ଏହା ହେଉଛି ଦୁନିଆର ସବୁଠୁ ବଡ ପାପ, କେବେବି ଏମିତି ଭୁଲ କରନ୍ତୁନି, ଜୀବନ ସାରା କଷ୍ଟ ପାଇବେ – Shiv purana

ବନ୍ଧୁଗଣ ହିନ୍ଦୁଧର୍ମରେ ସମୁଦାୟ ୧୮ ଟି ପୁରାଣ ରହିଛି । ଏଥିମଧ୍ୟରୁ ଶିବ ପୁରାଣ ଏପରି ଏକ ପୁରାଣ ଅଟେ ଯେଉଁଥିରେ ମନୁଷ୍ୟ ଜୀବନଙ୍କୁ ସୁଖମୟ କରିବା ପାଇଁ ଅନେକ ମହତ୍ଵପୂର୍ଣ୍ଣ କଥା ବର୍ଣ୍ଣିତ ରହିଛି । ଶିବ ପୁରାଣରେ ୫ଟି ଏଭଳି ପାପର ବର୍ଣ୍ଣନା କରାଯାଇଛି, ଯାହା ମନୁଷ୍ୟ ଅଜାଣତରେ କରିଥାଏ ଓ ଏହାର ଦଣ୍ଡଭୋଗ କରିଥାଏ । ଶିବ ପୁରାଣ ଅନୁଯାୟୀ ମନୁଷ୍ୟକୁ ଏପରି ପାପ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ । ଏପରି ପାପ କରିବା ଦ୍ଵାରା ଭଗବାନ ଶିବ କେବେ ମଧ୍ୟ କୃପା କରନ୍ତି ନାହିଁ । ତେବେ କ’ଣ ସେହି ପାପ ସବୁ ଚାଲନ୍ତୁ ଜାଣିବା ।

ସର୍ବପ୍ରଥମେ ହେଉଛି ମାନସିକ ପାପ । ଶିବ ପୁରାଣ ଅନୁଯାୟୀ କଳିଯୁଗ ମଣିଷ ପ୍ରତି ମୁହୂର୍ତ୍ତରେ ମାନସିକ ପାପ କରିଥାଏ । ନିଜ ମନରେ ଅନ୍ୟ ପ୍ରତି ମନ୍ଦ ଚିନ୍ତା ଓ ବିଚାର ଆଣିବା ହିଁ ମାନସିକ ପାପ ଅଟେ । ପର ସ୍ତ୍ରୀକୁ ଦେଖି ହେଉ ବା ଅନ୍ୟ କାହାର ଉନ୍ନତି ଏବଂ ସୌନ୍ଦର୍ଯ୍ୟକୁ ଦେଖି ହେଉ, ମନରେ କୌଣସି ପ୍ରକାର କାମଭାବନା, ହିଂସା ଏବଂ ଈର୍ଷା ଭାବନା ଆଣିବା ହିଁ ମାନସିକ ପାପ ଅଟେ । ଏପରି ପାପ କରିବାରୁ ବଞ୍ଚିତ ରୁହନ୍ତୁ ।

ଦ୍ବିତୀୟରେ ହେଉଛି ବାଚିକ ପାପ। ଶିବ ପୁରାଣ ଅନୁଯାୟୀ ମୁଖରେ କାହାକୁ ଖରାପ କହିବା କିମ୍ବା କାହାକୁ ଦୁଃଖ ଦେବା ପାଇଁ ପାଟିର ବ୍ଯବହାର କରିବା ମଧ୍ୟ ଏକ ବଡ ପାପ ଅଟେ । ମନୁଷ୍ୟକୁ ସର୍ବଦା ମୁଖରେ ସତ୍ୟଭାଷା ଏବଂ ମଧୁର ବାଣୀ କହିବା ଉଚିତ । ମିଥ୍ୟା କହୁଥିବା ଏବଂ କଟୁ ଶବ୍ଦରେ ଅନ୍ୟର ଅପମାନ କରିବା ବହୁତ ବଡ ପାପ ଅଟେ । ଏପରି ଲୋକ ଜୀବନରେ ସର୍ବଦା ଗରିବ ରୁହନ୍ତି ।

 

ତୃତୀୟରେ ହେଉଛି ଶାରୀରିକ ପାପ । ଶିବ ପୁରାଣରେ ପ୍ରକୃତିକୁ ଈଶ୍ବରୀୟ ରୂପ ବୋଲି ମାନାଯାଏ । ଅର୍ଥାତ ଅକାରଣରେ ପ୍ରକୃତିକୁ କ୍ଷତି ପହଞ୍ଚାଇବା ପାପ ବୋଲି ବିବେଚନା କରାଯାଏ । ଗଛପତ୍ର କାଟିବା ପଶୁପକ୍ଷୀଙ୍କୁ ମାରିବା, ଗୋଡ ତଳେ ଛୋଟ ଜୀବଜନ୍ତୁଙ୍କୁ ଦଳିବା ଆଦି ଶାରୀରିକ ପାପର ଶ୍ରେଣୀରେ ଆସେ ।

ଚତୁର୍ଥରେ ହେଉଛି ନିନ୍ଦା କରିବା । ଶିବ ପୁରାଣରେ କଳିଯୁଗର ସବୁଠୁ ଭୟଙ୍କର ପାପ ମଧ୍ୟରୁ ଗୋଟିଏ ହେଉଛି ନିନ୍ଦା କରିବା । ମନୁଷ୍ୟକୁ ଅନ୍ୟର ନିନ୍ଦା କରିବା ଉଚିତ ନୁହେଁ । ଗୁରୁଜନ, ଗୁରୁ ଏବଂ ପିତାମାତାଙ୍କ ନିନ୍ଦା କରିବା ସବୁଠୁ ବଡ ପାପ ଅଟେ । ସେଥିପାଇଁ ଭୁଲରେ ବି କାହାର ନିନ୍ଦା କରନ୍ତୁ ନାହିଁ ।

ପଞ୍ଚମରେ ହେଉଛି କୁସଙ୍ଗତରେ ରହିବା । ଶିବ ପୁରାଣ ଅନୁସାରେ ଚୋରି ଆଦି କୁକର୍ମ କରିବା ଭୟଙ୍କର ପାପ ଅଟେ । ଠିକ ସେହିପରି ଏହି ଲୋକଙ୍କ ସଙ୍ଗତରେ ରହିବା, ସେମାନଙ୍କୁ ଶରଣ ଦେବା ଅଥବା ସେମାନଙ୍କ କୌଣସି କାର୍ଯ୍ୟରେ ସହାୟତା କରିବା ମଧ୍ୟ ବଡ ପାପ ଅଟେ । ଜଣେ ସଭ୍ଯ ମନୁଷ୍ୟ ଏହିସବୁରୁ ବଞ୍ଚିତ ରହିବା ଉଚିତ । ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ଆଗକୁ ଆମ ସହ ଯୋଡି ହୋଇ ଭଲ ଭଲ ଅପଡେଟ ପାଇଁ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *