ବଡିର ଯେଉଁ ପାର୍ଟ୍ସ ଗୁଡିକ କଳା ପଡିଯାଇଛି, ସେହି ଦାଗକୁ ଏହି ଘରୋଇ ଉପଚାର ଦ୍ଵାରା ହଟାଇ ସ୍କିନ ବିଉଟିଫୁଲ କରାନ୍ତୁ – skin care tips

ବନ୍ଧୁଗଣ ଆପଣ ମାନେ ଦେଖିଥିବେ, ଯେ ଅନେକ ଛୋଟ ପିଲାଙ୍କର ଏମିତିକି ବଡ ବଡ ଲୋକଙ୍କର ମଧ୍ୟ ଶରୀରର କିଛି ସ୍ଥାନରେ କଳା ଦାଗ ଦେଖାଯାଇଥାଏ । ଅର୍ଥାତ ତାଙ୍କ ବଡିର ରଙ୍ଗ ଗୋଟେ ଓ ସେହି ସବୁ ବଡିର ପାର୍ଟ ଗୁଡିକର ରଙ୍ଗ ବଡିର ଅନ୍ୟ ଜାଗା ଅପେକ୍ଷା ବହୁତ କଳା ଦେଖାଯାଉଥିବ । ଯାହାକି ଦେଖିବାକୁ ଜମାରୁ ବି ଭଲ ଦେଖାଯାଇନଥାଏ । ଯେମିତିକି ପାଦ, ଆଣ୍ଠୁ, କହୁଣୀ, ବେକ ପାଖ ଏରିଆ ଆଦି ଜାଗା ଗୁଡିକ କଳା ରଙ୍ଗ ଦେଖାଯାଇଥାନ୍ତି ।

ତେବେ ଯଦି ଆପଣ ମାନେ ଏହି କଳା ଦାଗ ଗୁଡିକୁ ହଟାଇ ଆପଣଙ୍କ ସଂପୂର୍ଣ୍ଣ ବଡିକୁ ଗୋଟିଏ ରଙ୍ଗ କରି ରଖିବାକୁ ଚାହୁଁଛନ୍ତି । ତେବେ ଆମେ ଆପଣଙ୍କୁ କହିବାକୁ ଯାଉଥିବା ଉପାୟକୁ ନିହାତି କରି ଦେଖନ୍ତୁ । ସେଥିପାଇଁ ଆପଣଙ୍କୁ ବେକିଙ୍ଗ ସୋଡା, କୋଲଗେଟ ପେଷ୍ଟ, କ୍ଷୀର ଓ ଲୁଣର ଦରକାର ପଡିବ । ପ୍ରଥମେ ଆପଣ ଏକ ପାତ୍ରରେ 1 ଚାମଚ ବେକିଙ୍ଗ ସୋଡା ନିଅନ୍ତୁ, ଯଦି ଏହା ନଥାଏ । ତେବେ ବେକିଙ୍ଗ ସୋଡା ବଦଳରେ ଆପଣ ଇନୋ ମଧ୍ୟ ନେଇପାରିବେ । ହେଲେ ଆପଣ ଏଠାରେ ବେକିଙ୍ଗ ସୋଡା ନେବାକୁ ଚେଷ୍ଟା କରନ୍ତୁ ।

ତାପରେ ବେକିଙ୍ଗ ସୋଡାରେ 1 ଚାମଚ କୋଲଗେଟ ପାଉଡର, ଅଳ୍ପ ଲୁଣ ଓ ସେଥିରେ ଅଳ୍ପ କ୍ଷୀର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ତାପରେ ଆପଣ ସେହି ପେଷ୍ଟକୁ ଶରୀରର ଯେଉଁ ଅଂଶ ଅଧିକ କଳା ପଡିଯାଇଥିବ । ସେହି ଜାଗାରେ ଭଲ ଭାବେ ମାଲିସ କରି ଲଗାଇ ଦିଅନ୍ତୁ । ତାପରେ ତାହାକୁ କିଛି ସମୟ ଶୁଖିବା ପାଇଁ ଛାଡି ଦିଅନ୍ତୁ ।

5 ରୁ 10 ମିନିଟ ପରେ ଆପଣ ଏକ ଟମାଟୋକୁ ଆଣି ତାହାକୁ କାଟି ସେହି ଫାଳେ ଟମାଟୋ ସାହାଜ୍ଯରେ ସେହିସବୁ ଜାଗାକୁ ଧୀରେ ଧୀରେ ଘଷି ସଫା କରନ୍ତୁ । ଯେତେବେଳେ ଆପଣ ଘଷିସାରିବେ ସେତେବେଳେ ଆପଣ ଏକ ନାପକିନ ସହାୟତାରେ ସେହି ଜାଗାକୁ ଭଲ ଭାବେ ସଫା କରିଦିଅନ୍ତୁ । ତାପରେ ସେହି ଜାଗା ଗୁଡିକରେ ଆପଣ ଅଳ୍ପ ନଡିଆ ତେଲ କି ମଏଶ୍ଚରାଇଜର ଲଗାଇ ମାଲିସ କରିଦିଅନ୍ତୁ ।

ଯେମିତି ସେହି ସ୍ଥାନରେ ଆପଣଙ୍କୁ ଡ୍ରାଏ ଅନୁଭବ ହେବ ନାହିଁ । ଆପଣ ଏହି ରେମିଡିକୁ 2 ରୁ 3 ଥର ଟ୍ରାଏ କରିଦେଖନ୍ତୁ। ଆପଣ ନିଜେ ହିଁ ଫରକ ଦେଖିପାରିବେ । ଶରୀରର ଯେଉଁ ସବୁ ଅଂଶ ବାକି ଅଂଶ ଅପେକ୍ଷା କଳା ଦେଖାଯାଉଥିଲା । ତାହା ଧୀରେ ଧୀରେ କରି ଆପଣଙ୍କ ବଡିର କଲର ସହ ମିଶିବାକୁ ଲାଗିଯିବ । ଗୋଟେ ଜାଗା କଳା ଆଉ ଗୋଟେ ଜାଗା ଧଳା ଏମିତି ଆପଣ ବଡିର କୌଣସି ଜାଗାରେ ବି ଦେଖିବାକୁ ପାଇବେ ନାହିଁ ।

ତେବେ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *