ଆପଣ କ’ଣ ବାରମ୍ବାର ପ୍ଲାଷ୍ଟିକ ବୋତଲରୁ ପିଉଛନ୍ତି କି ପାଣି ? ତେବେ ଏହି ଗୁରୁତ୍ୱପୂର୍ଣ୍ଣ କଥା ଆପଣଙ୍କ ପାଇଁ…

ବନ୍ଧୁଗଣ ଆମେମାନେ ପ୍ରାୟ ସବୁ ଲୋକ ବୋତଲରୁ ପାଣି ପିଇବାର ଅଭ୍ଯାସ ରହିଥାଏ । ବୋତଲ ତାହା ପୁଣି ଅଧିକାଂଶ ଲୋକ ପ୍ଲାଷ୍ଟିକ ବୋତଲରେ ପାଣି ଭର୍ତ୍ତି କରି ପିଇଥାନ୍ତି । ଅନେକ ଲୋକ ତ ଥଣ୍ଡା ବୋତଲରୁ ଥଣ୍ଡା ପିଇସାରିବା ପରେ ତାହାକୁ ନଫୋପାଡି ସେହି ବୋତଲକୁ ଧୋଇ ସେହି ବୋତଲରେ ବର୍ଷ ବର୍ଷ ଧରି ପାଣି ଭର୍ତ୍ତି କରି ପିଇଥାନ୍ତି । ହେଲେ ଆପଣ ମାନେ କ’ଣ କେବେ ଭାବିଛନ୍ତି ? ଯେ ବଦଳୁଥିବା ତାପମାତ୍ରା ସହିତ ସେହି ସବୁ ପ୍ଲାଷ୍ଟିକ ବୋତଲ ଗୁଡିକ ଉପରେ କଣ କୁ-ପ୍ରଭାବ ପଡିଥାଏ ।

ତେବେ ଯଦି ଆପଣ ମଧ୍ୟ ପ୍ଲାଷ୍ଟିକ ବୋତଲରୁ ପାଣି ପିଉଛନ୍ତି ଏବଂ ସେହି ବୋତଲକୁ ବର୍ଷ ବର୍ଷ ଧରି ମଧ୍ୟ ବ୍ୟବହାର କରୁଛନ୍ତି ତେବେ ଏହି କଥା ନିହାତି ଜାଣି ରଖନ୍ତୁ । ଥଣ୍ଡା ପିଉଥିବା ପ୍ଲାଷ୍ଟିକ ବୋତଲ ଗୁଡିକ ପ୍ରସ୍ତୁତ ହେବା ସମୟରେ ସେଥିରେ ପଲିଥିଲିନ ଟେରେଫଥାଲେଟ ନାମକ କେମିକାଲ୍ସ ଗୁଡିକୁ ବ୍ୟବହାର କରାଯାଇଥାଏ । ଏହାଦ୍ଵାରା ସେହି ବୋତଲ ଗୁଡିକୁ ଦିତୀୟ ଥର ପାଇଁ କାର କିମ୍ବା ଘରେ ବ୍ୟବହାର କରୁଥିବା ସମୟରେ ତାପମାତ୍ରା କମ ବେଶି ହେବା ଦ୍ଵାରା ବୋତଲରୁ କେମିକାଲ ଡିଫ୍ୟୁଜ ହୋଇ ପାଣି ସହିତ ମିଶିଥାଏ । ଏହା ଦ୍ୱାରା ପାଣି ଅଶୁଦ୍ଧ ହୋଇ ଯାଇଥାଏ ।

ପ୍ରତ୍ୟେକ ଥଣ୍ଡା ବୋତଲ ଏବଂ ପାଣି ବୋତଲ ଗୁଡିକରେ ସ୍ପଷ୍ଟ ଲେଖା ହୋଇଥାଏ କି ଏହାକୁ ଥରେ ମାତ୍ର ବ୍ୟବହାର ପରେ ଆଉ ଥରେ ବ୍ୟବହାର ନକରିବା ପାଇଁ କୁହାଯାଇଥାଏ । ଏହି ବୋତଲର ଚାରି ପାଖରେ BPA ନାମକ ଏକ କେମିକାଲ ଥାଏ ଯାହାକୁ ବାରମ୍ବାର ବ୍ୟବହାର କରିବା ପରେ ବୋତଲ ଗୁଡିକରେ ସରୁ ସରୁ ଫାଟ ହୋଇଥାଏ ଯାହା ଆମେ ଦେଖି ପାରି ନଥାଉ କିନ୍ତୁ ଏହା ଭିତରେ ଜୀବାଣୁ ପଶିଯାଇଥାନ୍ତି । ଯାହା ଦ୍ୱାରା ଆମେ ଆନେକ ପ୍ରକାର ରୋଗର ମଧ୍ୟ ଶିକାର ହୋଇଥାଉ ।

ବାରମ୍ବାର ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ଵାରା PCOS, ହର୍ମୋନରେ ସମସ୍ୟା, ବ୍ରେଷ୍ଟ କ୍ୟାନ୍ସର ଏବଂ ଅନ୍ୟ କେତେ ଗୁଡିଏ ରୋଗ ହେବାର ସମ୍ଭାବନା ଥାଏ । ଆମେ କେତେକ କ୍ଷେତ୍ରରେ ସ୍ଵଛ ବୋତଲ ପରିବର୍ତ୍ତେ ବିଭିନ୍ନ ପ୍ରକାରର ରଙ୍ଗର ବୋତଲ ବ୍ୟବହାର କରିଥାଉ । ଏହି ବୋଲତକୁ ରଙ୍ଗୀନ କରିବା ପାଇଁ କିଛି ଖରାପ କେମିକାଲ ବ୍ୟବହାର କରାଯାଇଥାଏ । ଏହା ଦିତୀୟ ଥର ବ୍ୟବହାର କରିବା ଦ୍ଵାରା ଆମ ଶରୀର ପ୍ରତି ଖରାପ ପ୍ରଭାବ ପକାଇ ଥାଏ ।

ପ୍ଲାଷ୍ଟିକ ବୋତଲକୁ ବହୁତ ଦିନ ବ୍ୟବହାର କରିବା ପରେ ସେଥିରେ ଇକୋଲି ନାମକ କୀଟାଣୁ ଜମା ହୋଇଥାନ୍ତି ଯାହାକି କେବଳ ମାଇକ୍ରୋସ୍କୋପ ଦ୍ଵାରା ହିଁ ଦେଖିବା ସମ୍ଭବ ହୋଇଥାଏ । ତେଣୁ ପ୍ଲାଷ୍ଟିକ ବୋତଲ ପରିବର୍ତ୍ତେ ଷ୍ଟେନଲେସ ଷ୍ଟିଲ କିମ୍ବା ଦସ୍ତାର ବୋତଲରେ ପାଣି ପିଇବା ଠିକ ହୋଇଥିଲେ ମଧ୍ୟ ଏହା ଖୁବ ଶୀଘ୍ର ଜଙ୍କ ଲାଗିଯାଇ ଥାଏ । ତେଣୁ କାଚର ପାତ୍ରରେ ପାଣି ପିଇବା ପାଇଁ ଠିକ ହୋଇଥାଏ ।

ଏଥିପାଇଁ ପାଣି ପିଉଥିବା ବୋତଲକୁ ଲଗାତାର ସଫା କରିବା ଉଚିତ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *