ବ୍ୟବସାୟରେ ଲାଭ କରିବା ପାଇଁ କେଉଁ ଉପାୟ କରିବା ଉଚିତ ? 20+ Anuchinta

ବନ୍ଧୁଗଣ ଜୀବନକୁ ସରସ, ସୁନ୍ଦର କରିବା ଦିଗରେ ଶାସ୍ତ୍ରର ବହୁତ ମହତ୍ଵ ରହିଛି । କାରଣ ଯେଉଁ ବ୍ୟକ୍ତି ଶାସ୍ତ୍ର ଆଦିର ପାଠ କରିଥାଏ । ସେଥିରେ ଲେଖାଯାଇଥିବା ଅନୁଚିନ୍ତା ଅର୍ଥାତ ଭଲ ଭଲ ବାଣୀ ଗୁଡିକୁ ଅନୁସରଣ କରିଥାଏ । ତେବେ ସେହି ବ୍ୟକ୍ତି ଜୀବନରେ ସଫଳତା ପାଇପାରିଥାଏ । ତେବେ ସେହିପରି କେତେକ ବଛା ବଛା ଅନୁଚିନ୍ତା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

1. ପ୍ରତ୍ୟକ ଦିନ ସକାଳୁ ଉଠି ସୂର୍ଯ୍ୟଙ୍କୁ ଜଳଦାନ କଲେ ଏବଂ ଓଁ ଆଦିତ୍ୟ ନମଃ ଏହି ମନ୍ତ୍ର ୯ ଥର ଜପ କରିବା ଦ୍ଵାରା ସୁଖ ଶାନ୍ତି ପ୍ରାପ୍ତ ହୁଏ ।

2. ଯଦି ରୋଷେଇ ଘର କଳା ପଡି ଥାଏ କିମ୍ବା ରୋଷେଇ ଘର କାନ୍ଥ ଫାଟି ଯାଇଥାଏ । ତେବେ ତୁରନ୍ତ ଠିକ କରି ଦେବା ଉଚିତ ନଚେତ ଏହା ଘରେ ଅଶାନ୍ତି ବୃଦ୍ଧି କରିଥାଏ ।

3. ଘରେ ଧଳା ରଙ୍ଗର ଗଣେଶ ମୃତ୍ତି କିମ୍ବା ଚିତ୍ର ରଖିଲେ ସୁଖ ଓ ଶାନ୍ତି ବୃଦ୍ଧି ହୋଇଥାଏ ଏବଂ ଘର ଲୋକଙ୍କ ମଧ୍ୟରେ କଳହ ଦୂର ହୋଇଥାଏ । ପ୍ରତ୍ୟକ ଦିନ ସକାଳୁ ଉଠି ଘରର ମୁଖ୍ୟ ଦ୍ଵାରରେ କିଛି କ୍ଷୀର ପାଣିରେ ମିଶାଇ ଛିଞ୍ଚିଲେ ଘରେ ସୁଖ ଶାନ୍ତି ବୃଦ୍ଧି ହୁଏ ।

4. ଘରର ମୁଖ୍ୟ ଦ୍ଵାରାରେ ଘୁଙ୍ଗୁର ବାନ୍ଧିଲେ ତାର ଶବ୍ଦରେ ଘରେ ସବୁବେଳେ ପ୍ରସନ୍ନତାର ବାତାବରଣ ରହିଥାଏ ।

5. ଘରେ ରୋଷେଇ କଳା ବେଳେ ପ୍ରଥମେ ଗରମ କଢେଇ କିମ୍ବା ହାଣ୍ଡିରେ ପ୍ରଥମେ କିଛି କ୍ଷୀର ଛିଟା ମାରିବା ଉଚିତ ଏହା କରିବା ଦ୍ଵାରା ରୋଗ ବୈରାଗ କମ ହୁଏ ।

6. ଘରର ଅଗଣାରେ ଅଁଳା ଗଛ, କଦଳୀ ଗଛ, ଅଶୋକ ଗଛ, ବେଳ ଗଛ ଆଦି ଲଗାଇଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୁଏ ।

7. ବାଣିଜ୍ୟ ବ୍ୟବସାୟରେ ବୃଦ୍ଧି କରିବା ପାଇଁ ଚାହୁଥିଲେ ଏବଂ ଘରେ ସୁଖ ଓ ଶାନ୍ତି ବୃଦ୍ଧି କରିବାକୁ ହେଲେ ଆପଣ ଏଗାରଟି ଅଭିମନ୍ତ୍ରିତ ଗୋମତି ଚକ୍ର ଘରେ ରଖିବା ଉଚିତ ଅଟେ ।

8. ପ୍ରତ୍ୟକ ନବମୀ ତିଥିରେ ଅଁଳା ଗଛ ପୂଜା କରିବା ଦ୍ଵାରା ଗୃହରେ ସୁଖ ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହୁଏ ।

9. ଘରେ ଶ୍ରୀମଦ ଭାଗବତ ଗୀତାର ପନ୍ଦର ତମ ଅଧ୍ୟାୟ ପୁରସୋତାମ ଯୋଗ ନିତ୍ୟ ପଢିବା ଦ୍ଵାରା ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହୁଏ ।

10. ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ଵାରରେ କେବେବି ଅଳିଆ ଗଦା କରି ରଖନ୍ତୁ ନାହିଁ । ଏହା ଦ୍ଵାରା ପଡୋଶୀ ଲୋକଙ୍କ ସହିତ ଶତ୍ରୁତା ବୃଦ୍ଧି ହୁଏ ।

11. ସୂର୍ଯ୍ୟ ଅସ୍ତ ହେବା ପରେ କାହାକୁ କେବେ କ୍ଷୀର, ଦହି, ପିଆଜ କେହି ଯଦି ମାଗନ୍ତି ତେବେ କେବେ ହେଲେ ଦିଅନ୍ତୁ ନାହିଁ ।

12. ଘରର ଛାତ ଉପରେ କେବେବି ଚାଉଳ, ଗହମ, କିମ୍ବା ଅନ୍ୟ ଶସ୍ୟ ଏବଂ ବିଛଣା ଧୋଇବା ଉଚିତ ନୁହେଁ । କାରଣ ଏହା କରିବା ଦ୍ଵାରା ଶଶୁର ଘର ଲୋକଙ୍କ ସହିତ ସମ୍ପର୍କ ଖରାପ ହୁଏ ।

13. ଘରେ ପରିବା କାଟି ସାରିବା ପରେ ତୁରନ୍ତ ପରିବା ଚୋପା ବାହାରେ ପକାଇ ଦିଅନ୍ତୁ କେବେ ହେଲେ ରଖନ୍ତୁ ନାହିଁ କାରଣ ଏହା ଦ୍ଵାରା ଶୁଭ ସମାଚାର ମିଳିନଥାଏ ।

14. ଘରେ ମାସକୁ ଥର ଟିଏ ମିଶ୍ରି ଯୁକ୍ତ ଖିରୀ କରି ବାଣ୍ଟିବା ଓ ସମସ୍ଥେ ଏକା ସାଙ୍ଗରେ ବସି ଖାଇବା ଦ୍ଵାରା ଲକ୍ଷ୍ମୀଙ୍କର କୃପା ଲାଭ ହୋଇଥାଏ ।

15. ଘରେ ଶୋଇବା ପୂର୍ବରୁ ରୋଷେଇ ଘରେ ଏବଂ ଗାଧୁଆ ଘରେ ବାଲଟିରେ ପାଣି ପୂର୍ଣ୍ଣ କରି ରଖିବା ଦ୍ଵାରା ପରିବାରର ଉନ୍ନତି ହୋଇଥାଏ ଏବଂ ବାଧା ବିଘ୍ନ ମଧ୍ୟ ଦୂରେଇ ଥାଏ ।

ବନ୍ଧୁଗଣ ଭଲ ଭଲ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *