ଏହି ରାଶିର ଲୋକ ଭୁଲରେ ବି ପିନ୍ଧନ୍ତୁ ନାହିଁ କଇଁଛ ମୁଦି, ଦରିଦ୍ରତା ପିଛା ଛାଡିବ ନାହିଁ… (Astrology)

ବନ୍ଧୁଗଣ ଆଜିକାଲି ପ୍ରାୟ ଲୋକଙ୍କ ହାତ ଆଙ୍ଗୁଠିରେ କଇଁଛ ମୁଦି ପିନ୍ଧିଥିବାର ଆମେ ଦେଖିବାକୁ ପାଇଥାଉ । କାରଣ ମାନା ଯାଇଥାଏ ଯେ, ଏହି ମୁଦି ପିନ୍ଧିବା ଦ୍ଵାରା ବ୍ୟକ୍ତିର କୁଣ୍ଡଳୀରେ ରହିଥିବ ଅସବୁ ଦୋଷ ଦୂର ହୋଇବା ସହ ଆର୍ଥିକ ଅବସ୍ଥା ମଧ୍ୟ ଭଲ ରହିଥାଏ । ହେଲେ ଏହି ମୁଦି ସବୁ ରାଶିର ଲୋକଙ୍କ ଉପରେ ସମାନ ପ୍ରଭାବ ପକାଇ ନଥାଏ । କିଛି ରାଶିର ଲୋକଙ୍କ ପାଇଁ କଇଁଛ ମୁଦି ପିନ୍ଧିବା ଦ୍ଵାରା ଭଲ ଫଳ ମିଳୁଥିବା ବେଳେ ଆଉ କିଛି ରାଶିର ଲୋକଙ୍କୁ ଏହି ମୁଦି ପିନ୍ଧିବା ଉଚିତ ହୋଇନଥାଏ ।

ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ । କଇଁଛ ଆଙ୍ଗୁଠି ପିନ୍ଧିବା ଦ୍ଵାରା ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ । ଯେଉଁ ରାଶି ମାନେ କଇଁଛ ମୁଦି ପିନ୍ଧିବା ଶୁଭ ହୋଇଥାଏ ସେମାନେ ହେଉଛନ୍ତି ବୃଷ ରାଶି, ମିଥୁନ ରାଶି, ଧନୁ ରାଶି, ମକର ରାଶି, କର୍କଟ ରାଶି, ସିଂହ ରାଶି, ତୁଳା ରାଶି, ଓ କୁମ୍ଭ ରାଶି । ଏହି ରାଶିର ଲୋକ ମାନେ କଇଁଛ ମୁଦି ଧାରଣ କରିବା ଦ୍ଵାରା ଶୁଭ ପରିଣାମ ମିଳିଥାଏ । ଏହା ସହ ପଜେଟିଭ ଊର୍ଜା ସୃଷ୍ଟି ହୋଇଥାଏ ।

କିନ୍ତୁ ଯେଉଁ ରାଶି କଇଁଛ ମୁଦି ପିନ୍ଧିବା ଉଚିତ ନୁହେଁ ସେଗୁଡ଼ିକ ହେଉଛି ବିଛା ରାଶି, ମୀନ ରାଶି, ମେଷ ରାଶି, କନ୍ୟା ରାଶି ଓ କୁମ୍ଭ ରାଶି । ଏହି ୫ଟି ରାଶିକୁ ଭୁଲରେ ବି କଇଁଛ ମୁଦି ପିନ୍ଧିବା ଉଚିତ ନୁହେଁ । ଏହା ଦ୍ଵାରା ତାଙ୍କ ଜୀବନରେ କୁପ୍ରଭାବ ପଡିଥାଏ ।

ଏମିତିକି ବ୍ୟକ୍ତି ଧନୀ ଥିଲେ ମଧ୍ୟ ଦାରିଦ୍ରତାର ଶିକାର ହୋଇଥାଏ । କାର୍ଯ୍ୟରେ ବାଧା ଆସିପାରେ । ଏହା ସହ ଘର ପରିବାରରେ କଳହ ଲାଗି ରହିଥାଏ । ଦୁଖ କଷ୍ଟ ବୃଦ୍ଧି ପାଇଥାଏ । ତେଣୁ ଏମିତି ଭୁଲ କରିବା ଉଚିତ ନୁହେଁ । କଇଁଛ ମୁଦି ପିନ୍ଧିବା ସମୟରେ ତାର ମୁଖ ଆପଣଙ୍କ ଆଡକୁ ରହିବା ଦରକାର । ଏମିତି ପିନ୍ଧିବା ଦ୍ଵାରା ଧନର ଆଗମନ ହୋଇଥାଏ ।

କଇଁଛ ମୁଦିକୁ ହାତର ମାଧ୍ୟମ ଆଙ୍ଗୁଠିରେ ଧାରଣ କରିଲେ ଶୁଭ ହୋଇଥାଏ । ଏହା ବ୍ଯତୀତ ହାତର ତର୍ଜନୀ ଆଙ୍ଗୁଠିରେ ମଧ୍ୟ କଇଁଛ ମୁଦି ପିନ୍ଧିଲେ ଶୁଭ ହୋଇଥାଏ । ତେବେ ଏହା ଥିଲା କଇଁଛ ମୁଦି କେଉଁ ରାଶିର ଲୋକ ପିନ୍ଧିବା ଉଚିତ ଓ କେଉଁ ରାଶିର ଲୋକେ ପିନ୍ଧିବା ଉଚିତ ନୁହେଁ ।

ଏହି ପୋଷ୍ଟଟି ଆପଣ ମାନଙ୍କୁ କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରି ଜଣାଇବା ସହ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *