ଆଖି ପାଇଁ ଟେନସନରେ ଥିଲେ, ଏହି ସବୁ କଥା ମାନି ଦେଖନ୍ତୁ, ବହୁତ ଜଲ୍ଦି ଆଖିରୁ ଚଷମା କାଢିଦେବେ…

ବନ୍ଧୁଗଣ ଆଜିକାଲିର ଯୁବ ପିଢ଼ି ମାନଙ୍କ ଆଖି ଖୁବ ଶୀଘ୍ର ଖରାପ ହେଇଯାଉଛି । ବହୁତ ଅଳ୍ପ ବୟସର ପିଲା ମାନେ ଆଖିରେ ଚଷମା ଲଗାଇବାଉ ବାଧ୍ୟ ହେଉଛନ୍ତି । ପିଲା ମାନଙ୍କ ଖାଦ୍ୟ ପେୟ ଠିକ ନ ରହିଲେ । ଉପଯୁକ୍ତ ଖାଦ୍ୟପେୟ ନହେଉଥିବାରୁ ଉପଯୁକ୍ତ ଭିଟାମିନ ଆଖିକୁ ମିଳିପାରେନାହିଁ । ଏହାଛଡା ବର୍ତ୍ତମାନର ପିଲା ଅଧିକ ସମୟ ଫୋନ, ଲାପଟପର ବ୍ୟବହାର ପାଠ ପଢିବା ସହ ଅନ୍ୟାନ୍ୟ କାମ ପାଇଁ ମଧ୍ୟ ବ୍ୟବହାର କରୁଛନ୍ତି । ତେଣୁ ଏହିସବୁ ପାଇଁ ଆଖି ଖୁବ ଶୀଘ୍ର ଦୁର୍ବଳ ହେଇ ଯାଉଛି।

ଆଖିକୁ ଜାଲି ଜାଲି ହୋଇ ଦେଖା ଯାଉଚି । ଏହାର ଶୀଘ୍ର ଉପଚାର ନକଲେ ଭବିଷ୍ୟତରେ ଚଷମାର ନମ୍ବର ବଢ଼ିବାରେ ଲାଗିଯାଉଛି। ଅତ୍ୟଧିକ ମୋବାଇଲ, କମ୍ପୁଟରର ଆଦି ଉପକରଣର ବ୍ୟବହାର ଓ ଜଙ୍କ ଫୁଡ୍ ର ଅଧିକ ସେବନ ଯୋଗୁଁ ଆଜିକାଲି କମ ବୟସରେ ବି ଚଷମା ବ୍ୟବହାର କରିବାକୁ ପଡୁଛି । ଆୟୁର୍ବେଦରେ ଏମିତି ଅନେକ ଘରୋଇ ଉପଚାର ରହିଛି ଯାହା ଆପଣେଇଲେ ଆଖିର ଦୃଷ୍ଟିଶକ୍ତି ବଢାଇପାରିବେ । ଆଉ ଚଷମାର ଦରକାର ପଡିବ ନାହିଁ ।

ସୋରିଷ;- ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ତଳି ପାଦରେ ସୋରିଷ ତେଲ ମାଲିସ କରନ୍ତୁ । ଏହା ଆଖି ପାଇଁ ବହୁତ ଭଲ ହୋଇଥାଏ ।

ଗାଜର;- ଗାଜରରେ ଭିଟାମିନ-ଏ ଥାଏ । ଏଣୁ ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ବା ଜୁସ୍ ପିଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢେ ।

ଦେଶୀ ଗାଈ;- ଆଖି ପାଇଁ ଦେଶୀ ଘିଅ ଖୁବ ଉପଯୋଗୀ । କାନ ପଟିରେ ଦେଶୀ ଘିଅ ହାଲକା ଭାବେ ହାତରେ ପ୍ରତିଦିନ ୫-୧୦ ମିନିଟ ମସାଜ କଲେ ଆଖିର ଦୃଷ୍ଟି ଶକ୍ତି ବଢିଥାଏ ।

ବାଦାମ; – ପ୍ରତିଦିନ ରାତିରେ ୬-୭ଟି ବାଦାମ ପାଣିରେ ଭିଜାଇ ରଖନ୍ତୁ । ଏହାକୁ ସକାଳେ ଚୋପା ଛଡେଇ ଖାଇଲେ ଆଖି ପାଇଁ ଭଲ ।

ଗୋଲ ମରିଚ;- ଗୋଲ ମରିଚର ଚୂର୍ଣ୍ଣ, ଘିଅ ଓ ମିଶ୍ରିକୁ ଏକତ୍ର ମିଶାଇ ପ୍ରତିଦିନ ସେବନ କଲେ ଆଖିର ଦୃଷ୍ଟି ଶକ୍ତି ବଢିଥାଏ ।

ଜିରା;- ଜିରା ଓ ମିଶ୍ରୀକୁ ସମାନ ମାତ୍ରାରେ ଚୂର୍ଣ୍ଣ କରି ପ୍ରତିଦିନ ଏକ ଚାମଚ ଘିଅ ସହ ଖାଇଲେ ଆଖିର ଦୃଷ୍ଟିଶକ୍ତି ବଢିଥାଏ । ତେବେ ଯେଉଁ ମାନଙ୍କ ଆଖିର ଦ୍ରୁଷ୍ଟିଶକ୍ତି କମ୍ ରହୁଥିବ । ତେବେ ସେମାନେ ଯଦି ଉପୋରୋକ୍ତ ଏହିସବୁ ନିୟମକୁ ଆପଣାଇବେ । ତେବେ ଧୀରେ ଧୀରେ ସେମାନଙ୍କର ଆଖିର ଦ୍ରୁଷ୍ଟିଶକ୍ତି ବଢିବାକୁ ଲାଗିବ ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆଗକୁ ଆମ ସହ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ କରିବା ସହ ଏହାକୁ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *