ଆପଣଙ୍କ ଶିଶୁ ଖାଇବା ବେଳେ ଦୁଷ୍ଟାମି କରୁଛି କି ? ଛୋଟ ପିଲାଙ୍କୁ କେମିତି ଭଲ ଭାବେ ଖୁଆଇବେ ? Dr Ranjit Kumar Joshi

ଛୋଟ ପିଲା ମାନଙ୍କୁ ଖୁଆଇବା ତାଙ୍କ ମା’ ମାନଙ୍କ ପାଇଁ ଏକ ବହୁତ ବଡ ଚିନ୍ତାର କାରଣ ହୋଇଥାଏ । କାରଣ ଛୋଟ ବେଳେ ପିଲାମାନେ ସାଧାରଣତଃ ଜିଦିଆ ହୋଇଥାନ୍ତି । ବିଶେଷ କରି ସେମାନେ ଖାଇବା ସମୟରେ ଘରର ସଦସ୍ୟଙ୍କୁ ନାକେଦମ କରିଦେଇଥାନ୍ତି । ତେଣୁ ନିଜ ପିଲାର ଖାଇବା କଥା ବିଷୟରେ ଅନେକ ମା’ ଚିନ୍ତା କରିଥାନ୍ତି । କାରଣ ଯଦି ପିଲାର ଖାଇବା, ପିଇବାରେ ହେଳା ହୁଏ। ଏହାର ଖରାପ ପ୍ରଭାବ ଛୋଟ ପିଲାର ସ୍ଵାସ୍ଥ ଉପରେ ପଡିପାରେ ।

ମା’ ମାନେ ଜାଣି ରଖିବା ଉଚିତ ଯେ ୬ ପର୍ଯ୍ୟନ୍ତ ଶିଶୁକୁ ପ୍ରଚୁର ପରିମାଣରେ ମା’ କ୍ଷୀର ପିଇବାକୁ ଦିଅନ୍ତୁ । ଏହା ହିଁ ତା’ ପାଇଁ ଯଥେଷ୍ଟ ହୋଇଥାଏ । କିନ୍ତୁ ୬ ମାସ ପୂରିବା ପରେ ବେବି ପାଇଁ କେବଳ ମା’ କ୍ଷୀର ଯଥେଷ୍ଟ ନୁହେଁ । ଏହାପରେ ବେବିକୁ ବାହାର ଜିନିଷ ମଧ୍ୟ ଖାଇବାକୁ ଦେବା ଉଚିତ । ଯେମିତିକି ପନିପରିବା, ଘର ତିଆରି ଛତୁଆ, ଖିଚିଡି, ସିଝା ଆଳୁ ଚକଟା, କଞ୍ଚା କଦଳୀକୁ ମଧ୍ୟ ଆଲୁ ସହ ସିଝେଇକି ଦେଇପାରିବେ ।

ତେବେ ଏସବୁ ପିଲାକୁ ଖାଇବାକୁ ଦେବା ସମୟରେ ଅନେକ ମା’ ମାନଙ୍କର ଚିନ୍ତା ରହିଥାଏ । ଯେ ତାଙ୍କ ବେବି ଠିକରେ ଖାଉନାହିଁ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବେବିକୁ କୌଣସି ଜିନିଷ ଖାଇବା ପାଇଁ ଜୋର ଜବରଦସ୍ତ କରିବେ ନାହିଁ । ବେବି ସହ ଭଲରେ କଥା ହେଇ ତାକୁ କାହାଣୀ କହି ତାକୁ ଖାଇବା ଶିଖେଇବାକୁ ହୋଇଥାଏ ।

କିଛିଦିନ ଯିବା ପରେ ବେବି ଯେଉଁ ଜିନିଷ ନିଜେ ଧରିପାରିବ ସେଇ ଜିନିଷ ତାକୁ ଖାଇବାକୁ ଦେବା ଆରମ୍ଭ କରିବା ଉଚିତ । ଯଦି ଆପଣ ଖାଇବା ବେଳେ ବେବି ଆପଣଙ୍କ ପ୍ଳେଟକୁ ଟାଣୁଛି ତେବେ ଏହା ସବୁଠୁ ଭଲ ସଂକେତ ଅଟେ । ଖାଦ୍ଯ ଦେଖିଲେ ବେବି ଆଗ୍ରହ ହୋଇ ଖାଦ୍ଯ ଟାଣିବା ଭଲ କଥା ଅଟେ ।

ବେବି ମାନଙ୍କ ହଜମ ହେବା ଭଳି ଘରୁଆ ଜିନିଷ ଏବଂ ସିଝା ଜିନିଷ ତାଙ୍କୁ ଖୁଆନ୍ତୁ । ପିଲାକୁ ଭେରାଇଟି ଖାଦ୍ଯ ଖୁଆଇବା ଦରକାର । ତରଳ ଖାଦ୍ୟ ପଦାର୍ଥ ସହ ସଲିଡ ଫୁଡ୍ ପର୍ଯ୍ୟନ୍ତ ବେବିକୁ ଧୀରେ ଧୀରେ ଖାଇବାର ଅଭ୍ଯାସ କରାନ୍ତୁ । ଏପରି କରିବା ଦ୍ଵାରା ବେବିର ଖାଦ୍ଯାଭ୍ଯାସ ଭଲ ରହିବା ସହ ତାହାର ସ୍ଵାସ୍ଥ ଅବସ୍ଥା ମଧ୍ୟ ଉନ୍ନତମାନର ରହିବ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ପସନ୍ଦ ଆସିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *