ଚାଣକ୍ୟଙ୍କ ଏହି ନୀତି ଆପଣାଇ ଦେଖନ୍ତୁ, ନିଜ କାମ ଯେ କୌଣସି ଲୋକଙ୍କ ଠାରୁ ମଧ୍ୟ କରାଇ ପାରିବେ – Chanakya Niti

ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ରଚନା କରା ଯାଇଥିବା ଏଭଳି ଏକ ଗ୍ରନ୍ଥ ଅଟେ ଯାହାକୁ ପଢି ଆପଣ କରୁଥିବା କାମ ଠିକ କିମ୍ବା ଭୂଲ ଏହା ଆପଣ ଜାଣି ପାରିବେ । ଯଦି ଆପଣ ଭୁଲ କିଛି ବି କରି ଥାନ୍ତି ତେବେ ବି ଆପଣ ନିଜର ଭୂଲକୁ କିଭଳି ସୁଧାରିବେ ଏହା ବିଷୟରେ ଏଥିରେ କୁହା ଯାଇଛି । ଆପଣ ମାନେ ଜାଣି ଥିବେ କିଛି ଏଭଳି ସାଙ୍ଗ ମାନେ ଥାନ୍ତି ଯେଉଁ ମାନେ ନିଜର ସ୍ଵାର୍ଥ ପାଇଁ ଆପଣଙ୍କ ସହ ସାଙ୍ଗ ହୋଇ ଥାନ୍ତି, ତେବେ ଏଭଳି ବ୍ୟକ୍ତି ଙ୍କ ପାଖରୁ ନିଜକୁ କିଭଳି ବଞ୍ଚାଇବେ । ଆପଣ କିଭଳି ଜାଣିବେ ନିଜ ସାମ୍ନାରେ ଯିଏ ଅଛି ସେ କିପରି ମଣିଷ ଅଟେ । ଚାଣକ୍ୟ ନିଜ ଲେଖା ମାଧ୍ୟମରେ 4 ଟି ବ୍ୟକ୍ତି ଓ ସେମାନଙ୍କର ଚରିତ୍ର ବିଷୟରେ ଜାଣିବା ପରେ ସେହି ଲୋକଙ୍କ ସହ କିଭଳି ଭାବେ ନିଜର ସମ୍ପର୍କ ରଖିବା ଓ କିଭଳି ନିଜ କାମ ତାଙ୍କ ଦ୍ଵାରା କରେଇ ପାରିବ ତାହା ବର୍ଣ୍ଣନା କରିଛନ୍ତି।

1- ପ୍ରଥମେ କିଭଳି ଆପଣ ଲୋଭୀ ବ୍ୟକ୍ତି ମାନଙ୍କ ଠାରୁ ନିଜ କାମ ପାଇଁ କରାଇପାରିବେ । ଯେଉଁମାନେ ଲୋଭୀ ଥାନ୍ତି ସେମାନେ ନିଜର ଧନକୁ ଲୋଭ କରିଥାନ୍ତି ।

ଏଭଳି ଲୋକମାନଙ୍କୁ  କିଛି କିଛି ମାତ୍ରାରେ ପଇସା ଦେଇ ସେମାନଙ୍କୁ ନିଜ ଆୟତ୍ତରେ ରଖିହେବ ।

2- ଦ୍ଵିତୀୟ ବ୍ୟକ୍ତି ହେଉଛନ୍ତି ଅହଂକାରୀ ଯେଉଁ ମାନେ ଅହଂକାରୀ ବ୍ୟକ୍ତି ଅଟନ୍ତି ସେମାନେ କେବେବି ନିଜ ଆଗରେ ଅନ୍ୟକୁ ଚିହ୍ନି ପାରି ନଥାନ୍ତି । ସେମାନଙ୍କୁ ଆପଣ ସବୁବେଳେ ତାଙ୍କର ପ୍ରଶଂସା କରି କରି ନିଜର କାମ ତାଙ୍କ ପାଖରୁ କରେଇ ପାରିବେ । ଏଭଳି ଲୋକଙ୍କ ସହ କେବେବି ଶତ୍ରୁତା କରିବେନି ଏଭଳି କଲେ ସେ ଆପଣଙ୍କର ଅପମାନ କରିବାକୁ ପଛେଇବେନି ।

3- ତୃତୀୟ ବ୍ୟକ୍ତି ହେଉଛି ମୂର୍ଖ । ଜଣେ ମୂର୍ଖ କେବେବି ଏହା ଜାଣି ନଥାଏ କି ସେ କ’ଣ କରୁଛି କାହା ପାଇଁ କରୁଛି ତାର ଜୀବନର ଲକ୍ଷ କ’ଣ ? ସେମାନେ ସବୁବେଳେ ଛୋଟ ଭୁଲ କରି ବଡ  ଅସୁବିଧାରେ ପଡିଥାଏ । ଏଭଳି ବ୍ୟକ୍ତିଙ୍କୁ ଯେଉଁମାନେ ବିପଦରୁ ବାହାରକୁ କରିଥାନ୍ତି ସେମାନେ ସେମାନଙ୍କୁ ହିଁ ବିଶ୍ଵାସ କରନ୍ତି ଓ ସେମାନଙ୍କ କଥା ଶୁଣି ଚାଲନ୍ତି ।

4- ଚତୁର୍ଥ ବ୍ୟକ୍ତି ହେଉଛନ୍ତି ଜ୍ଞାନୀ । ଆପଣ ଭାବିବେ ଯଦି ଜଣେ ଜ୍ଞାନୀ ତାହେଲେ କିଭଳି ଆପଣ ତାଙ୍କୁ  ନିଜ ଆୟତ୍ତରେ ରଖିବେ । ଏହାର ଉତ୍ତର ଦେଇ ଚାଣକ୍ୟ କହିଛନ୍ତି କି ଜଣେ ଜ୍ଞାନୀ ବ୍ୟକ୍ତି ସର୍ବଦା ସତ୍ୟ ଶୁଣିବାକୁ ଭଲ ପାଏ। ସେ ଯେତେବେଳେ ଏହାର ଅଭ୍ଯାସରେ ପଡିଯାଏ ସେତେବେଳେ ଏକ ମିଛ କଥା ବି ତାକୁ ସତ ଲାଗିଥାଏ । ତେଣୁ ଜ୍ଞାନୀ ଲୋକର ମନ କିଣିବା ପାଇଁ ହେଲେ ତାଙ୍କୁ ସର୍ବଦା ସତ୍ୟ କହିବା ଉଚିତ ।

ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *