ପିଲାଙ୍କୁ ଘାରୁଛି କି ଫୋନ ନିଶା ! ପିଲାଙ୍କ ଠାରୁ କେମିତି ଛଡାଇବେ ଫୋନ ନିଶା ? Dr Nirmal Kumar Mohakud

ବନ୍ଧୁଗଣ ମୋବାଇଲ ର ପରିଣାମ ସ୍ୱରୂପ ୧୦ ରୁ ୧୫ ପ୍ରତିଶତ ପିଲା ଯେଉଁମାନେ କି ସ୍କୁଲକୁ ଚଷମା ପିନ୍ଧିକି ଆସୁଛନ୍ତି । ମାତ୍ର ପିଲା ମାନଙ୍କର ୩ ଟି ବିକାଶ ଭଲ ଭାବରେ ହେବା ଦରକାର ଯଥା ମାନବିକ ବିକାଶ, ବୌଦ୍ଧିକ ବିକାଶ, ଶାରୀରିକ ବିକାଶ । ମାତ୍ର ଆମ୍ଭେ କଣ କରୁଛେ ? ଆମ୍ଭେ ମାନସିକ ବିକାଶକୁ ଗୋଟେ ମୋବାଇଲ ମଧ୍ୟରେ ସୀମିତ ରଖିଲୁ, ଶାରୀରିକ ବିକାଶ ହେଲା କାରଣ ସେ ଖାଲି ଖାଇଲା, ଏଥିପାଇଁ ଯେ ମୋବାଇଲ ଦେଖିଲେ ସେ ଖାଇ ଦେଉଛି ହେଲେ ବୌଦ୍ଧିକ ବିକାଶ ଆଦୌ ନାହିଁ ।

ମାତ୍ର ବର୍ତ୍ତମାନର ସମୟରେ ୧୦୦ ଟଙ୍କା ରୋଜଗାର କରିବା ବହୁତ କଷ୍ଟ । ଆଉ ଏହି ପରିସ୍ଥିତି ରେ ଯଦି ଆମ୍ଭେ ପିଲାଙ୍କୁ ବୌଦ୍ଧିକ ବିକାଶ ସଠିକ ନ କରାଇବା ତେବେ ସେ କେବଳ ମୋବାଇଲ ମଧ୍ୟରେ ସୀମିତ ରହିବ । ଏହାଦ୍ଵାରା ସେମାନେ କାହା କଥା ଶୁଣିବେ ନାହିଁ । ଏଠିସେଠି ବସିଥିବେ ତଥା ନିଜ ଦୁନିଆରେ ସେମାନେ ନିଜେ ରହିଥିବେ । ଏହାକୁ ନେଇ ପିଲା ମାନଙ୍କ ମଧ୍ୟରେ ବହୁତ ଆଗ୍ରେସିଭ ବ୍ୟବହାର ମଧ୍ୟ ଦେଖାଯାଉଅଛି ।

ତେବେ ପିଲା ଯଦି ନିଜେ କିଛି ଭୁଲ କରୁଛି ତେବେ ମାତା ପିତା କହୁଛନ୍ତି କି, ଆମ ପିଲା ବର୍ତ୍ତମାନ ଛୋଟ ଅଛି ତ କିଛି କହିଦେଉଛି । କିନ୍ତୁ ସେମାନେ ଜାଣି ପାରୁନାହାଁନ୍ତି ଯେ ଉଚିତ ଶିକ୍ଷା ନ ଦେଇ ସେମାନେ ନିଜ ପିଲାଙ୍କୁ ଖରାପ କରୁଛନ୍ତି । ଏହା ସହିତ ପିଲାଟି ଖରାପ ଆଡକୁ ଯିବା ପାଇଁ ସେମାନେ ଆହୁରି ବାଟ ବାହାର କରୁଛନ୍ତି । କିନ୍ତୁ ଆପଣଙ୍କୁ ଏହା ପରିବର୍ତ୍ତନ କରିବାକୁ ହେବ ।

ପରିବାରର ସଦସ୍ୟ ଅର୍ଥାତ ବାପା, ମା ଯେଉଁ ମାନେ ବାହାରେ କାମ କରୁଛନ୍ତି । ସେମାନେ ଯେତେ ଥକିଥିଲେ ମଧ୍ୟ ପିଲାଙ୍କ ସହିତ ଟିକିଏ ସମୟ ବ୍ୟତୀତ କରିବାର ଅଛି । ତାଙ୍କୁ ଗପ କହିବାର ଅଛି ତାଙ୍କୁ ନେଇ ବାହାରେ ବୁଲାଇବାର ଅଛି । ମା ଯେତେ ସମୟ ପାଉଛନ୍ତି ପିଲାଙ୍କ ସହିତ ଖେଳିବାର ଅଛି । ସମୟ ପାଇଲେ ପିଲାଙ୍କୁ ନେଇ ପାର୍କ  ଯିବା ସହ ସେଠାରେ ପିଲାଙ୍କୁ କିଛି ଶାରୀରିକ ପରିଶ୍ରମ ଯେମିତି ଖେଳିବା, ଦୌଡିବା, ଚାଲିବା କିଛି ବି ଏକସରସାଇଜ କରିବା ପାଇଁ କୁହନ୍ତୁ ।

ଏହା ସହିତ ଅନ୍ୟ ମାନଙ୍କ ସହିତ ପିଲାଙ୍କୁ ପରିଚିତ କରାନ୍ତୁ ତାଙ୍କ ସହ କିଛି ସମୟ ଖେଳିବାକୁ ଛାଡନ୍ତୁ । ପିଲାଙ୍କୁ ଆଦ୍ୱୋ ଅଧିକ ସମୟ ମୋବାଇଲ ଫୋନ ଦେଖିବାକୁ ଦିଅନ୍ତୁ ନାହିଁ । ଏହାଦ୍ଵାରା ସେମାନଙ୍କର ଆଖି ଉପରେ ମଧ୍ୟ ଖରାପ ପ୍ରଭାବ ପାଇଥାଏ ।

ଏଣୁ ଛୋଟ ବୟସରୁ ହିଁ ସେମାନଙ୍କୁ ଚଷମା ପିନ୍ଧିବାକୁ ପଡିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ କଥା ସବୁ ଧ୍ୟାନରେ ରଖିବାକୁ ପଡିବ । ଆଶା କରୁଛୁ ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ପେଜକୁ ଗୋଟେ ଲାଇକ୍ କରିବା ସହ ଆଗକୁ ଏହିଭଳି ଅପଡେଟ ପାଇବା ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତୁ।

Leave a Reply

Your email address will not be published. Required fields are marked *