ବନ୍ଧୁଗଣ, ମନୁଷ୍ୟ ଜନ୍ମ ନେଲା ବେଳେ, ନିଜର ଭାଗ୍ୟ ରେଖା ସହିତ ଏହି ସଂସାର କୁ ଆସିଥାଏ । ଯେତେବେଳେ ସେ ଜନ୍ମ ହୁଏ ତାହାର ୨୦ ଦିନ ପରେ ତାହାର ନାମକରଣ ହୋଇଥାଏ ।ଜନ୍ମସ୍ଥାନ, ଜନ୍ମ ସମୟ, ଏବଂ ଗ୍ରହ ନକ୍ଷେତ୍ର ମାନଙ୍କର ଅବସ୍ଥିତି କୁ ଆକଳନ କରାଯାଇ ବ୍ୟକ୍ତି ର ନାମକରଣ କରାଯାଇଥାଏ ।
ନାମ କାରଣ ନିମନ୍ତେ ବହୁତ ବଡ ଆୟୋଜନ ମଧ୍ୟ ହୋଇଥାଏ । ସତ୍ୟନାରାୟଣ ପୂଜା ର ଆୟୋଜନ କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ନାମ ଗୁଡିକର ବହୁତ ମହତ୍ଵ ରହିଅଛି । ଏଥିପାଇଁ ନାମ ମାନଙ୍କୁ ଆଧାର କରି ବ୍ୟକ୍ତି ର ସ୍ଵଭାବ ବିଷୟରେ ଆକଳନ କରାଯାଇଥାଏ ।
୧- S- ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତିମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ପରିଶ୍ରମ ଦ୍ଵାରା କଠିନ କାର୍ଯ୍ୟ କୁ ଅତି ସହଜରେ ସମାପ୍ତ କରିଦେଇଥାନ୍ତି । ପ୍ରେମ ମାମଲାରେ ଏମାନେ ଟିକିଏ ଲାଜକୁଳା ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ଭଲ ପାଇବାକୁ କାହାକୁ କହି ପାରନ୍ତି ନାହିଁ । ଏହି ନାମର ବ୍ୟକ୍ତି ମାନେ ଅନ୍ୟର ସାହାର୍ଯ୍ୟ କରିବାକୁ ପଛନ୍ତି ନାହିଁ । ଏମାନେ କେବେ ମଧ୍ୟ କାହା ବିଷୟରେ ଖରାପ କୁହନ୍ତି ନାହିଁ ।
୨- R- ଯେଉଁ ମାନଙ୍କ ନାମର ପ୍ରଥମ ଅକ୍ଷର ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ନିଜ କଥା ଭାବିବା ପୂର୍ବ ରୁ ଅନ୍ୟ ମାନଙ୍କ କଥା ଭାବିଥାନ୍ତି । ଏମାନେ ଖୁସି ମିଜାସ ର ବ୍ୟକ୍ତି ଅଟନ୍ତି । ନିଜେ ଯେତେ ଦୁଖରେ ଥିଲେ ମଧ୍ୟ ଅନ୍ୟକୁ ସବୁବେଳେ ହସାଉଥାନ୍ତି । ଏହି ନାମର ବ୍ୟକ୍ତି ମାନେ ବହୁତ ଖାଦ୍ୟପ୍ରିୟ ହୋଇଥାନ୍ତି । ଖାଦ୍ୟ ଦେଖିଲେ ଏମାନେ ରହି ପାରନ୍ତି ନାହିଁ । ଏମାନେ ବହୁତ କଷ୍ଟ ତଥା ନିଷ୍ଠା ର ସହିତ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥାନ୍ତି ।
୩- B- ଏହି ଅକ୍ଷରର ବ୍ୟକ୍ତି ବିଶେଷ ମାନେ ନିଜ କଥା ଅନ୍ୟ ସହିତ ସେୟାର କରି ନଥାନ୍ତି । ଏମାନେ କାହାକୁ ନ କହିବାରୁ ଅନେକ ସମୟରେ ବହୁତ ହଇରାଣ ରେ ପଡିଥାନ୍ତି । ଏହି ନାମର ବ୍ୟକ୍ତି ମାନେ ସମସ୍ତଙ୍କୁ ସାହାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି । ଏହି ନାମର ବ୍ୟକ୍ତିମାନେ ହୃଦୟରୁ ବହୁତ କୋମଳ ହୋଇଥାନ୍ତି । ମାତ୍ର ବାହାରକୁ ସିଧା ଭଳି ଜଣା ପଡିଥାନ୍ତି ।
୪- M- ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତି ମାନେ ଅଧିକ ଖେଳ ପ୍ରେମୀ ହୋଇଥାନ୍ତି । ଏହି ବ୍ୟକ୍ତି ମାନେ ପାଠ ପଢିବାରେ ଅଧିକ ସମୟ ବିତାଇ ଥାନ୍ତି । ଏହି ବ୍ୟକ୍ତି ବିଶେଷ ଙ୍କ ମନ ସବୁବେଳେ ବିଚଳିତ ହୋଇ ରହିଥାଏ । ମାତ୍ର କୌଣସି ଜରୁରୀ କାଳୀନ ପରିସ୍ଥିତି ସମ୍ବନ୍ଧରେ ନିଷ୍ପତ୍ତି ନେବା ପୂର୍ବରୁ ଏମାନେ ସବୁବେଳେ ଭାବିଛିନ୍ତି ନିଷ୍ପତ୍ତି ନେଇଥାନ୍ତି ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ