ଏହି ଏକ ଚମତ୍କାରୀ ଜିନିଷକୁ ଡ୍ରେସ ଧୋଇବା ସମୟରେ ପାଣିରେ ମିଶାଇ ଦେଖନ୍ତୁ, କେବେବି କପଡାରୁ ରଙ୍ଗ ଛାଡିବ ନାହିଁ – 100% effective tricks

ବନ୍ଧୁଗଣ ଯେତେବେଳେ ଆମେ ପିନ୍ଧିବା ପାଇଁ କୌଣସି କଟନର କି ସିଲକ ନୂଆ ଡ୍ରେସ କି ଡ୍ରେସ କପଡା ଆଣିଥାଉ । ସେତେବେଳେ କପଡାରୁ ରଙ୍ଗ ବାହାରିବାର ଭୟ ଆମ ସଭିଙ୍କ ମନରେ ରହିଥାଏ । ସେଥିପାଇଁ ବହୁତ ଲୋକ ଡ୍ରାଏ କ୍ଲିନିଙ୍ଗ କରିବାକୁ ମଧ୍ୟ ପଇସା ଖର୍ଚ କରି ପଠାଇଥାନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଟ୍ରିକ୍ସ କହିବାକୁ ଯାଉଛୁ । ଯାହାକୁ ଆପଣାଇବା ପରେ ଆପଣ ଯେତେବେଳେ ଆପଣ ପ୍ରଥମ କରି ନୂଆ କପଡା ଧୋଇବେ । ସେତେବେଳେ ଆପଣଙ୍କ ଡ୍ରେସ କପଡାରୁ କିଛି ବି ରଙ୍ଗ ବାହାରିବ ନାହିଁ ।

ଯଦି ଆପଣ ଡ୍ରେସର କପଡା ଆଣି ତାକୁ ସିଲାଇ କରି ପିନ୍ଧିବାକୁ ଚାହୁଁଥାନ୍ତି । ତେବେ ଆପଣ ମାନଙ୍କୁ ଆମେ କହି ରଖିବା ପାଇଁ ଚାହିଁବୁ କି, ଆପଣ ପ୍ରଥମେ ଡ୍ରେସ କପଡାକୁ ଧୋଇ ନିଅନ୍ତୁ । ତାପରେ ଆପଣ ଡ୍ରେସ ବନାଇବା ପାଇଁ ଟ୍ରେଲରକୁ ଦିଅନ୍ତୁ । କାରଣ ବହୁତ ଥର ଡ୍ରେସ ବନାଇ ସାରି ପିନ୍ଧିବା ପରେ ଯେତେବେଳେ ଆମେ ତାହାକୁ ଧୋଇ ପିନ୍ଧିଥାଉ । ସେହି ଡ୍ରେସ ଆମକୁ ଟିକେ ଟାଇଟ ହୋଇଗଲା ପରି ଲାଗିଥାଏ ।

ତେଣୁ ଆପଣ ମାନଙ୍କୁ ଆମେ ଏଠାରେ କହିବାକୁ ଯାଉଥିବା ଟ୍ରିକକୁ ଅନୁସରଣ କରି ନିଜର ଡ୍ରେସ କପଡାକୁ ପ୍ରଥମେ ଧୋଇବେ ଓ ତାପରେ ଯାଇ ଟ୍ରେଲରକୁ ଡ୍ରେସ ବନାଇବା ପାଇଁ ଦେବେ । ତେବେ କପଡା ଧୋଇବା ପାଇଁ ଆପଣଙ୍କୁ ଯେଉଁ ଚମତ୍କାରୀ ପାଉଡରର ଅବଶ୍ୟକ ପଡିବ । ତାହା ହେଉଛି ଫିଟିକିରି ପାଉଡର । ପ୍ରଥମେ ଆପଣ ଫିଟିକିରି ଆଣି ତାହାକୁ ଗୁଣ୍ଡ କରି ସେଥିରୁ ପାଉଡର ପ୍ରସ୍ତୁତ କରନ୍ତୁ ।

ତାପରେ ଆପଣ ଏକ ପାଣି କୁଣ୍ଡରେ ଥଣ୍ଡା ପାଣି ଦରକାର ମୁତାବକ ଭର୍ତ୍ତି କରି ସେଥିରେ 1 ଚାମଚ ଫିଟିକିରି ଗୁଣ୍ଡ ପକାନ୍ତୁ । ଏଠାରେ ପାଣିକୁ ଗରମ କରିବାର ଦରକାର ନାହିଁ । ତାପରେ 1 ଚାମଚ ଲୁଣ ସେହି ପାଣିରେ ମିଶାନ୍ତୁ । ତାପରେ ଆପଣ କଟନର କପଡାକୁ ସେହି କୁଣ୍ଡରେ 1 ରୁ 2 ଘଣ୍ଟା ଭିଜେଇ ଛାଡି ଦିଅନ୍ତୁ ଓ ପରେ ଭଲ ପାଣିରେ 3 ରୁ 4 ଥର କପଡାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଯେପରି କୌଣସି ଲୁଣ କି ପାଉଡର କପଡାରେ ରହିନଯାଏ ।

ତାପରେ ଆପଣ କପଡାକୁ ଧୋଇ ଶୁଖାଇ ଦିଅନ୍ତୁ, ହେଲେ ଖରାରେ ଶୁଖାଇବେନି ଓ ପରେ ଟ୍ରେଲରକୁ ଡ୍ରେସ ସିଲାଇ ପାଇଁ ଦେଇପାରିବେ । କଟନ କପଡା ପାଇଁ ଆପଣ ଏମିତି କରିବେ ଓ ଯଦି ସିଲକ କପଡା ହୋଇଥିବ । ତେବେ ଆପଣ ଠିକ ସେମିତି ପାଣିରେ ଫିଟିକିରି ପାଉଡର ଓ ଲୁଣ ଆଡ୍ କରିବେ, ହେଲେ ସେଥିରେ ଏହିସବୁର ପରିମାଣ ଅର୍ଥାତ ଫିଟିକିରି ପାଉଡରରୁ ଅଧ ଚାମଚ ଓ ଲୁଣରୁ ମଧ୍ୟ ଅଧ ଚାମଚ ଆଡ୍ କରି ତାହାକୁ ଅଧ ଘଣ୍ଟ ପର୍ଯ୍ୟନ୍ତ ପାଣିରେ ଭିଯାଇ ଆମେ କହିଥିବା ପ୍ରଥମ ପ୍ରୋସେସ ଅନୁସାରେ କପଡା ଭଲରେ ଧୋଇ ଶୁଖାନ୍ତୁ ।

ଏହିପରି ନୂଆ କପଡାକୁ ଧୋଇଲେ କପଡାରୁ କିଛି ବି ରଙ୍ଗ ବାହାରିବାର ଭୟ ଆପଣଙ୍କ ମନରେ ରହିବ ନାହିଁ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *