ପ୍ରାଇଭେଟ ପାର୍ଟର ଇଚିଙ୍ଗ ପାଇଁ ଚିନ୍ତିତ କି ? ଏହାକୁ ଥରେ ଲଗେଇ ଦେଖନ୍ତୁ, ଇଚିଙ୍ଗ ମୂଳରୁ ଖତମ ହୋଇଯିବ – Doctor tips

ବନ୍ଧୁଗଣ ଶରୀରରେ ପ୍ରାଇଭେଟ ପାର୍ଟରେ କୁଣ୍ଡିଆ ବା ଇଚିଙ୍ଗ ଭଳି ସମସ୍ଯା ଅନେକ ଲୋକଙ୍କ ଠାରେ ହେଉଛି । ସେହି ଜାଗାରେ ବ୍ୟାକ୍ଟେରିଆ ଇନଫେକସନ ହେବାରୁ ସେହି ଜାଗା କୁଣ୍ଡାଇ ହୋଇଥାଏ । ବେଳେବେଳେ କୁଣ୍ଡେଇବା ଏତେ ମାତ୍ରାରେ ଅଧିକ ହୋଇଥାଏ ଯେ ନ କୁଣ୍ଡେଇ ରହିହୁଏ ନାହି । ଏହି ସମସ୍ଯା ଅନେକ କାରଣରୁ ହୋଇଥାଏ । ବିଶେଷ କରି ମହିଳା ମାନଙ୍କର ଧଳାସ୍ରାବ ଯେତେବେଳେ ହେଉଥାଏ, ତେବେ ସେମାନଙ୍କର ପ୍ରାଇଭେଟ ଜାଗାରେ କୁଣ୍ଡେଇବା ସମସ୍ୟା ଦେଖା ଯାଇଥାଏ ।

କିଛି ଲୋକ ପ୍ରାଇଭେଟ ପାର୍ଟରେ ସେଭିଙ୍ଗ କରିଥାନ୍ତି ଯାହା ଫଳରେ କଟ ଲାଗିବା ଯୋଗୁ ସେହି ଜାଗା ସେଂସେଟିଭ ହୋଇଯାଏ । ଯାହା ଫଳରେ ସେହି ଜାଗାରେ ବ୍ୟାକ୍ଟେରିୟା ଉତ୍ପନ ହୋଇଥାଏ ଓ କୁଣ୍ଡେଇ ହେବା ଆରମ୍ଭ ହୋଇଥାଏ । ଏହି ସମସ୍ଯା ଆଭ୍ୟନ୍ତରୀଣ ସମସ୍ଯା ନୁହେଁ ବରଂ ବାହ୍ୟାନ୍ତରୀଣ ସମସ୍ୟା ଅଟେ । ଯାହା ଫଳରେ ଚର୍ମରେ ଇଚିଙ୍ଗ ଭଳି ସମସ୍ଯା ଦେଖା ଯାଇଥାଏ ।

ଏହି କୁଣ୍ଡେଇବା ସମସ୍ଯା ଯୋଗୁ ଅନେକ ସମୟରେ ସେହି ଲୋକଙ୍କୁ ସାମସ୍ତଙ୍କ ଆଗରେ ଅପମାନିତ ହେବାକୁ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ହୋମ ରେମେଡି କହିବାକୁ ଯାଉଛୁ । ଯାହା କରିବା ଦ୍ଵାରା ଆପଣଙ୍କର ଏହି ସମସ୍ଯା ଦୂର ହେବ । ତେବେ ଆସନ୍ତୁ ଜାଣିବା ସେହି ରେମେଡି କିପରି ପ୍ରସ୍ତୁତ କରାଯିବ ।

ଏହି ରେମେଡି ପ୍ରସ୍ତୁତ କରିବା ପାଇଁ ନଡିଆ ତେଲର ଆବଶ୍ୟକତା ରହିଛି । ଏହା ପରେ ବୋରୀକ ଏସିଡ ଏହା ଏକ ପାଉଡର ଅଟେ ଯାହା ମେଡ଼ିସିନ ଷ୍ଟୋରରୁ ମିଳିଥାଏ । ଏହା ପରେ ରହିଛି କର୍ପୁର ଯାହା ପୂଜାରେ ବ୍ୟବହାର ହୋଇଥାଏ । ପ୍ରଥମେ ଅଧ ଚାମଚ କର୍ପୁର, ଅଳ୍ପ ବୋରୀକ ଏସିଡ ପାଉଡର ଓ ନଡିଆ ତେଲର ଭଲ ଭାବେ ମିଶ୍ରଣ କରନ୍ତୁ । କର୍ପୁରକୁ ଭଲ ଭାବେ ଗୁଣ୍ଡ କରି ଏହି ରେମେଡିରେ ପକାନ୍ତୁ । ଏହା ଭଲ ଭାବେ ମିଶିଗଲେ ଏହା ଗାଢା ହୋଇଯିବ ।

ଏବେ ଆସନ୍ତୁ ଜାଣିବା ଏହାର ପ୍ରୟୋଗ କିପରି କରିବା ଉଚିତ । ରାତିରେ ଶୋଇବା ସମୟରେ ଏହି ରେମେଡିକୁ ଯେଉଁ ଜାଗାରେ କୁଣ୍ଡାଇ ହେଉଥିବ ସେହି ଜାଗାରେ ଲଗାଇବେ । ଏହା ପରେ ସକାଳେ ଉଠିବା ପରେ ସେହି ଜାଗାକୁ ଧୋଇ ପାରିବେ । ଯଦି ଆପଣଙ୍କର ଅଧିକ ଇଚିଙ୍ଗ ହେଉଥାଏ ତେବେ ଦିନକୁ ଦୁଇ ଥର ଏହାର ପ୍ରୟୋଗ କରନ୍ତୁ । ଏହା ଏକ ବହୁତ ଭଲ ଘରୋଇ ଉପଚାର ଅଟେ ଯାହାର ବ୍ୟବହାର କରିବା ଦ୍ଵାରା କୁଣ୍ଡେଇବା ସମସ୍ଯା ଦୂର ହୋଇଥାଏ ।

ଏହି ରେମେଡି ଏପରି ଏକ ରେମେଡି ଅଟେ ଯାହାର ପ୍ରୟୋଗ ଦ୍ଵାରା ବହୁତ ଫାଇଦା ମିଳିଥାଏ । ଏହି ପୋଷ୍ଟଟି ଆପଣ ମାନଙ୍କୁ କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବା ସହ ପେଜକୁ ଲାଇକ୍ ଓ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *