଁ କେବେବି ନିଜକୁ ଭାଙ୍ଗିବାକୁ ଦିଅନ୍ତୁନି ବରଂ ସେଥିରୁ ମିଳୁଥିବା ଶିକ୍ଷାକୁ ଶିଖନ୍ତୁ ଆଉ ଜୀବନରେ ସଫଳ ବନିବା ପାଇଁ ତାହାର ଉପଯୋଗ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।