ନିଜ କ୍ରୋଧ ଉପରେ କେମିତି ନିୟନ୍ତ୍ରଣ ରଖିବେ ? Shreekrishna Vani

ବନ୍ଧୁଗଣ ରାଗ ଗୋଟିଏ ଏପରି ଜିନିଷ ଅଟେ ଏହା ଆମର ସବୁ ଜିନିଷକୁ ନଷ୍ଟ କରିଥାଏ । କ୍ରୋଧ କେଉଁଠାରେ ବି ଆସିପାରେ ଯେକୌଣସି କାମରେ ହେଉ ବା ସମୟରେ ହେଉ । କ୍ରୋଧ ବିଭିନ୍ନ ପ୍ରକାର କାରଣ ପାଇଁ ଆସିଥାଏ । ଯେତେବେଳେ ରାଗ ଆସିଥାଏ ସେହି ସମୟରେ ବିଚାର କରିବା ଉପାୟ ହଜି ଯାଇଥାଏ । ବୁଦ୍ଧି ଉପରେ ଅନ୍ଧାର ଆସିଥାଏ ରାଗ ଆସିଲେ ଯେପରି କିଛି ଜଣା ହିଁ ପଡେ ନାହିଁ ସେ ଯିଏ ହେଇଥାଉ ନା କାହିଁକି ଆମେ ତାକୁ ଗାଳି କରିଥାଉ । ରାଗ ଆସିବା ଫଳରେ ବହୁତ ପୁରୁଣା ସମ୍ପର୍କ ମଧ୍ୟ ତ୍ରୁଟି ଯାଇଥାଏ ।

ବାରମ୍ବାର ଆମେ ଚେଷ୍ଟା କରୁଛୁ ଓ ପ୍ରତିଜ୍ଞା ବି ନେଉଛୁ କି ଆମେ ଆଉ ରାଗିବା ନାହିଁ । କିନ୍ତୁ ଆମକୁ ବାରମ୍ବାର କ୍ରୋଧ ଆସିଥାଏ । ଭଗବାନ ଶ୍ରୀକୃଷ୍ଣ ଏହାର ଉପାୟ କହିଛନ୍ତି । ଉଦାହରଣ ପାଇଁ ଏକ ଛୋଟ ପିଲାକୁ ଦେଖନ୍ତୁ ତାକୁ ଏକ ଛୋଟ ଖେଳଣା ଦରକାର କିନ୍ତୁ ଯଦି ସିଏ ସେହି ଜିନିଷଟି ନପାଏ ତେବେ ସେ ରାଗିଯାଏ । ସେଠାରେ ତାର ଏହିପରି ଲକ୍ଷଣ କ୍ରୋଧ ଅଟେ । କାରଣ ଯେହେତୁ ସେ ଛୋଟ ପିଲା ଓ ତାର ବଳ ନାହିଁ ସେଥିପାଇଁ ସେ କିଛି କରିପାରି ନଥାଏ ।

ସେହି ପିଲା ତାର ଭିତରେ ଥିବା ରାଗକୁ ସେ ଦେଖାଇ ଦେବାକୁ ଚେଷ୍ଟା କରେ ରାଗ ଦ୍ଵାରା । ଯେତେବେଳେ ଆମ ମନରେ ଅହଂକାର ଆସିଥାଏ ଓ ଯେତେବେଳେ ଆମକୁ ଏକ ଜିନିଷ ମିଳିନଥାଏ ଏବଂ ଭୟ ଲାଗିଥାଏ ସେହି ସମୟରେ ଆମକୁ ରାଗ ଆସିଥାଏ ।

ସେହିଭଳି ଯେପରି ଛୋଟ ପିଲାଟିର ହୋଇଥିଲା । ଆମେ ଯଦି ଆଇନା ସାମ୍ନାରେ ଛିଡା ହେବା ଦେଖିବା ଆମେ ଜାଣିପାରିବ ଆମେ ଛୋଟ ପିଲା ପରି କାମ କରୁଛେ କିନ୍ତୁ ଏହା ଜାଣିଲା ପରେ ମଧ୍ୟ ଆମେ କ୍ରୋଧ ଛାଡି ନଥାଉ । ଆମେ ଅନୁଭବ କରି ଜାଣିପାରିବା କି ଆମେ ରାଗିବା ଦ୍ଵାରା ଆମର କିଛି ଲାଭ ହୋଇନଥାଏ ବରଂ କ୍ଷତି ହୋଇଥାଏ ।

ଆମକୁ ଧନ ବା ମାନ କେବେ କୌଣସି ଜିନିଷ ରାଗ ଦ୍ଵାରା ମିଳିନଥାଏ । ରାଗିବା ଫଳରେ ଆମେ ବହୁତ ଜିନିଷ ନଷ୍ଟ କରିଥାଉ ଓ ସବୁଠୁ ବଡ କଥା ହେଉଛି ଏହାପରେ ଆମକୁ ଚେତା ଆସିଥାଏ କି ରାଗ କମିଲା ପରେ ଆମେ ଜାଣିଥାଉ କିଛି ଜିନିଷ ଭାଙ୍ଗି ଯାଇଛି । କ୍ରୋଧ ଆଉ କିଛି ନୁହେଁ କେବଳ ଆମର ଛୋଟ ପିଲା ବୁଦ୍ଧି ଭଳି କିନ୍ତୁ ଆମେ ଯଦି ଭାବିବା ଆମେ ଛୋଟ ପିଲା ନୁହନ୍ତି ଓ ଆମେ ଛୋଟ ପିଲା ଭଳି ବୁଦ୍ଧି କରୁଛୁ ଏହା ପରେ ଆମ କ୍ରୋଧ କମିଯିବ ।

ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *