Vastu Tips- ପୁଜା କରିବା ସମୟରେ ଯଦି ଘଣ୍ଟି ବଜାଉଛନ୍ତି ତା ହେଲେ ଏହାକୁ ଶୀଘ୍ର ପଢନ୍ତୁ…

ବନ୍ଧୁଗଣ ହିନ୍ଦୁଶାସ୍ତ୍ର ଅନୁସାରେ ପ୍ରତ୍ୟକ ଦିନ ପୂଜା ପାଠ କରିବାର ପରମ୍ପରା ରହିଛି । ଏଥିପାଇଁ ସମସ୍ତ ଲୋକ ସବୁଦିନ ଭଗବାନଙ୍କର ପୂଜା ଓ ଆରାଧନା କରିଥାନ୍ତି ।

ନିୟମିତ ପୂଜା କରିବା ଦ୍ଵାରା ମାନସିକ ଶାନ୍ତି ମିଳିବା ସହ ସଂପୂର୍ଣ୍ଣ ଘରେ ସକାରାତ୍ମକ ଶକ୍ତିର ପ୍ରଭାବ ବଢିଥାଏ । କିନ୍ତୁ ବନ୍ଧୁଗଣ ଏହା ମଧ୍ୟ ସତ ଅଟେ ଯେ, ପୂଜା ପାଠ କରିବାର କିଛି ସଠିକ ନିୟମ ରହିଛି ଯାହାକୁ ଯଦି ଆମେ ନକରିବା ତା ହେଲେ ଆମକୁ ସେହି ପୂଜାର ସଂପୂର୍ଣ୍ଣ ଫଳ ପ୍ରାପ୍ତ ହେବ ନାହିଁ ।

ପୂଜା ପାଠ ଆଦିର ନିୟମ ପ୍ରାଚୀନ କାଳରୁ ରହି ଆଇଛି ଯାହାକୁ ବର୍ତ୍ତମାନର ଦୁନିଆରେ ବହୁତ କମ ଲୋକ ପାଳନ କରୁଛନ୍ତି । ବନ୍ଧୁଗଣ ପୂଜା କରିବା ସମୟରେ ଆପଣ ମାନେ ନିଶ୍ଚୟ ଭଗବାନଙ୍କୁ ସ୍ମରଣ କରି ଘଣ୍ଟି ବଜାଉଥିବେ । ହେଲେ ଆପଣ ମାନେ କଣ ଏହାର ମୁଖ୍ୟ କାରଣ ବିଷୟରେ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଘଣ୍ଟି ବଜାଇବାର କାରଣ ଓ ଏହାର କିଛି ସଠିକ ନିୟମ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଘଣ୍ଟି ବଜାଇବା ଦ୍ଵାରା ଦେବତା ମାନେ ପ୍ରସନ୍ନ ହୋଇଥାନ୍ତି । କାରଣ ଦେବତା ମାନେ ରାକ୍ଷାଶ ମାନଙ୍କୁ ମାରି ମଣିଷ ଜାତିର ରକ୍ଷା କରିଛନ୍ତି । ତେଣୁ ମଣିଷ ଘଣ୍ଟି ମାଧ୍ୟମରେ ଦେବତା ମାନଙ୍କୁ ପ୍ରସନ୍ନ କରିଥାନ୍ତି ।

୨. ବନ୍ଧୁଗଣ ଆପଣ ମାନେ କଣ ଆପଣଙ୍କ ଘରେ ଥିବା ଘଣ୍ଟିକୁ ଦେଖିଛନ୍ତି । ଯଦି ଆପଣ ସେହି ଘଣ୍ଟିକୁ ଧ୍ୟାନ ପୂର୍ବକ ଦେଖିବେ ତା ହେଲେ ଆପଣ ଜାଣିପାରିବେ ସେହି ଘଣ୍ଟିର ଉପରି ଭାଗରେ ଏକ ଗରୁଡ ତିଆରି ହୋଇଛି । ତେଣୁ ବନ୍ଧୁଗଣ ଘରେ ଆମେ ଯେଉଁ ଘଣ୍ଟିକୁ ପୂଜା କରିଥାଉ ତାହାକୁ ଗରୁଡ ଘଣ୍ଟି କୁହାଯାଇଥାଏ । ଘରେ ପୂଜା କରିବା ସମୟରେ ଗରୁଡ ଘଣ୍ଟିର ବ୍ୟବହାର ଦେବତା ମାନଙ୍କୁ ଆମନ୍ତ୍ରଣ କରିବା ପାଇଁ କରାଯାଇଥାଏ ।

୩. ବନ୍ଧୁଗଣ ଘରେ ପୂଜା କରିବା ସମୟରେ ଯେତେବେଳେ ଆପଣ ଆରତୀ କରୁଛନ୍ତି ସେତେବେଳେ ଘଣ୍ଟନାଦ କରିବା ନିହାତି ଆବଶ୍ୟକ । ଏହାଦ୍ବାରା ଦେବତା ମାନେ ନିଶ୍ଚୟ ପ୍ରସନ୍ନ ହେବେ । ହେଲେ କିଛି ଲୋକ ଏହାକୁ ସାଧାରଣ କଥା ଭାବି ଏହି ନିୟମର ପାଳନ କରିନଥାନ୍ତି ।


୪. ବନ୍ଧୁଗଣ ଯେତେବେଳେ ଆମର ସୃଷ୍ଠୀର ଆରମ୍ଭ ହୋଇଥିଲା ସେତେବେଳ ପ୍ରଥେମ ଘଣ୍ଟିର ଧ୍ୱନି ଶୁଭାଯାଇଥିଲା । କାରଣ ଘଣ୍ଟି ଧ୍ୱନିରେ ‘ଓଁ କାର’ ରହିଥାଏ । ଘଣ୍ଟିରେ ଇଶ୍ଵରଙ୍କ ସ୍ଥାନ ରହିଥିବାରୁ ପୂଜାରେ ସ୍ଥାନ ମିଳିଛି ।

ତେଣୁ ବନ୍ଧୁଗଣ ଆପଣ ମାନେ କେବେ ଭୁଲ ସେ ମଧ୍ୟ ଘଣ୍ଟିର ଅପମାନ କରନ୍ତୁ ନାହିଁ ଓ ଯେଉଁ ପରି ଭାବରେ ଦେବତା ମାନଙ୍କର ପୂଜା କରୁଛନ୍ତି ଠିକ ସେହିପରି ଘଣ୍ଟିର ମଧ୍ୟ ପୂଜା କରନ୍ତୁ । ଏହି ସମସ୍ତ ନିୟମ ଗୁଡିକୁ ମାନି ପୂଜା କରିଲେ ଦେଖିବେ ଆପଣଙ୍କୁ ନିଜ ଜୀବନରେ କୌଣସି ସମସ୍ଯା ହେବ ନାହିଁ ଓ ଆପଣଙ୍କ ଜୀବନ ସୁଖ ସମୃଦ୍ଧିରେ ଭରିଯିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *